PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଲୋକସଭା ସଦସ୍ୟ ପଦ ରଦ୍ଦ ହେବାପରେ ପ୍ରଥମ ଥର ସଂସଦ ଗଲେ ରାହୁଲ,ସାବରକର ବିବାଦ ପ୍ରସଙ୍ଗରେ ସଞ୍ଜୟ ରାଉତଙ୍କୁ ଭେଟିଲେ

ନୂଆଦିଲ୍ଲୀ,୨୯।୩:  କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ସାଂସଦ ପଦ ରଦ୍ଦ ହେବା ଓ ଆଦାନୀ ମାମଲାରେ ସଂସଦରେ ବିରୋଧିଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଲୋକସଭା ସଦସ୍ୟତା ରଦ୍ଦ ହେବାପରେ ବୁଧବାର ରାହୁଲ ପ୍ରଥମ ଥର ସଂସଦ ପହଞ୍ଚିଛନ୍ତି। ରାହୁଲ ଗାହନ୍ଧି ସିପିପି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବୈଠକରେ ସାମିଲ ହେବେ। ରାହୁଲ ଗାନ୍ଧି ଏହି ସମୟରେ ସାବରକର ବିବାଦକୁ ନେଇ ଶିବସେନା (ୟୁବିଟି)ର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଭେଟିଛନ୍ତି।

ଉଲ୍ଲେଖନୀୟ ଯେ, ବିନାୟକ ଦାମୋଦର ସାବରକରଙ୍କୁ ନେଇ ରାହୁଲ ଦେଇଥିବା ମନ୍ତବ୍ୟର ପୃଷ୍ଠଭୂମିରେ ବୁଧବାର କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ସାକ୍ଷାତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ସବୁକିଛି ଠିକ୍ ଅଛି ଓ ଚିନ୍ତାର କୌଣସି କଥା ନାହିଁ। ସଂସଦ ଭବନରେ କଂଗ୍ରେସର ଦୁଇ ଶୀର୍ଷ ନେତାଙ୍କୁ ଭେଟିବା ପରେ ରାଉତ ଟ୍ବିଟ୍‌ କରିଛନ୍ତି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଆଜି ସାକ୍ଷାତ କରିଛି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତାରିତ ଭାବରେ ଚର୍ଚ୍ଚା ହୋଇଛି। ସବୁକିଛି ଠିକ୍ ଅଛି। ଚିନ୍ତାର କୌଣସି କଥା ନାହିଁ।’

ଉଲ୍ଲେଖନୀୟ ଯେ, ରାହୁଲ ଗାନ୍ଧିଙ୍କ ଦ୍ବାରା ସାବରକରଙ୍କୁ ସମାଲୋଚନା କରାଯିବାକୁ ନେଇ ମହାରାଷ୍ଟ୍ର ବିକାଶ ଅଘାଡି(ଏମବିଏ) ମେଣ୍ଟରେ ବିବାଦ ସୃଷ୍ଟି ହୋଇଥିଲା। ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ହସ୍ତକ୍ଷେପ କରି କଂଗ୍ରେସ ମୁଖ୍ୟଙ୍କୁ ଏହି ପ୍ରସଙ୍ଗ ଉପରେ ଶିବସେନାର ଚିନ୍ତା ନେଇ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର