PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୧୦ ବର୍ଷ ତଳେ ମନମୋହନ ସିଂହଙ୍କ ଅଧ୍ୟାଦେଶକୁ ଚିରି ନଥିଲେ ଏବେ ରାହୁଲଙ୍କ ସାଂସଦ ପଦ ହୋଇନଥାନ୍ତା ରଦ୍ଦ, ଜାଣନ୍ତୁ ଏଥିରେ ଥିଲା କ’ଣ ?

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚାରି ବର୍ଷ ପୁରୁଣା ମାନହାନୀ ମାମଲାରେ ଦୁଇ ବର୍ଷର ସଜା ଶୁଣାଯିବା ପରେ ଏବେ ଯାଇଛି ସାଂସଦ ପଦ। ୪ ବର୍ଷ ତଳେ ସେ ‘ମୋଦି ସରନେମ୍’ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ଟିପ୍ପଣୀକୁ ନେଇ ମୋଦି ରାହୁଲଙ୍କ ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ମାନହାନୀ ମାମଲା ଦାଖଲ କରିଥିଲେ। ଏହି ମାମଲାରେ ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷର ସଜା ଶୁଣାଇଥିଲେ। ତେବେ ତୁରନ୍ତ ତାଙ୍କୁ ଜାମିନ ମିଳିଯାଇଥିଲା। ଏହା ସହିତ କୋର୍ଟ ରାହୁଲଙ୍କୁ ହାଇକୋର୍ଟରେ ଅପିଲ କରିବାର ସୁଯୋଗ ଦେଇଥିଲେ। ୩୦ ଦିନ ଭିତରେ ହାଇକୋର୍ଟରେ ଆବେଦନ କରିବାର ସମୟ ଦିଆଯାଇଛି। ତେବେ ଏହା ଭିତରେ ଶୁକ୍ରବାର ଲୋକସଭାର ସଚିବାଳୟ ରାହୁଲଙ୍କ ସଦସ୍ୟତା ରଦ୍ଦ କରିଛନ୍ତି।

ଏଭଳି ସମୟରେ ରାହୁଲଙ୍କ ପାଇଁ ଟର୍ଣ୍ଣିଂପଏଣ୍ଟ ପାଲଟିଛି ୧୦ ବର୍ଷ ତଳେ ସେ ଚିରିଥିବା ଏକ ଅଧ୍ୟାଦେଶ। ଏହି ଘଟଣା ୨୦୧୩ ମସିହାରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶ ଆଣିଥିଲେ, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେବା ପରେ ସାଂସଦମାନଙ୍କୁ ତିନି ମାସର ମହଲତ ମିଳିଥାନ୍ତା। ଏହି ଅଧ୍ୟାଦେଶ ସେତେବେଳେ ଆସିଥିଲା ଯେତେବେଳେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯଦି କୌଣସି ସାଂସଦ/ବିଧାୟକଙ୍କୁ ୨ ବର୍ଷ କିମ୍ବା ତାଠାରୁ ଅଧିକ ସଜା ମିଳେ ତେବେ ତାଙ୍କର ସଦସ୍ୟତା ତୁରନ୍ତ ରଦ୍ଦ ହେବ। ସେ ଆଗାମୀ ନିର୍ବାଚନ ଲଢିପାରିବେନି। ସେତେବେଳେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଲାଲୁ ପ୍ରସାଦ ଯାଦବଙ୍କ ଉପରେ ପଡିଥାଆନ୍ତା। ଲାଲୁ ସେତେବେଳେ ମନମୋହନ ସିଂହ ସରକାରର ଅଂଶ ଥିଲେ।

ଏଭଳି ସ୍ଥିତିରେ ମନମୋହନ ସରକାର ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏକ ବିଲ୍‌ ଆଣିଥିଲେ, ଯାହାଦ୍ବାରା ସୁପ୍ରିମକୋର୍ଟଙ୍କ ରାୟ ପ୍ରଭାବହୀନ ହୋଇଥାଆନ୍ତା। ୨୪ ସେପ୍ଟେମ୍ବର ୨୦୨୩ ରେ କଂଗ୍ରେସ ସରକାର ଏହି ବିଲ୍‌ର ବିଶେଷ୍ବତ ବିଷୟରେ କହିବା ପାଇଁ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ହେଲେ ଏହି ସାମ୍ବାଦିକ ସମ୍ମିଳନୀର ମଝିରେ ପହଞ୍ଚି ରାହୁଲ ଏହାକୁ ବେକାର ବିଲ୍ କହିବା ସହ ତାକୁ ଚିରି ଦେଇଥିଲେ। ଫଳରେ ଅଧ୍ୟାଦେଶ ପ୍ରତ୍ୟାହାର ହୋଇଥିଲା।