ପ୍ରମୁଖ ଖବର
  • ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ପଞ୍ଚତାରକ ହୋଟେଲରେ ଏହି ଅଭିନେତା ମଗାଇଲେ ମାତ୍ର ଦୁଇଟି କଦଳୀ,ବିଲ୍ ଦେଖି ଉଡିଗଲା ହୋସ୍

ନୂଆଦିଲ୍ଲୀ,୨୪।୭: ଅଭିନେତା ରାହୁଲ ବୋଷ ଏବେ ଚଣ୍ଡୀଗଡରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ଅଭିନେତା ଜଣକ କହିଛନ୍ତି, ସେ ଏକ ପଞ୍ଚତାରକା ହୋଟେଲରେ ରହିବା ସମୟରେ ଓ୍ବାର୍କଆଉଟ ବେଳେ ୨ଟି କଦଳୀ ମଗାଇଥିଲେ। କିନ୍ତୁ ଏହା ସହିତ ଯେଉଁ ବିଲ୍ ଆସିଥିଲା ତାକୁ ଦେଖି ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ଦୁଇଟି କଦଳୀର ବିଲ୍ ଥିଲା ୪୨୩ ଟଙ୍କା। ଏବେ ରାହୁଲ ଏହାର ଭିଡିଓକୁ କରି ଟ୍ବିଟରରେ ସେୟାର କରିଛନ୍ତି, ଆଉ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ମଜାଳିଆ କମେଣ୍ଟ ଦେଇଛନ୍ତି।

wp:html /wp:html

ଗତ ୨୨ ତାରିଖରେ ରାହୁଲ ଭିଡିଓ ଅପଲୋଡ କରି ସେୟାର କରିଥିଲେ। ଏହା ସହ ରାହୁଲ କ୍ୟାପସନରେ ଲେଖିଥିଲେ‘ ଆପଣଙ୍କୁ ଭରଷା କରିବା ପାଇଁ ଏହାକୁ ଦେଖାଇବାକୁ ହେବ। କିଏ କହୁଛି ଫଳ ଆପଣଙ୍କ ପାଇଁ କ୍ଷତିକାରକ ନହେଁ? ଏହି ଟ୍ବିଟ୍ ସହିତ ରାହୁଲ ଜେଡବ୍ଲୁ ମୋରିଏଟ୍ ଚଣ୍ଡୀଗଡକୁ ଟ୍ୟାଗ୍ କରିଛନ୍ତି। ଖବର ଲେଖାହେବା ପର୍ଯ୍ରନ୍ତ ତାଙ୍କର ଏହି ଭିଡିଓକୁ ୧୧ ହଜାରରୁ ଅଧିକ ଥର ଦେଖା ହୋଇସାରିଥିବା ବେଳେ ୧୩୭ଜଣ ରିଟ୍ବିଟ୍ କରିଛନ୍ତି ଓ ୪୧୧ଟି ଲାଇକ୍ ମିଳିସାରିଛି।  ରାହୁଲଙ୍କ ଏହି ଭିଡିଓ  ଲଗାତାର ଭାବରେ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ଯୋରଦାର ମଜା କରିବା ଆରମ୍ଭ କରିଦେଇଛନ୍ତି। ୟୁଜରମାନେ ଏହି ଭିଡିଓକୁ ସେୟାର କରିବା ସହ ହୋଟେଲ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି।

Copyright © 2022 - Summa Real Media Private Limited. All Rights Reserved.