ନୂଆଦିଲ୍ଲୀ: ଆପ୍ ଛାଡ଼ି ବିଜେପିରେ ଯୋଗଦେବା ଦିନଠାରୁ ସମାଲୋଚନାର ଶିକାର ହେଉଛନ୍ତି ରାଜ୍ୟସଭା ସାଂସଦ ରାଘବ ଚଢ଼ା । ତେବେ ଏହାରି ଭିତରେ ବିଜେପି ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଦେଇଛି । ରାଜ୍ୟସଭା ୟାଚିକା ସମିତିର ଅଧ୍ୟକ୍ଷ ଭାବେ ରାଘବଙ୍କୁ ଦାୟିତ୍ବ ଦେଇଛନ୍ତି ମୋଦି । ଏହି ପ୍ୟାନେଲକୁ ପୁନର୍ଗଠିତ କରାଯାଇଥିବାବେଳେ ଏଥିରେ ରହିଛନ୍ତି ୧୦ ସଦସ୍ୟ । ଯାହାର ଅଧ୍ୟକ୍ଷ ଭାବେ ଚଢ଼ାଙ୍କୁ ଦାୟିତ୍ବ ଦିଆଯାଇଛି ।
ରାଜ୍ୟସଭାରେ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି କି, ୟାଚିକା ସମିତିର ଅଧ୍ୟକ୍ଷ ଭାବେ ରାଘବଙ୍କୁ ନିଯୁକ୍ତ କରାଯାଇଛି । ମେ ୨୦ ତାରିଖରେ ଏହି କମିଟିର ପୁନର୍ଗଠିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ତେବେ ଏହି କମିଟିରେ ରହିଥିବା ୧୦ ଜଣ ସଦସ୍ୟଙ୍କୁ ବାଛିଛନ୍ତି ସି.ପି. ରାଧାକ୍ରିଷ୍ଣ । ତେବେ ଏହି କିମଟିରେ ହର୍ଷ ମହାଜନ, ଗୁଲାମ ଅଲ୍ଲୀ, ଶମ୍ଭୁ ଶରଣ ପଟେଲ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ରହିଛନ୍ତି ।
ଏହାସହ ପଢ଼ନ୍ତୁ : Abhijeet Dipke Controversy: କକ୍ରୋଚ୍ ଜନତା ପାର୍ଟିର ଫାଉଣ୍ଡର ଅଭିଜିତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ହ୍ୟାକ୍