ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପଞ୍ଚଭୂତରେ ଲୀନହେଲେ ରାଜୁ ଶ୍ରୀବାସ୍ତବ, ଅଶ୍ରୁ ଧାର ଧାର ଆଖିରେ କମେଡି କିଙ୍ଗଙ୍କୁ ବିଦାୟ ଦେଲେ ପରିବାର ଓ ପ୍ରଶଂସକ

ନୂଆଦିଲ୍ଲୀ ୨୨/ ୦୯: ପରଦାରେ ଦେଖିବାକୁ ମିଳିବନି ଆଉ ସେ ହସହସ ଚେହେରା । ଶୁଣିବାକୁ ମିଳିବନି ମଜାଳିଆ ଡାଏଲଗ । ହସାଇ ହସାଇ ବେଦମ୍‌ କରୁଥିବା ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ୪୨ ଦିନ ଧରି ହସ୍ପିଟାଲ ବେଡରେ ମୃତ୍ୟୁସହ ଲଢେଇ କରି ଶେଷରେ ହାର୍‌ ମାନିଯାଇଛନ୍ତି କମେଡି ଲିଜେଣ୍ଡ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜୁଙ୍କ ଭାଇ ମୁଖାଗ୍ନି ଦେଇଛନ୍ତି । ଅଶ୍ରୁ ଧାର ଧାର ଚକ୍ଷୁରେ ରାଜୁଙ୍କୁ ବିଦାୟ ଦେଇଛନ୍ତି ପରିବାର, ବନ୍ଧୁ ବାନ୍ଧବ ଏବଂ ପ୍ରଶଂସକ ।

ଗତ ଅଗଷ୍ଟ ୧୦ରେ ଜିମ୍‌ରେ ଓ୍ବର୍କ ଆଉଟ୍‌ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି ହସ୍ପିଟାଲ ବେଡରେ ସଂଘର୍ଷ କରିଥିଲେ । ଏପରିକି କିଛିଦିନ ତାଙ୍କର ଚେତା ମଧ୍ୟ ଫରିନଥିଲା । ତେବେ ପରେ ତାଙ୍କ ଶରୀର ଭଲ ରେସପଣ୍ଡ କରିଥିଲା ଏବଂ ଆଖି ଖୋଲିଥିଲେ ରାଜୁ । କିନ୍ତୁ ବୁଧବାର ସକାଳୁ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟରେ ଅବନ୍ନୋତି ଘଟିଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଜୁ ।

Copyright © 2022 - Summa Real Media Private Limited. All Rights Reserved.