PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଗୋଟିଏ ଦେଶରେ ‘ଦୁଇ ଭାରତ’କୁ ଆମେ ସ୍ବୀକାର କରିବୁନି: ରାହୁଲ ଗାନ୍ଧି

ଥିରୁଓ୍ବନନ୍ତପୂରମ ୦୭/ ୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ କର୍ଣ୍ଣାଟକରେ ଜାରି ରହିଛି । ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦେଶବ୍ୟାପୀ ବିରାଟ ଶୋଭାଯାତ୍ରା ଜାରି ରହିଛି । କେରଳ ପରେ ଏବେ କର୍ଣ୍ଣାଟକରେ ଦଳୀୟ କର୍ମକର୍ତ୍ତା ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛନ୍ତି । ଏହି କାର୍ଯ୍ୟକ୍ରମର ଆରମ୍ଭ ହେବା ପରେ ରାହୁଲ ଗାନ୍ଧି ଅଧିକ ମାତ୍ରାରେ ଆକ୍ଟିଭ ନଜର ଆସୁଛନ୍ତି । ପଦଯାତ୍ରା ବେଳେ ଯେ କୌଣସି ସମସ୍ୟା ନଜରକୁ ଆସୁଛି ତାହାକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା ମଧ୍ୟ କରୁଛନ୍ତି ।

ଶୁକ୍ରବାର ପୁଣି ଟ୍ବଟ୍‌ କରି କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି, ‘ଗତକାଲି ଜଣେ ମହିଳାଙ୍କୁ ଭେଟିଥିଲି । ସେହି ମହିଳାଙ୍କ ସ୍ବାମୀ ଜଣେ ଚାଷୀ ଥିଲେ । ହଜାର ଟଙ୍କା ଋଣ ଆଣି ସୁଝିନପାରିବାରୁ ଆତ୍ମହତ୍ୟାର ବାଟ ଆପଣେଇନେଲେ ଚାଷୀ ଜଣକ’।

ଟ୍ବିଟ୍‌ କରି କେବଳ ସେତିକି ନୁହେଁ ଦୁଇଟି ଭାରତ କଥା କହିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ‘ଗୋଟିଏ ଭାରତ ଯେଉଁଠି ପୁଞ୍ଜିପତିମାନଙ୍କୁ ୬ ପ୍ରତିଶତ ସୁଧରେ ଋଣ ଦିଆଯାଉଛି ଏବଂ କୋଟି କୋଟି ଟଙ୍କାର ଋଣ ଛାଡ କରିଦିଆଯାଉଛି । ଆଉ ଦ୍ବିତୀୟ ଭାରତ ଯେଉଁଠି ଅନ୍ନଦାତାଙ୍କୁ ୨୪ ପ୍ରତିଶତ ସୁଧରେ ଋଣ ଦିଆଯାଉଛି ଯେଉଁମାନେ କି ଦିନ ରାତି ପରିଶ୍ରମ କରି ଖାଦ୍ୟ ଯୋଗାଉଛନ୍ତି । ଗୋଟିଏ ଦେଶରେ ଏ ‘ଦୁଇ ଭାରତ’ ସ୍ବୀକାର କରାଯିବ ନାହିଁ। ଆମେ ଏହାକୁ କରିବାକୁ ଦେବୁନି’।

ସମ୍ବନ୍ଧିତ ଖବର