ପ୍ରମୂଖ ଖବର
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଦିନରେ ଗୁଳୁଗୁଳି, ସନ୍ଧ୍ୟାରେ ବେଳାଭୂମିରେ ଭିଡ଼

Published By : Bijay Swain | June 1, 2025 8:46 PM

ଗୋପାଳପୁର,୧/୨(ଆପ୍ର): ଆଜି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା। ଗତ କିଛି ଦିନ ଧରି ପାଗରେ ଟିକିଏ ସୁଧାର ଆସିବା ସହ କାଳ ବୈଶାଖୀ ବର୍ଷା ପ୍ରଭାବ ରହିଥିବା ବେଳେ ଆଜି ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ସକାଳ ୮ଟାରୁ ଗରମର ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ପୂର୍ବାହ୍ନ ୧୧ଟା ବେଳକୁ ଆଉ ଘରୁ ବାହାରକୁ ବାହାରି ହେଉନଥିଲା। ମଧ୍ୟାହ୍ନ ବେଳକୁ ଉପରୁ ଯେଭଳି ନିଆଁଖଣ୍ଡ ଖସି ପଡୁଥିବା ପରି ମନେ ହେଉଥିଲା। 

ଟାଣ ଖରାରେ ଜରୁରି ନଥିଲେ ଲୋକେ କାହାରି ହାତରେ ଛତା ତ ପୁଣି କିଏ ମୁହଁରେ ଓଦା କପଡ଼ା ବାନ୍ଧି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ଦିନରେ ଖରା ସହ ଗୁଳିଗୁଳି ରହୁଥିବା ବେଳେ ସନ୍ଧ୍ୟାରେ ଗୋପାଳପୁର ଆଖପାଖ ଲୋକେ ଗୋପାଳପୁର ବେଳାଭୂମି ଆଡକୁ ମୁହାଁଇଥିଲେ। ଆଜି ସନ୍ଧ୍ୟାରେ ଗୋପାଳପୁର ବେଳାଭୂମିରେ ଲୋକଙ୍କ ଗହଳି ରହିଥିବା ବେଳେ କିଛି ଲୋକେ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା।

ଆଜି ଗୋପାଳପୁରରେ ତାପମାତ୍ରା ୩୫.୦ ଡିଗ୍ରୀ ସେଲସିଅସ ରହିଥିବା ବେଳେ ଆଦ୍ରତା ପ୍ରାୟ ୮୨ ରହିଥିଲା। ଆସନ୍ତା ପ୍ରାୟ ୫ ଦିନ ଖରାର ପ୍ରଭାବ ବଢ଼ିବା ସହ ଗୁଳୁଗୁଳି ରହିବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.