ସନ୍ ଟାୱାର ହେଉଛି କୁତବମୀନାର, ରାଜା ବିକ୍ରମାଦିତ୍ୟ କରିଥିଲେ ନିର୍ମାଣ : ASIର ପୂର୍ବତନ ଅଧିକାରୀଙ୍କ ଦାବି

ନୂଆଦିଲ୍ଲୀ : ଆର୍କିଲଜିକଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ)ର ଜଣେ ପୂର୍ବତନ ଅଧିକାରୀ କୁତବମୀନାରକୁ ନେଇ ଏକ ବିସ୍ଫୋରକ ଦାବି କରିଛନ୍ତି। ଏହାର ନିର୍ମାଣ ୫ମ ଶତାବ୍ଦୀରେ ରାଜା ବିକ୍ରମାଦିତ୍ୟ ସୂର୍ଯ୍ୟଙ୍କର ଦିଗ ପରିବର୍ତ୍ତନକୁ ଦେଖିବା ପାଇଁ କରିଥିଲେ ବୋଲି ସେ କହିଛନ୍ତି। ସେ ନିଜର ଦାବି ପକ୍ଷରେ ପ୍ରମାଣ ବି ପ୍ରଦାନ କରିବା କଥା କହିଛନ୍ତି। ଏବେ ଏହି ଦାବି ଏମିତି ସମୟରେ କରାଯାଇଛି କି ଯେବେ ଜ୍ଞାନବାପୀ ମସଜିଦରୁ ନେଇ ମଥୁରାର ଇଦଗାହ , ଦିଲ୍ଲୀର ଜାମା ମସଜିଦ ଯାଏ ଏସବୁ ପ୍ରଥମେ ମନ୍ଦିର ହୋଇ ଥିବାର କଥା କୁହାଯାଉଛି ଏବଂ ଭିନ୍ନ ଭିନ୍ନ କୋର୍ଟରେ ଆବେଦନ ଦାଏର କରାଯାଇଛି।
ଏଏସଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧର୍ମବୀର ଶର୍ମା ଦାବି କରିଛନ୍ତି କି, କୁତବମୀନାରର ନିର୍ମାଣ କୁତବ ଅଲ-ଦିନ ଏବକ ନୁହେଁ ରାଜା ବିକ୍ରମାଦିତ୍ୟ କରିଥିଲେ। ସେ ସୂର୍ଯ୍ୟଙ୍କର ଦିଗକୁ ଜାଣିବା ପାଇଁ ଏହାର ନିର୍ମାଣ କରାଇ ଥିଲେ। ସେ କହିଥିଲେ , ଏହା କୁତବମୀନାର ନୁହେଁ , ଏହା ଓକ ସନ୍ଟାୱର ( ପର୍ଯ୍ୟବେକ୍ଷକ ଦୁର୍ଗ)। ମୋ ପାଖରେ ଏହାକୁ ନେଇ ବହୁତ ପ୍ରମାଣ ଅଛି। ସେ ଏଏସଆଇ ପକ୍ଷରୁ କୁତବମୀନାରର ଅନେକ ସର୍ଭେ କରିଛନ୍ତି।
ଧର୍ମବୀର ଶର୍ମା ଆହୁରି କହିଛନ୍ତି , କୁତବମୀନାର ୨୫ ଇଞ୍ଚରେ ଝୁଲି ରହିଛି। ଏହା ଏଥିପାଇଁ , କାରଣ ଏହାକୁ ସୂର୍ଯ୍ୟଙ୍କର ଅଧ୍ୟୟନ ପାଇଁ ନିର୍ମାଣ କରାଯାଇଛି । ୨୧ ଜୁନରେ ଅତି କମ୍ରେ ଅଧ ଘଣ୍ଟା ପାଇଁ ସେଠାରେ ଛାୟା ରହିନଥାଏ। ଏହା ବିଜ୍ଞାନ ଓ ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅଟେ। ସେ କହିଛନ୍ତି କି କୁତବମୀନାରର ଏକ ଅଲଗା ଢାଞ୍ଚା ଏବଂ ଏହାର ପାଖରେ ଥିବା ମସଜିଦ୍ ସହ କୌଣସି ସମ୍ୱନ୍ଧ ନାହିଁ । ସେ ଏହା ବି କହିଛନ୍ତି କି କୁତବମୀନାର ଦ୍ୱାର ଉତ୍ତର ଦିଗରେ ରହିଛି , ଯାହାକି ରାତିରେ ଧ୍ରୁବ ତାରାକୁ ଦେଖିବା ପାଇଁ ତିଆରି କରାଯାଇଛି।