PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଓଡ଼ିଶା ଗରିବ ନୁହେଁ, ଏଠାକାର ଲୋକେ ଗରିବ: ରାହୁଲ

ରାଉରକେଲା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ନରେନ୍ଦ୍ର ମୋଦି ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ। ରାଉରକେଲାରେ ମୋଦି ଯୁବକମାନଙ୍କୁ ନିଯୁକ୍ତି ଦେଇ ନାହାନ୍ତି। ରାଉରକେଲାବାସୀଙ୍କ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ବ୍ରାହ୍ମଣୀ ପୋଲ ସ୍ୱପ୍ନ ପୂରା ହୋଇ ପାରିଲା ନାହିଁ। ଦେଶର ଚାରିଆଡ଼େ ସମସ୍ୟା ହିଁ ସମସ୍ୟା। ଫ୍ରାନ୍ସରୁ ରାଫେଲ ବିମାନ କିଣିବାର ଆବଶ୍ୟକତା ନ ଥିଲା। ହାଲ୍ ରେ ବିମାନ ରାଫେଲ ବିମାନ ତିଆରି ହୋଇପାରିଥାନ୍ତି। ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲା ମୋଦି, ଓଡ଼ିଶାରେ କେତେ ଜଣ ପାଇଛନ୍ତି ନିଯୁକ୍ତି।

ଓଡ଼ିଶା ଗରିବ ନୁହେଁ, ଏଠାକାର ଲୋକେ ଗରିବ, ରାଉରକେଲାରେ ଯାହା ବିକାଶ ହୋଇଛି ସବୁ କଂଗ୍ରେସ ଅମଳର, ଏଥିପାଇଁ ରାଜ୍ୟ ସରକାର ଦାୟୀ। ଓଡ଼ିଶା ଭାତହାଣ୍ଡିର ମାନତ୍ୟ ପାଇଥିଲା, ଏବେ କୃଷକ କାନ୍ଦୁଛନ୍ତି  ବୋଲି କହିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥାଏ, ତା’କୁ ପୂରଣ କରିଥାଏ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆମେ ୧୦ ଦିନ ପାଇଁ ପ୍ରତିଶ୍ରୁତି ଦେଇଥିଲୁ। କ୍ଷମତାକୁ ଆସିବା ପରେ ୨ ଦିନରେ କୃଷି ଋଣ ଛାଡ଼ କଲୁ। ଏଠାକାର ସରକାର ଲୁଟୁଛନ୍ତି, ସେଥିପାଇଁ ଲୋକେ ଗରିବ ହେଉଛନ୍ତି। ଓଡ଼ିଶାରେ ଛତିଶଗଡ଼ ଭଳି ଜମି ଅଧିଗ୍ରହଣ ବିଲ୍‌ ଲାଗୁ କରିବୁ। ଶିଳ୍ପ ପାଇଁ ଜମି ନେଲେ ଆପଣଙ୍କର ସମ୍ମତିରେ ନିଆଯିବ। ବଜାର ମୂଲ୍ୟର ୪ ଗୁଣା ଜମି ପାଇଁ ମୂଲ୍ୟ ଦିଆଯିବ ବୋଲି ରାହୁଲ କହିଛନ୍ତି। ସମାବେଶରେ ଉଦବୋଧନ ଦେବା ପୂର୍ବରୁ ରାହୁଲ ଗାନ୍ଧି ଆଦିବାସୀ ନୃତ୍ୟ ଦଳ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନାଚିଛନ୍ତି। ନିରଞ୍ଜନ ପଟ୍ଟନାୟକଙ୍କ ସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।

ସମ୍ବନ୍ଧିତ ଖବର