ନୂଆଦିଲ୍ଲୀ: ରାତାରାତି ବଢ଼ିଲା ଫଲୋର୍ସ, ଚର୍ଚ୍ଚାରେ ରହିଲେ । ସମସ୍ତେ ସର୍ଚ୍ଚ କଲେ ଏହି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା କିଏ ? ବଢ଼ିଗଲେ ଫଲୋର୍ସ ଆଉ ଏବେ ଅଭିଜିତ ଦୀପକେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବାର ଖବର ଆସିଛି । ସେ କହିଛନ୍ତି କି, ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ନିଜ ଆକାଉଣ୍ଟକୁ ଆକ୍ସେସ କରିପାରୁନାହାନ୍ତି । ଏହାସହ ବ୍ୟାକଅପ୍ ଭାବେ ଥିବା ଆକାଉଣ୍ଟ ମଧ୍ୟ ଅଚଳ ହୋଇଥିଲା । ମାତ୍ର ଏବେ ଏହାକୁ ସକ୍ରିୟ କରାଯାଇଛି । ତେବେ ଜାଣିଶୁଣି ହ୍ୟାକ୍ କରାଯାଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହ ସେ କହିଛନ୍ତି କି, ମୋତେ ଟାର୍ଗେଟ କରାଯାଉଛି । ମୁଖ୍ୟ ପେଜ୍ ମଧ୍ୟ ହ୍ୟାକ୍ କରିବା ପାଇଁ ଲାଗି ପଡ଼ିଛନ୍ତି ହ୍ୟାକର୍ସ । ସେ ଏଭଳି ଅଭିଯୋଗ କରି ପୋଷ୍ଟ କରିଛନ୍ତି ।
କହି ରଖୁଛୁ କି, ମଜାରେ ମଜାରେ ତିଆରି ହୋଇଥିବା ଏହି ଆକାଉଣ୍ଟ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସିଜେପିର ମୁଖ୍ୟ ଇନଷ୍ଟା ଆକାଉଣ୍ଟରେ ୨୧ ମିଳିୟନରୁ ଅଧିକ ଫଲୋର୍ସ ହୋଇଥିବାବେଳେ ଦେଶର ବଡ଼ ବଡ଼ ରାଜନୈତିକ ଦଳମାନେ ପଛରେ ପଡ଼ିଛନ୍ତି । ଯୁବପୀଢ଼ୀଙ୍କ ପସନ୍ଦ ପାଲଟିଥିବା ସିଜେପିର ମୁଖ୍ୟ ଏକ୍ସ ଆକାଉଣ୍ଟକୁ ପୂର୍ବରୁ ବ୍ୟାନ୍ କରାଯାଇଛି । ତେବେ ଇନଷ୍ଟାଗ୍ରାମରେ ୮୦ଟି ପୋଷ୍ଟ କରାଯାଇଥିବାବେଳେ ୨୧ ମିଲିୟନରୁ ଅଧିକ ଫଲୋର୍ସ ରହିଛନ୍ତି । ଯାହାକୁ ନେଇ ବିଜେପି ଏହା ଫେକ୍ ଏବଂ ପାକିସ୍ତାନୀ ଫଲୋର୍ସ କହି ପୂର୍ବରୁ ସମାଲୋଚନା କରୁଛି ।
ସେପଟେ ଅନେକ ବିଜେପି ବିରୋଧୀ ନେତାମାନେ ଏହାକୁ ଫଲୋ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାସହ ସରକାରଙ୍କ ବିରୋଧରେ ଏହାର ଆରମ୍ଭ ହୋଇଥିବାବେଳେ ଯୁବପୀଢ଼ୀମାନେ ବିଭିନ୍ନ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ବିଜେପି ପକ୍ଷରୁ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାସହ ବିଜେପିର ସମର୍ଥକମାନେ ଟ୍ରୋଲ୍ କରି ହିଟ୍ ଜନତା ପାର୍ଟି କରିଛନ୍ତି । ଏବଂ ଅସରପାଙ୍କୁ ମରାଯିବ ବୋଲି କହି ସମାଲୋଚନା କରିବା ଆରମ୍ଭ କରିଛନ୍ତି । କେହି କେହି ଆପ୍ ଏବଂ କଂଗ୍ରେସର ବି’ ଟିମ ମଧ୍ୟ କହୁଛନ୍ତି । ତଥାପି ପ୍ରତିଦିନ ଲକ୍ଷ ଲକ୍ଷ ଫଲୋର୍ସ ବଢ଼ୁଛନ୍ତି ।
ଏହାସହ ପଢ଼ନ୍ତୁ : Sakib Hussain on Virat Kohli Wicket: ବିରାଟ କୋହଲିଙ୍କୁ ଆଉଟ୍ କରିବା ପରେ ଏମିତି କହିଲେ ସାକିବ୍ ହୁସେନ୍