ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ମଧ୍ୟ ପ୍ରଦେଶରେ ମଧ୍ୟ ଦୋହରାଇବୁ କର୍ଣ୍ଣାଟକର ବିଜୟ , ୧୫୦ସିଟ୍‌ ଜିତିବାକୁ ରାହୁଲଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ କଂଗ୍ରେସ ଉତ୍ସାହିତ ଅଛି। ପାର୍ଟି ଚଳିତ ବର୍ଷ ୩ଟି ବଡ଼ ବଡ଼ ରାଜ୍ୟ ରାଜସ୍ଥାନ , ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନ ପାଇଁ ଯୋଜନା କରିବା ଆରମ୍ଭ କରି ଦେଇଛି। ସୋମବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ମଧ୍ୟ ପ୍ରଦେଶରୁ ଆସିଥିବା ନେତାଙ୍କୁ ବି ସାକ୍ଷାତ କରିଛନ୍ତି। ଏହି ମିଟିଂରେ ମଧ୍ୟ ପ୍ରଦେଶର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଦିଗ୍‌ବିଜୟ ସିଂହ ଉପସ୍ଥିତ ଥିଲେ। ସୂତ୍ରାନୁସାରେ ଖବର ମିଳିଛି କି, ଏହି ମିଟିଂରେ ଖଡଗେ ଓ ରାହୁଲ ଗାନ୍ଧୀ ଏରିଆ ଅନୁସାରେ ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ନେତାଙ୍କ ଠାରୁ ଫିଡ୍‌ବ୍ୟାକ୍‌ ନେଇଛନ୍ତି କି ଶେଷରେ କେଉଁ ପ୍ରସଙ୍ଗ ଉପରେ ଆଗକୁ ବଢି ହେବ।

{"width":699,"height":414}
Madhya Pradesh Assembly Election 2024 | Congress will win 150 seats, says  Rahul Gandhi - The Hindu

ମିଟିଂ ପରେ କଂଗ୍ରେସ କେତେ ଉତ୍ସାହିତ ଏହାକୁ ରାହୁଲ ଗାନ୍ଧୀଙ୍କ ବୟାନରୁ ମଧ୍ୟ ବୁଝି ହେବ। ରାହୁଲ ଗାନ୍ଧୀ ମିଟିଂ ପରେ କହିଛନ୍ତି , ଆମେ ଏବେ ବିସ୍ତୃତ ଭାବେ ଆଲୋଚନା କରିଛୁ। ଆମର ଆଭ୍ୟନ୍ତରୀଣ ଆକଳନ କହୁଛି କି ଆମେ ଯେଉଁ ଭଳି କର୍ଣ୍ଣାଟକରେ ୧୩୬ଟି ସିଟ୍‌ରେ ବିଜୟ ହାସଲ କରିଥିଲୁ , ଏହିପରି ଆମେ ମଧ୍ୟ ପ୍ରଦେଶରେ ୧୫୦ରୁ ଅଧିକ ସିଟ୍‌ରେ ବିଜୟ ହାସଲ କରିବୁ। ମଧ୍ୟ ପ୍ରଦେଶରେ ବିଧାନସଭାର ମୋଟ ୧୩୦ଟି ସିଟ୍‌ ଅଛି। ୨୦୧୮ରେ କଂଗ୍ରେସ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଥିଲା ଓ ସରକାର ଗଠନ କରିଥିଲା । କିନ୍ତୁ କିଛି ଦିନ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁଁ ବିଜେପି ପୁନଃ କ୍ଷମତାକୁ ଆସି ଥିଲା ।

{"width":701,"height":394}
Will win 150 seats': Rahul Gandhi's prediction for Congress in MP election  | Latest News India - Hindustan Times

ମଧ୍ୟ ପ୍ରଦେଶର ରାଜନୀତିକୁ ବୁଝୁଥିବା ବ୍ୟକ୍ତି ବିଶ୍ୱାସ କରନ୍ତି କି, କଂଗ୍ରେସ ରାଜ୍ୟରେ ନିଜର ସ୍ଥିତି ଦୃଢ କରିବା ନଜର ଆସୁଛି। ଏହାର କାରଣ ଏହାକି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଥିବା ସତ୍ତ୍ୱେ କମଳନାଥ ଓ ତାଙ୍କ ମଧ୍ୟରେ ବିବାଦ ଥିଲା। କିନ୍ତୁ ଯେବେ ସେ ପାର୍ଟିରୁ ବାହାରି ଯାଇଛନ୍ତି ତ ରାଜ୍ୟରେ ଏବେ ଦଳୀୟ କନ୍ଦଳ ନାହିଁ ।  କମଳନାଥ ଓ ଦିଗବିଜୟ ସିଂହଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି। ମଧ୍ୟ ପ୍ରଦେଶ  ସହ କଂଗ୍ରେସ ରାଜସ୍ଥାନକୁ ନେଇ ମଧ୍ୟ ପ୍ରସ୍ତୁତି ଦ୍ରୁତ କରିଦେଇଛି।  ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଚିନ ପାଇଲଟ ଓ ଅଶୋକ ଗେହଲଟ ଆଜି ଦିଲ୍ଲୀରେ ମିଟିଂ ଡକାଇଛନ୍ତି । ଏହି ସମୟରେ ନିର୍ବାଚନର ରଣନୀତି ଉପରେ କଥାବାର୍ତ୍ତା ହେବ ଏବଂ ଏହାସହ ଏକତା ଉପରେ ବି ଆଲୋଚନା କରାଯିବ।

ଏହାସହ ମଧ୍ୟ ପଢି ପାରିବେ -ପଶ୍ଚିମବଙ୍ଗରେ କଂଗ୍ରେସ ମୂଳପୋଛ; TMCରେ ମିଶିଲେ ରାଜ୍ୟର ଏକମାତ୍ର ବିଧାୟକ ବାୟରନ୍ ବିଶ୍ବାସ

Copyright © 2022 - Summa Real Media Private Limited. All Rights Reserved.