PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରଣବୀରଙ୍କ ସହ ଫଟୋ ସେୟାର କରି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ ଆର୍ ମାଧବନ

ନୂଆଦିଲ୍ଲୀ ୦୭/୧୦: ନିକଟରେ ଅଭିନେତା ଆର ମାଧବନ୍ ଏବଂ ରଣବୀର ସିଂହ ‘ଏନବିଏ ଆବୁଧାବି ଗେମ୍ସ ୨୦୨୨’ ରେ ସାମିଲ ହୋଇଥିଲେ। ଦୁହେଁ ପରସ୍ପରକୁ ଭେଟି ବହୁତ ଖୁସି ହୋଇଥିଲେ । ସେମାନେ ଏକାଠି ସେଲଫି ନେଇ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥିଲେ। ଯାହାକୁ ୟୁଜର୍ସ ପସନ୍ଦ କରୁ ନାହାଁନ୍ତି ଏବଂ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ମାଧବନ ନିଜ ଟ୍ୱିଟର ଆକାଉଣ୍ଟରୁ ରଣବୀରଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ମାଧବନ୍ ଲେଖିଛନ୍ତି, “ଲଭ୍ ୟୁ ମାଇଁ ବ୍ରୋ …” ଏହି ପୋଷ୍ଟ ସହିତ ସେ ରେଡ୍ ହାର୍ଟ ଏବଂ ଆଲିଙ୍ଗନର ଇମୋଜି ମଧ୍ୟ ସେୟାର କରିଛନ୍ତି। ଏଥି ସହିତ ରଣବୀର ଏବଂ ଏନବିଏକୁ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ରଣବୀର ସ୍ମାଇଲ ଓ ହାର୍ଟ ଇମୋଜି ଦେଇଛନ୍ତି। କିନ୍ତୁ ଫଟୋ ଦେଖିବା ପରେ ଜଣେ ଫ୍ୟାନ୍ କ୍ରୋଧିତ ହୋଇ ମାଧବନଙ୍କୁ ଅନଫଲୋ କରିବାକୁ ଧମକ ଦେଇଛନ୍ତି।

ମାଧବନଙ୍କ ପୋଷ୍ଟରେ ବ୍ୟକ୍ତି ଜଣଙ୍କ ଟ୍ୱିଟ୍ କରି ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ଆପଣଙ୍କୁ ଅନଫଲୋ କରୁଛି।’ ଯାହାର ତୁରନ୍ତ ଉତ୍ତର ଦେଇ ମାଧବନ୍ ଲେଖିଛନ୍ତି, ଆବଶ୍ୟକତା ନାହିଁ ଭାଇ, ମୁଁ କରିଦେବି। ସେହିପରି ଆଉ କିଛି ୟୁଜର୍ସ ମାଧବନ୍ ଏବଂ ରଣବୀରଙ୍କୁ ଏକାଠି ଦେଖି ଖୁସି ହୋଇଯାଇଛନ୍ତି। ଦୁଇ ତାରକାଙ୍କ ପାଇଁ ସେମାନେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି। ଏନବିଏ ଉପରେ କମେଣ୍ଟ ଦେଇ ଲେଖିଛନ୍ତି, “#NBAinAbuDhabi ଷ୍ଟାର୍ ପାୱାର୍।”