ସେହି ନର୍ସଙ୍କୁ ଭେଟିଲେ ରାହୁଲ ଗାନ୍ଧି, ଯିଏ ନିଜ ଜନ୍ମ ସମୟରେ ପ୍ରଥମେ ହାତରେ ଧରିଥିଲେ

କୋଝିକୋଡା,୯।୬: ଠିକ୍ ୪୯ ବର୍ଷ ପୂର୍ବେ ଦିଲ୍ଲୀର ଏକ ହସ୍ପିଟାଲରେ ନବଜାତ ଶିଶୁ ଭାବରେ ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଥିଲେ ସେ ସମୟରେ ଜଣେ ନର୍ସ ତାଙ୍କୁ ପ୍ରଥମ ଥର ନିଜ ହାତରେ ଧରିଥିଲେ। ସେ ନସ; ଜଣକ ହେଉଛନ୍ତି ୭୨ ବର୍ଷୀୟ ରାଜମ୍ମା ଭଭାଥିଲ। ଆଜି ଯେତେବେଳେ ରାହୁଲ ତାଙ୍କ ଜନ୍ମର ସାକ୍ଷୀ ଏହି ନର୍ସଙ୍କୁ ଭେଟିଥିଲେ ଏକ ଆବେଗଭରା କ୍ଷଣ ଦେଖିବାକୁ ମିଳିଥିଲା। ରାଜମ୍ମାଙ୍କୁ ଯେତେବେଳେ ରାହୁଲ ଆଲିଙ୍ଗନ କରିଥିଲେ ସେ ସମୟରେ ତାଙ୍କ ଖୁସି କହିଲେ ନସରେ।
କେରଳ ଓ୍ବାଇନାଡରୁ ସାଂସଦ ଥିବା ରାହୁଲ ଗାନ୍ଧି ରାଜମ୍ମାଙ୍କୁ ହାତ ଧରି ଆଲିଙ୍ଗନ କରିବା ସହ ତାଙ୍କର ପରିବାର ଲୋକଙ୍କୁ ସାକ୍ଷାତ କରିଥିଲେ। ସମସ୍ତେ କୋଝିକାଡାରେ ଥିବା ଏକ ଅତିଥି ଗୃହରେ ରହିଥିବା ବେଳେ ରାହୁଲଙ୍କୁ ଦେଖା କରିବାକୁ ଆସିଥିଲେ।
ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ସଂସଦୀୟ କ୍ଷେତ୍ର କେରଳର ଓ୍ୱାଇନାଡ଼ ନିର୍ବାଚନମଣ୍ଡଳୀ ଗସ୍ତର ଅନ୍ତିମ ଦିନ ଥିଲା। ଏହି ଅବସରରେ ସେ ବିଭିନ୍ନ ଲୋକଙ୍କୁ ଭେଟି ଭୋଟ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହି ସମୟରେ ରାହୁଲ ତାଙ୍କ ଜନ୍ମ ବେଳେ ହସ୍ପିଟାଲ ଓ୍ୱାର୍ଡରେ ଉପସ୍ଥିତ ଥିବା ନର୍ସ ଭଭାଥିଲଙ୍କ ସହ ସାକ୍ଷାତ କରିଥିଲେ। ବ୍ୟସ୍ତତା ପରେ ମଧ୍ୟ ରାହୁଲ ଭଭାଥିଲଙ୍କ ସ୍ବାମୀ, ନାତି-ନାତୁଣୀଙ୍କ ସହ ସାରା ପରିବାର ଲୋକଙ୍କୁ ଭେଟିବା ସହ ଫଟୋ ମଧ୍ୟ ଉଠାଇଥିଲେ।
୧୯୭୯ ମସିହା ଜୁନ ୧୯ରେ ରାହୁଲ ଗାନ୍ଧି ଦିଲ୍ଲୀସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ଭଭାଥିଲ ସେହି ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ସେ ସେନା ହସ୍ପିଟାଲରେ କାମ କରିଥିଳେ। ୧୯୮୭ ମସିହାରେ ଅବସର ଗ୍ରହଣ କରିବା ପରେ ଭଭଥିଲି ନିଜ ଗାଁକୁ ଫେରି ଆସିଥିଲେ। ଏବେ ସେ କେରଳର ସୁଲତାନ ବଠେରିରେ ରହୁଛନ୍ତି।
ରାହୁଲଙ୍କୁ ଭେଟିବା ପରେ ଭଭଥିଲ ତାଙ୍କ ହାତ ତିଆରି ପଣସ ଚିପ୍ସ ଓ ମିଠା ଉପହାର ଦେଇଥିଲେ ବୋଲି ଜଣାପଡିଛି । ଭଭଥିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ହେଉଛି ପ୍ରଥମ ବ୍ୟକ୍ତି, ଯିଏ କି ରାହୁଲ ଜନ୍ମ ହେବା ପରେ ମୋ ହାତରେ ଧରିଥିଲି। ସେ ଦେଖିବାକୁ ଖୁବ୍ ସୁନ୍ଦର ଥିଲେ ପିଲାବେଳୁ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନାତିଙ୍କୁ ଦେଖି ଆମେ ସମସ୍ତେ ରୋମାଞ୍ଚିତ ହୋଇପଡିଥିଲୁ। କେବେ ତାଙ୍କୁ ଭେଟିବି ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି। ହେଲେ ଏବେ ତାଙ୍କ ଅଞ୍ଚଳର ସାଂସଦ ଭାବରେ ରାହୁଲଙ୍କୁ ଭେଟିଥିବାରୁ ଖୁବ୍ ଖୁସି।