ନୂଆଦିଲ୍ଲୀ ; ୨୧/ ୧ : ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ଲୋକେ କିଭଳିଭାବେ ଅସୁବିଧାରେ ଚଳୁଛନ୍ତି ତାହା ଦର୍ଶଯାଇଛି । ଗଳି ଭିତରେ ନର୍ଦ୍ଦମା ପାଣି । ଗନ୍ଧିଆ ପାଣି ଭିତରେ ଯାତାୟତ କରୁଛନ୍ତି ଲୋକେ । ତେବେ ଏହି ଭିଡିଓଟି ହେଉଛି ଦିଲ୍ଲୀର କିରାରି ନିର୍ବାଚନ ମଣ୍ଡଳୀର । ଶର୍ମା ଏକକ୍ଲେଭ୍ ମୁବାରକପୁର ଡବାସର । ରାହୁଲ ସେୟାର କରିଥିବା ଭିଡିଓରେ ଲୋକେ ମଇଳା ପାଣି ଭିତରେ କିଭଳି ଯାତାୟତ କରୁଛନ୍ତି ଆଉ ଜୀବନ କାଟୁଛନ୍ତି ଏହା ଦର୍ଶାଇ ସମାଲୋଚନା କରିଛନ୍ତି ।
हर आम भारतीय की ज़िंदगी आज ऐसी ही नर्क की यातना बन गई है।
— Rahul Gandhi (@RahulGandhi) January 21, 2026
सिस्टम सत्ता के सामने बिक चुका है। सब एक-दूसरे की पीठ थपथपाते हैं और मिलकर जनता को रौंदते हैं।
देश में लालच की महामारी फैल चुकी है, शहरी सड़न जिसका सबसे डरावना चेहरा है।
हमारा समाज इसलिए मर रहा है क्योंकि हमने इस सड़न… pic.twitter.com/qtDGEg3C7a
ଏବେ ପ୍ରବଳ ଶୀତ ଅନୁଭବ ହେଉଥିବାବେଳେ ଲୋକେ ନର୍ଦ୍ଦମା ପାଣିରେ ବୁଡ଼ି ରହିଥିବା ଅଞ୍ଚଳରେ ବାସ କରିବାକୁ ବାଧ୍ୟ ହେଉଛନ୍ତି । ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସରକାର କିମ୍ବା ପ୍ରଶାସନ କୌଣସି ନଜର ଦେଉନାହାନ୍ତି । ଏଣୁ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ଜୀବନ ଏବେ ନର୍କ ହୋଇଯାଇଛି । କ୍ଷମତା ପାଖରେ ବ୍ୟବସ୍ଥା ବିକ୍ରି ହୋଇଯାଇଛି । ସହରରେ ଏତେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲେ ସୁଦ୍ଧା କାହାର ନିଘା ନାହିଁ । ଜନତାଙ୍କ ମୌଳିକ ସୁବିଧା ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । କ୍ଷମତା ଲୋଭରେ ସରକାର କିଛି ଜାଣି ପାରୁନାହାନ୍ତି ବୋଲି କହିଛନ୍ତି ।
ନିକଟରେ ରାହୁଲ ଏକ ପୋଷ୍ଟରରେ ମଧ୍ୟ ଟାର୍ଗେଟ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ କି, ଦେଶସାରା ଦୁର୍ନୀତି ଚାଲିଛି । ଡବଲ ଇଞ୍ଜିନ୍ କହି କହି ଲୋକଙ୍କ ଜୀବନକୁ ନଷ୍ଟ କରି ଦେଉଛନ୍ତି । କ୍ଷମତାର ଅପବ୍ୟବହାର କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ।