ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ, ଧରିପାରନ୍ତି ପଦ୍ମ

ଭୁବନେଶ୍ୱର ୩୧/୩: ବିଜେଡିରୁ ଇସ୍ତଫା ଦେଲେ ହେଭିୱେଟ୍ ନେତା ତଥା ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି  । ଦଳର ପ୍ରାଥମିକ ସଦସ୍ଯ ଓ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ରଘୁନାଥ । ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ରଘୁ । ଗତକାଲି ସେ ଜଳସେଚନ ନିଗମ ଅଧ୍ଯକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଦଳ ପ୍ରତିଷ୍ଠା ଦିନଠୁ ଦଳରେ କାର୍ଯ୍ୟ କରିଆସୁଥିଲେ ରଘୁ । ତେବେ ଆଜି ସେ ନିଜର ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ଛାଡିଥିବା ସେ କହିଛନ୍ତି ।

ପୁତ୍ର ବଧୂଙ୍କୁ ନିର୍ଯାତନା ମାମଲାରେ ଛନ୍ଦିହେବା ପରେ ବିଜେଡି ରଘୁ ମହାନ୍ତିଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ସହ ଦଳରୁ ବହିଷ୍କାର କରିଥିଲା । ଏମିତିକି ପାଞ୍ଚ ଥର ବିଧାୟକ ରହିଥିବା ରଘୁଙ୍କୁ ଦଳ ୨୦୧୪ରେ ଟିକେଟ ଦେଇନଥିଲା । ପରେ ରଘୁ ପ୍ରତ୍ୟକ୍ଷ ରାଜନୀତିରୁ ଏକ ପ୍ରକାର ଦୂରେଇ ଯାଇଥିଲେ । ତାଙ୍କର ପାରିବାରିକ ବିବାଦର ସମାଧାନ ପରେ ଦଳ ୨୦୧୮ରେ ରଘୁଙ୍କୁ ଦଳକୁ ଫେରାଇ ଆଣିଥିଲା । ତେବେ ଗତ ଥର ଟିକେଟ୍ ପାଇନଥିବା ରଘୁନାଥ ଏଥର ପୁଣି ବସ୍ତାରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ତେବେ ଦଳ ପକ୍ଷରୁ ଏନେଇ କୌଣସି ସଙ୍କେତ ନ ମିଳିବା ପରେ ସେ ଦଳ ଛାଡ଼ିଥିବା କୁହାଯାଉଛି । ତେବେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

Copyright © 2022 - Summa Real Media Private Limited. All Rights Reserved.