PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

୧୯ ବର୍ଷର ଏହି ଖେଳାଳି ଟିମ୍ ଇଣ୍ଡିଆରେ ପ୍ରଥମ ଥର ସ୍ଥାନ ପାଇଲେ,ଓ୍ବେଷ୍ଟ ଇଣ୍ଡିଜରେ ଦେଖିବାକୁ ମିଳିବ ତାଙ୍କ ସ୍ପିନର ଯାଦୁ

ନୂଆଦିଲ୍ଲୀ,୨୧।୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଯେଉଁ ଟିମ ଇଣ୍ଡିଆର ଚୟନ କରାଯାଇଛି ସେଥିରେ କେବଳ ଦୁଇଜଣ ନୂଆ ଚେହେରା ଦେଖିବାକୁ ମିଳିଛି। ତାଙ୍କ ଭିତରେ ଅଛନ୍ତି ଜଣେ ୧୯ ବର୍ଷୀୟ ଲେଗ ସ୍ପିନର ରାହୁଲ ଚହର। ରାହୁଲଙ୍କୁ ଟିମରେ ଏମିତି ସୁଯୋଗ ଦିଆଯାଇନି। ନିଜର ଲେଗସ୍ପିନର ଯାଦୁ ରାହୁଲ ଲଗାତାର ଘରୋଇ ସର୍କିଟ ସହିତ ଆଇପିଏଲରେ ଦେଖାଇ ସାରିଛନ୍ତି। ତାଙ୍କର ବଢିଆ ବୋଲିଂ ପାଇଁ ଚୟନକର୍ତ୍ତା ତାଙ୍କ ଉପରେ ଖୁବ୍ ପ୍ରଭାବିତ ଥିଲେ ଓ ଶେଷରେ ତାଙ୍କୁ ଏହି ପୁରଷ୍କାର ମିଳିଛି।

ଚଳିତ ବର୍ଷ ଆଇପିଏଲରେ ରାହୁଲଙ୍କ ଖୁବ୍ ଚର୍ଚ୍ଚା ରହିଥିଲା। ଏହି ସିଜିନରେ ସେ ୧୩ ମ୍ୟାଚରୁ ୧୩ ଓ୍ବିକେଟ୍ ନେଇଥିଲେ ଓ ତାଙ୍କର ଇକୋନୋମି ରେଟ୍ ଖୁବ୍ ଭଲ ଥିଲା। ୨୦୧୭ ଆଇପିଏଲରେ ସେ ଖେଳିସାରିଛନ୍ତି, ସେଥର ସେ ୩ଟି ମ୍ୟାଚରେ ୨ଟି ଓ୍ବିକେଟ ନେଇଥିଲେ। ଆଇପିଏଲରେ ମୁମ୍ବାଇ ଟିମ୍ ତାଙ୍କୁ ଗତ ବର୍ଷ ନିଜର ଟିମରେ ନେଇଥିଲା। ରାହୁଲଙ୍କ ଘରୋଇ ସ୍ତର ମ୍ୟାଚ ଖୁବ୍ ଭଲ ରହିଥିଲା। କେବଳ ୧୪ଟି ଫାଷ୍ଟ କ୍ଲାସ ମ୍ୟାଚ ଖେଳିଥିଲେ ଯେଉଁଥିରେ ୬୩ ଓ୍ବିକେଟ ସେ ନେଇଥିଲେ। ତାଙ୍କର ବଲ ପ୍ରଦର୍ଶନ ଭିତରେ ୫୯ ରନ୍ ଦେଇ ୫ ଓ୍ବିକେଟ୍ ନେଇଛନ୍ତି।

ସେଭଳି ଲିଷ୍ଟ ଏ-ର ୨୪ ଟି ମ୍ୟାଚରେ ୪୨ଟି ଓ୍ବିକେଟ୍ ନେଇଛନ୍ତି। ଏହାଛଡା ଟି-୨୦ରେ ଏପର୍ଯ୍ୟନ୍ତ ୨୬ଟି ମ୍ୟାଚରେ ତାଙ୍କ ନାମରେ ମୋଟ ୨୭ଟି ଓ୍ବିକେଟ ରହିଛି। ଏପରିକି ୧୩ ରନ୍ ଦେଇ ୩ ଓ୍ବିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ନିକଟରେ ଇଣ୍ଡିଆ-ଏରେ ଖେଳି ଶ୍ରୀଲଙ୍କା-ଏ ବିରୋଧରେ ରାହୁଲ ଦୁଇଟି ମ୍ୟାଚରେ ୧୪ଟି ଓ୍ବିକେଟ ନେଇଥିଲେ। ଏବେ ସେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ-ଏ ଦଳ ପାଇଁ ଖେଳଉଛନ୍ତି ଓ ଦୁଇଟି ମ୍ୟାଚରେ ୪ ଟି ଓ୍ବିକେଟ ନେଇସାରିଛନ୍ତି। ରାଜସ୍ଥାନର ରାହୁଲ ଲେଗବ୍ରେକ୍ ଗୁଗୁଲି ବୋଲିଂ କରିବା ସହ ଦୀପକ ଚହରଙ୍କ ଦାଦା ପୁଅ ଭାଇ। ଦୀପକ ଓ୍ବେଷ୍ଟଇଣ୍ଡିଜ ବିରୋଧ ଟି-୨୦ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।