PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କଲେଜ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା ଘଟଣା: କଲେଜ କର୍ତ୍ତୃପକ୍ଷ ଓ ବିଜେଡି ପ୍ରଚ୍ଛଦପଟ ଭୂମିକା ଦାୟୀ ବୋଲି କହିଲା ବିଜେପି, ବିଜେଡି କହିଲା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ…

ବ୍ରହ୍ମପୁର, ୧୮/୧୧(ବ୍ୟୁରୋ): ବିନାୟକ ଆଚାର୍ଯ୍ୟ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଓ ଯୌନ ନିର୍ଯ୍ୟାତନା ଘଟଣା ରାଜନୈତିକ ରୂପ ନେଉଛି । ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକ ଛାତ୍ର ବିଜେଡିର କଲେଜ ଆବହକ ଜଣାପଡ଼ିବା ପରେ ବିଜେପି ଅଧିକ ସକ୍ରିୟ ହୋଇ ବିଜେଡିକୁ ଘେରିବାକୁ ଉଦ୍ୟମ କରିଛି । ଅନ୍ୟପଟେ ଛାତ୍ର ବିଜେଡି ଅଭିଷେକଙ୍କୁ ଦଳରୁ ନିଲମ୍ବନ କରିଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସ୍‌ପି ଓ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛି ।

ବିଜେପି ଯୁବ ମୋର୍ଚାର କର୍ମକର୍ତ୍ତା ଶୁକ୍ରବାର ଦିନ ବିନାୟକ ଆଚାର୍ଯ୍ୟ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥ‌ିରେ ଉଲ୍ଲେଖ କରିଛନ୍ତି ଯେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଚାଟିଂ ଓ ଯୌନ ନିର୍ଯ୍ୟାଚନା ଘଟଣା ସମସ୍ତ ସୀମା ଉଲଙ୍ଘନ କରିଛି । ଏହି ଘଟଣା ପରେ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କ ସୁରକ୍ଷା ଓ ଶୈକ୍ଷିକ ବାତାବରଣ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ବିଜେପି ଯୁବ ମୋର୍ଚା ନିନ୍ଦା କରିବା ସହ ଏଥିରେ କଲେଜ କର୍ତ୍ତୃପକ୍ଷ ଓ ବିଜେଡିର ପ୍ରଚ୍ଛଦପଟ ଭୂମିକା ଦାୟୀ ବୋଲି ଦର୍ଶାଇଛି । ରାଗିଂ ଘଟଣାରେ ଜଡିତ ଛାତ୍ରଛାତ୍ରୀଙ୍କ ଉପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବିଦ୍ୟାର୍ଥୀଙ୍କ ସୁରକ୍ଷା ପାଇଁ ବ୍ୟାଡ୍ ଗଠନ, ଆଣ୍ଟି ରାଗିଂ କମିଟିକୁ କ୍ରିୟାଶୀଳ କରିବା, ରାଗିଂ ବନ୍ଦ କରିବା ଏବଂ ସୁରକ୍ଷା ପାଇଁ ଟେଲମ୍ବୀ ନୟର ସୁବିଧା କରିବା, ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକଙ୍କୁ ନିଯୁକ୍ତି ଦେଇଥିବା ବିଜେଡି ନେତୃତ୍ୱଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଜେପି ଯୁବ ମୋର୍ଚା ଦାବି କରିଛି । ରାଜ୍ୟ ଯୁବ ମୋର୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଶିବ ଶଙ୍କର ଶତପଥୀ, ମାତା ପ୍ରସାଦ ନାୟକ, ସୁମିତ ପାତ୍ର, ଅଜୟ ନାୟକ, ଶିବ ଶଙ୍କର ନାୟକ, ଜିଲ୍ଲା ନେତା କାହ୍ନୁ ଚରଣ ପତି, ପ୍ରଭାତ କରଣ ଷଡ଼ଙ୍ଗୀ, ସୁନିଲ କୁମାର ସାହୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଛାତ୍ରୀଙ୍କ ରାମିଂରେ ସବ୍ଲିଷ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର ବିଜେଡି ବ୍ରହ୍ମପୁର ଏସ୍‌ପି ଓ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ବିନାୟକ ଆଚାର୍ଯ୍ୟ କଲେଜ ପରିସରରେ ଛାତ୍ରୀଙ୍କୁ ରାଗିଂ ନାମରେ ହୋଇଥିବା ଅକଥନୀୟ ନିର୍ଯାତନା ନିନ୍ଦନୀୟ । ଏହା ଆମ ସହର, ଜିଲ୍ଲା ଓ ରାଜ୍ୟବାସୀଙ୍କ ଲଜ୍ୟର ବିଷୟ । ତେଣୁ ଏହି ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମ୍ପୃକ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର ବିଜେଡି ସଭାପତି ଶୋଭନ କୁମାର ନାୟକ ଓ ଅନ୍ୟମାନେ ଦାବି କରିଛି ।

ସମ୍ବନ୍ଧିତ ଖବର