PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

କେରଳରେ ଯୁବ କଂଗ୍ରେସର ଦୁଇ କର୍ମୀଙ୍କୁ ହତ୍ୟା, ରାହୁଲ କହିଲେ ଦୋଷୀଙ୍କୁ ଦଣ୍ଡ ନଦେବା ଯାଏଁ ଚୁପ୍ ବସିବୁନି

କାରସଗୋଡା,୧୮।୨(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର କାରସଗୋଡାରେ  ଦଳର ଯୁବ ସଂଗଠନର ଦୁଇ କର୍ମୀଙ୍କ ହତ୍ୟାକୁ ନିନ୍ଦା  କରିଛନ୍ତି। ସେ କହିଛନ୍ତି ହତ୍ୟାକାରୀଙ୍କୁ ନ୍ୟାୟର କାଠଗଡା ପରିସରକୁ ନଆଣିବା ପର୍ଯ୍ୟନ୍ତ ଦଳ ଶାନ୍ତିରେ ବସିବ ନାହିଁ। କଂଗ୍ରେସ ନେତା ରଣଦୀପ ସୁରଜଓ୍ବାଲା  ଏହି ଘଟଣାକୁ ରାଜନୈତିକ ହତ୍ୟା ବୋଲି ଘୋଷଣା କରିଛନ୍ତି। ରାହୁଲ ଟ୍ବିଟ୍ କରି କହିଛନ୍ତି ’କେରଳର କାରସଗୋଡାରେ ଯୁବକ କଂଗ୍ରେସର ଦୁଇ କର୍ମୀଙ୍କୁ ନିର୍ମମ ହତ୍ୟା ସମସ୍ତଙ୍କୁ ସ୍ତବ୍ଦ କଲାଭଳି ଘଟଣା।  କଂଗ୍ରେସ ଏହି ଦୁଇ ଯୁବକର୍ମୀଙ୍କ ପରିବାର ସହିତ ରହିଛି। ହତ୍ୟାକାରୀକୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଆମେ ଚୁପ୍ ହୋଇ ରହିପାରିବୁନି। କଂଗ୍ରେସ କେରଳର ମାକପା ସରକାରଙ୍କ ଉପରେ ଚାପ ଜାରି ରଖିବ ଯାହାଫଳରେ ଦୋଷୀଙ୍କୁ ନ୍ୟାୟର ପରିସରରେ ଆଣିହେବ। ଯୁବ କଂଗ୍ରେସ ଅଧ୍ୟକ୍ଷ କେଶବ ଚନ୍ଦ୍ର ଯାଦବ ମଧ୍ୟ   ଏହି ହତ୍ୟାକୁ ନିନ୍ଦା କରିଛନ୍ତି। 

http://www.jantakareporter.com/culture/

ଏଠାରେ ଉଲ୍ଳେଖନୀୟ ଯେ କେରଳର କାରସଗୋଡାରେ ରବିବାର ରାତିରେ ଅଜଣା ଆକ୍ରମଣକାରୀ ଯୁବ କଂଗ୍ରେସର ଦୁଇ କର୍ମୀଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ପରିଚୟ କୃପେଶ ଓ ସାରତ ଲାଲ ବୋଲି ଜଣାପଡିଛି। ଅଭିଯୋଗ କରାଯାଉଛି ଯେ ଲୋକସଭା ନିର୍ବାଚନ ପାଖେଇ ଆସିଥିବା କାରଣରୁ ଶାସକ ଦଳ ମାକପା ଦ୍ବାରା ହତ୍ୟା କରାଯାଇଛି। ତେବେ ମାକପା ଜିଲ୍ଲା ସଚିବ ଏମ୍ ବି ବାଳକୃଷ୍ଣନ ମାଷ୍ଟର ଏହି ହତ୍ୟା ତାଙ୍କ ଦଳ ସାମିଲ ନାହିଁ ବୋଲି କହିଛନ୍ତି। ପୋଲିସ ଏବେ ଏହି ମାମଲାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର