PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୨୭ରେ ବରଗଡ଼ ଓ ଜୟପୁର ଆସିବେ ରାହୁଲ୍‌

ଭୁବନେଶ୍ୱର,୧୨ ।୨(ବ୍ୟୁରୋ): ଏଥର ବରଗଡ଼ ଓ ଜୟପୁର ଆସିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ । ୨୭ରେ ରାହୁଲ ଆସିବା ବାବଦରେ ଆପାତତଃ ସ୍ଥିର ହୋଇଛି । ତେବେ କଂଗ୍ରେସର ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ ରାହୁଲ ଦିନ ୧୧ଟା ବେଳେ ଜୟପୁରରେ ଓ ଅପରାହ୍ନ ୨ଟାରେ ବରଗଡ଼ରେ କରିବେ ସମାବେଶ । ବରଗଡ଼ରେ ସଭା ସରିବା ପରେ ରାହୁଲ ରାୟପୁରରୁ ନୂଆଦିଲ୍ଲୀ ଫେରିଯିବେ । ତେବେ ରାହୁଲଙ୍କ ଗସ୍ତ ପୂର୍ବରୁ ବରଗଡ଼ ପହଞ୍ଚିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲାନେତାମାନଙ୍କୁ ରାହୁଲଙ୍କ ସମାବେଶକୁ ସଫଳ କରିବା ପାଇଁ ସମସ୍ତ କଳ, ବଳ ଓ କୌଶଳ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଛତିଶଗଡ଼କୁ ଲାଗିଥିବାରୁ ତା’ର ଲାଭ ନେବାକୁ ଚେଷ୍ଟା ଚଳାଇଛି କଂଗ୍ରେସ । ବାରମ୍ବାର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲଙ୍କ କାର୍ଯ୍ୟକ୍ରମ ଆୟୋଜିତ କରି ନିର୍ବାଚନ ଗଡ଼ ଜିତିବାକୁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ୍‌ । ବିଜେପିର ହେଭିୱେଟ୍‌ ନେତାମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ବୈଠକ କରୁଥିବାରୁ କଂଗ୍ରେସ ମଧ୍ୟ ଓଡ଼ିଶାକୁ ସମ ପରିମାଣରେ ଫୋକସ୍‌ ଦେବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର