PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

“ମୋ ଭାଇ ନା କେବେ ଡରିଛନ୍ତି, ନା କେବେ ଡରିବେ”: ପ୍ରିୟଙ୍କା ଗାନ୍ଧୀ

pic-ndtv

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ସମ୍ବନ୍ଧୀୟ ଟିପ୍ପଣୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ଆକ୍ରମଣାତ୍ମକ ହୋଇପଡିଛି । ଏନେଇ ଦଳ କହିଛି ଯେ, ଏହା ଆଇନରେ ବିଶ୍ୱାସ କରେ ଏବଂ ଏହି ଲଢେଇ ଆଇନ୍ ଅଧୀନରେ ଲଢା ଯିବ । ଏବଂ ଆମର ପୂର୍ବତନ ଅଧ୍ୟକ୍ଷ ବିନା ଭୟରେ ସତ୍ୟ କହିବା ଜାରି ରଖିବେ ।

କୋର୍ଟ ଦ୍ବାରା ଦଣ୍ଡ ପାଇବା ପରେ ରାହୁଲ ଗାନ୍ଧୀ, ମହାତ୍ମା ଗାନ୍ଧୀଙ୍କ ଏକ ବିବୃତ୍ତିକୁ ଆଧାର କରି ଟ୍ୱିଟ୍ କରି କହିଛନ୍ତି ଯେ ମୋର ଧର୍ମ ସତ୍ୟ ଏବଂ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ପାଇବା ପାଇଁ ମାଧ୍ୟମ । ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ, ଆମକୁ ପୂର୍ବରୁ ସନ୍ଦେହ ଥିଲା, କିନ୍ତୁ ଆମେ ଆଇନ ଏବଂ ନ୍ୟାୟପାଳିକାରେ ବିଶ୍ବାସ କରୁ ଏବଂ ଆଇନ ଅନୁଯାୟୀ ଲଢିବୁ ମଧ୍ୟ ।  

ସେହିଭଳି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଉଛି, କିନ୍ତୁ ସେ ସତ୍ୟ କହିବା ଜାରି ରଖିବେ । ସେ ଟ୍ୱିଟ୍ କରି କହିଛନ୍ତି, ଭୟଭୀତ ହୋଇ କ୍ଷମତାର ସମସ୍ତ ଯନ୍ତ୍ରପାତି ମୂଲ୍ୟ, ଦଣ୍ଡ, ଭେଦଭାବ ଲଗାଇ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ମୋର ଭାଇ କେବେ ଭୟ କରି ନାହାଁନ୍ତି, ନା କେବେ କରିବେ । ସତ୍ୟ କହିବାରେ ବଞ୍ଚିଛନ୍ତି, ସତ୍ୟ କହିବା ଜାରି ରଖିବେ । ଦେଶର ଲୋକଙ୍କ ସ୍ୱର ଉତ୍ତୋଳନ ଜାରି ରଖିବ । ସତ୍ୟର ଶକ୍ତି ଏବଂ କୋଟି କୋଟି ଦେଶବାସୀଙ୍କ ପ୍ରେମ ତାଙ୍କ ସହିତ ଅଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ଆମର ଗଣତନ୍ତ୍ର ବିପଦରେ ଅଛି । କାରଣ ନ୍ୟାୟପାଳିକା, ନିର୍ବାଚନ ଆୟୋଗ, ଇଡି ଉପରେ ଚାପ ରହିଛି ଏବଂ ସେଗୁଡିକର ଅପବ୍ୟବହାର କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ ମୋଦୀ ସାଙ୍ଗିଆ ସହ ଜଡିତ ମନ୍ତବ୍ୟ ପାଇଁ ୨୦୧୯ ରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । କୋର୍ଟ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର