ନୂଆଦିଲ୍ଲୀ, ୦୫/୧୦: ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ୪୯ରନରେ ପରାସ୍ତ ହୋଇଥିଲା। ଏହା ସତ୍ତ୍ବେ ମଧ୍ୟ ଟିମ୍ ଇଣ୍ଡିଆ ୨-୧ରେ ଜିତିବାରେ ସଫଳ ହୋଇଥିଲା। ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ। ରାହୁଲ ଦ୍ରାବିଡ଼ ସାଧାରଣତଃ ସବୁବେଳେ ତାଙ୍କର ଶାନ୍ତ ସ୍ବଭାବ ପାଇଁ ଜଣାଶୁଣା। କିନ୍ତୁ ମଙ୍ଗଳବାର ରାତିରେ ଟିମ୍ ଇଣ୍ଡିଆର ପରାଜୟ ପରେ ତାଙ୍କୁ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଏହି ସମୟରେ ଦ୍ରାବିଡଙ୍କୁ ଅକ୍ସର ପଟେଲଙ୍କ ବିଷୟରେ ପଚରାଯାଇଥିଲା। ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ କାହିଁକି ଅକ୍ଷରକୁ କେବଳ ଗୋଟିଏ ଓଭରରେ ବୋଲିଂ କରିବାକୁ ଦିଆଯାଇଥିଲା। ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ଦ୍ରାବିଡ଼ ଏକ ଉପଯୁକ୍ତ ଉତ୍ତର ଦେଇଥିଲେ।
wp:html— Yoloapp (@Yoloapp2) October 5, 2022/wp:html
ହେଡ୍ କୋଚ୍ ଦ୍ରାବିଡ କହିଛନ୍ତି, ଆପଣଙ୍କୁ ପ୍ରଥମେ 'ମ୍ୟାଚ୍ ଅପ୍ ବିଷୟରେ ଯାଞ୍ଚ କରିବାକୁ ହେବ। ଏହା ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଓ ଆମ ମାନଙ୍କ ପାଇଁ ମହତ୍ବପୂର୍ଣ୍ଣ ମଧ୍ୟ ଅଟେ। କେବଳ ବୋଲରଙ୍କ ଗୁଣବତ୍ତାକୁ ସମର୍ଥନ କରିବା ଅପେକ୍ଷା ମ୍ୟାଚ୍ ଅପ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାକୁ ଭଲ ଭାବରେ ପରୀକ୍ଷା କରିବା ଏବଂ ପରିସଂଖ୍ୟାନକୁ ଦେଖିବା ଆପଣଙ୍କ ଉପରେ ନିର୍ଭର କରେ। ଅନେକ ଦଳ ମ୍ୟାଚ୍ଅପ୍ ଉପରେ ଗୁରୁତ୍ବ ଦିଅନ୍ତି। ଆମେ କେବଳ ଏକା ନୁହଁ ଯିଏକି ଏପରି କରୁଛୁ, ବରଂ ମୁଁ ନିଶ୍ଚିତ ଯେ ଅନେକ ଦଳ ଏପରି ଭାବରେ ରନ୍ ଓ ବୋଲିଂକୁ ମ୍ୟାଚଅପ୍ କରି ଦେଖୁଛନ୍ତି।
ତୃତୀୟ ଟି-ଟ୍ବେଣ୍ଟିରେ ଅକ୍ଷର ପଟେଲ ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ କାରଣ କ୍ରିଜ୍ରେ ସେତେବେଳେ କ୍ବିଣ୍ଟନ୍ ଡିକକ୍ ଏବଂ ରାଇଲି ଋଷୋଙ୍କ ଭଳି ଦୁଇ ବାମହାତି ବ୍ୟାଟ୍ସମ୍ୟାନ ଉପସ୍ଥିତ ଥିଲେ। ସେ ତାଙ୍କର ଗୋଟିଏ ଓଭରରେ ୧୩ ରନ୍ ଦେଇଥିଲେ। ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡିକକ୍ ଓ ଋଷୋଙ୍କ ଭଳି ଦୁଇ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଅକ୍ଷର ୯.୫୩ ର ଇକୋନୋମୀ ରେଟରେ ବୋଲିଂ କରିଥିଲେ।