PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପାଣ୍ଡ୍ୟା, ରାହୁଲଙ୍କ ଉପରୁ ବାସନ୍ଦ ଉଠିଲା

ନୂଆଦିଲ୍ଲୀ ୨୪ ।୧ (ଏଜେନ୍ସି): ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ବାସନ୍ଦ ହୋଇଥିଲେ । ଆଜି ବିସିସିଆଇ ପ୍ରଶାସନିକ କମିଟି (ସିଓଏ) ଉଭୟ କ୍ରିକେଟରଙ୍କ ଉପରୁ ବାସନ୍ଦାଦେଶ ଉଠାଇ ନେଇଛି । ବିସିସିଆଇ ଲୋକପାଳ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁ ଏଭଳି ନିଷ୍ପତ୍ତି ନେଇଛି ସିଓଏ । ବାସନ୍ଦ ଉଠିବା ପରେ ସେମାନେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍‌ ଖେଳି ପାରିବେ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ୨ଟି ମ୍ୟାଚ୍‌ ଏବଂ ଟି-ଟ୍ୱେଣ୍ଟି ସିରିଜ୍‌ରେ ବିରାଟ କୋହଲି ଖେଳିବେ ନାହିଁ । ହୁଏତ ଏହା ପୂର୍ବରୁ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ଗସ୍ତ କରି ଟିମ୍‌ ଇଣ୍ଡିଆ ସହ ଯୋଗଦେବେ ବୋଲି ଜଣା ପଡ଼ିଛି ।
ଗତ ୧୧ ତାରିଖରେ ସିଓଏ ପାଣ୍ଡ୍ୟା ଓ ରାହୁଲଙ୍କୁ ବାସନ୍ଦ କରିଥିଲା । ବାସନ୍ଦ ହେବାପରେ ଉଭୟ ଖେଳାଳି ଅଷ୍ଟ୍ରେଲିଆରୁ ସ୍ୱଦେଶ ବାହୁଡ଼ି ଆସିଥିଲେ । ଏବେ ବିସିସିଆଇରେ ଲୋକପାଳ ନିଯୁକ୍ତିରେ ବିଳମ୍ବ ହେଉଛି । ୨୦୧୬ରୁ ଏହି ସ୍ଥାନ ଖାଲି ରହିଥିଲେବି ଏ ପର୍ଯ୍ୟନ୍ତ ପୂରଣ ହୋଇ ପାରି ନାହିଁ । ସୁପ୍ରିମକୋର୍ଟ ଗତ ସପ୍ତାହରେ ଦେଇଥିବା ରାଏରେ କହିଥିଲେ, ଏମିକସ ପିଏସ୍‌ ନରସିମ୍‌ହା ଦାୟିତ୍ୱ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଲୋକପାଳ ନିଯୁକ୍ତି ସଂପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ଏହିସବୁ ଘଟଣା ଏବଂ ଖେଳାଳିଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସିଓଏ ବାସନ୍ଦାଦେଶ ପ୍ରତ୍ୟାହୃତ କରିଛି । ନୂଆ ଲୋକପାଳ ନିଯୁକ୍ତ ହେବାପରେ ଘଟଣାର ତଦନ୍ତ ହେବ କି ନାହିଁ ସେ ସଂପର୍କରେ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ ।
ପାଣ୍ଡ୍ୟା ଓ ରାହୁଲଙ୍କ ଟିଭି ଶୋ’କୁ ନେଇ ବିବାଦ ଦେଖା ଦେବା ପରେ ପ୍ରଶାସିକ କମିଟି ଅଧ୍ୟକ୍ଷ ବିନୋଦ ରାଏ ଉଭୟଙ୍କୁ ଦୁଇଟି ଲେଖାଏଁ ଦିନିକିଆରୁ ବାସନ୍ଦ କରିବାକୁ ସୁପାରିସ କରିଥିଲେ । ଖେଳାଳିଙ୍କୁ ସ୍ୱଦେଶ ବାହୁଡ଼ି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଣେ ଅସ୍ଥାୟୀ ଲୋକପାଳଙ୍କ ଦ୍ୱାରା ଘଟଣାର ତଦନ୍ତ କରାଇବା ସପକ୍ଷରେ ସେଥିଲେ । ମାତ୍ର କମିଟିର ଅନ୍ୟତମ ସଦସ୍ୟା ଡାଏନା ଏଡୁଲଜୀ ଏହାକୁ ଗ୍ରହଣ କରି ନଥିଲେ । ସେ କହିଥିଲେ, ବିସିସିଆଇ କର୍ମକର୍ତ୍ତା ଓ ସିଓଏଙ୍କ ଦ୍ୱାରା ନଚେତ ଲୋକପାଳ ଏହାର ତଦନ୍ତ କରନ୍ତୁ ।’ ସିଓଏର ଉଭୟ ସଦସ୍ୟଙ୍କ ମଧ୍ୟରେ ମତ ଭେଦ ଯୋଗୁ କିଛି ଚୂଡ଼ାନ୍ତ ହୋଇ ପାରି ନଥିଲା । ଗତ ସପ୍ତାହରେ ସୁପ୍ରିମକୋର୍ଟ ବିସିସିଆଇର ବିଭିନ୍ନ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ । ଫଳରେ ନୂଆ ଲୋକପାଳ କେତେ ନିଯୁକ୍ତ ହେବେ ତାହାର କିଛି ସ୍ପଷ୍ଟ ହୋଇ ପାରିନଥିଲା ।
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଲୋକପାଳ ନିଯୁକ୍ତିରେ ବିଳମ୍ବ ଯୋଗୁ ଏମିକସ ନରସିମହାଙ୍କ ସହ ଆଲୋଚନା ପରେ ସିଓଏ ପାଣ୍ଡ୍ୟା ଓ ରାହୁଲଙ୍କ ଉପରେ ବାସନ୍ଦାଦେଶ ପ୍ରତ୍ୟାହୃତ କରିବା ନେଇ ନିଷ୍ପତ୍ତି ନେଇଛି ।’ ‘କଫି ୱିଥ୍‌ କରନ୍‌’ କାର୍ଯ୍ୟକ୍ରମରେ ଉଭୟ ଅତିଥି ଭାବେ ଯୋଗ ଦେଇଥିଲେ । ସିନେ ପ୍ରଯୋଜକ କରଣ ଜୋହର ଏହି କାର୍ଯ୍ୟକ୍ରମର ପରିଚାଳନା କରନ୍ତି । ଶୋ’ର ଫର୍ମାଟ୍‌ ଅନୁଯାୟୀ କରଣ ଚତୁରତାର ସହ ଉଭୟଙ୍କୁ କିଛି ପ୍ରଶ୍ନ କରିଥିଲେ । କରଣଙ୍କ ପ୍ରଶ୍ନର ଜବାବ ଦେବାରେ ପାଣ୍ଡ୍ୟା ଅନେକ ଗୁପ୍ତ କଥା ଖୋଲି କହି ଦେଇଥିଲେ । ଯେଉଁଥିରେ ମହିଳାମାନଙ୍କ ବିଷୟରେ କିଛି ଅଶାଳୀନ ମନ୍ତବ୍ୟ ରହିଥିଲା । ଯାହାକୁ ନେଇ ସମଗ୍ର ଭାରତୀୟ କ୍ରିକେଟ୍‌ ପ୍ରେମୀ ଉତ୍ତ୍ୟକ୍ତ ହୋଇ ଯାଇଥିଲେ । ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ନିନ୍ଦା କରାଯାଇଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା ।
ପାଣ୍ଡ୍ୟା ଓ ରାହୁଲଙ୍କ ବାସନ୍ଦାଦେଶକୁ ନେଇ ବହୁ ପୂର୍ବତନ କ୍ରିକେଟର ସେମାନଙ୍କ ମତ ଦେଇ କହିଥିଲେ, ସମସ୍ତେ ଜୀବନରେ ଭୁଲ କରନ୍ତି, ତେବେ ଘଟଣାକୁ ଅଧିକ ଜଟିଳ କରା ନଯାଇ ସେମାନଙ୍କୁ ଭଲ ମଣିଷ ହେବା ପାଇଁ ସୁଯୋଗ ଦିଆଯିବା ଦରକାର ।’ ବାସନ୍ଦ ଉଠିବା ପରେ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ଗସ୍ତ କଲେ, ରାହୁଲ ମଧ୍ୟ ଘରୋଇ କ୍ରିକେଟ୍‌ ଖେଳିବେ । ଯଦି କର୍ଣ୍ଣାଟକ ଫାଇନାଲରେ ପ୍ରବେଶ କରେ ତେବେ ସେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନିଂ କରିବେ ।

ସମ୍ବନ୍ଧିତ ଖବର