’ଘୃଣାର ବଜାରରେ ଖୋଲୁଛନ୍ତି ଭଲ ପାଇବାର ଦୋକାନ’, ଅମ୍ବାଲାରେ ରାହୁଲଙ୍କ ଟ୍ରକ୍ ଯାତ୍ରାର ଭିଡିଓ ସେୟାର କଲା କଂଗ୍ରେସ

ନୂଆଦିଲ୍ଲୀ,୨୩।୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜିତିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ରାତି ଅଧରେ ଟ୍ରକରେ ଯାତ୍ରା କରୁଥିବାର ନଜର ଆସିଛନ୍ତି। ରାହୁଲ ଦିଲ୍ଲୀରୁ ଶିମଲା ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ। ତେବେ ସେ ଅମ୍ବାଲାରୁ ଚଣ୍ଡୀଗଡ ପର୍ଯ୍ୟନ୍ତ ଟ୍ରକ୍ରେ ଯାତ୍ରା କରିଥିଲେ। କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତାମାନେ ରାହୁଲଙ୍କ ଟ୍ରକ୍ରେ ଯାତ୍ରା କରୁଥିବା ସମୟର ଭିଡିଓ ସେୟାର କରିଛନ୍ତି। କୁହାଯାଉଛି ଯେ, ଭିଡିଓ ସୋମବାର ରାତିର। କଂଗ୍ରେସ କର୍ମୀଙ୍କ କହିବା ଅନୁସାରେ, ରାହୁଲ ଅମ୍ବାଲାରେ ଟ୍ରକ୍ ଡ୍ରାଇଭର ସହିତ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ ଡ୍ରାଇଭରଙ୍କ ପ୍ରସଙ୍ଗ ଓ ତାଙ୍କ ସମସ୍ୟା ବିଷୟରେ ବୁଝିବାକୁ ଚେଷ୍ଟା କରିଥିଲେ। ରାହୁଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
यूनिवर्सिटी के छात्रों से
— Supriya Shrinate (@SupriyaShrinate) May 23, 2023
खिलाड़ियों से
सिविल सर्विस की तैयारी कर रहे युवाओं से
किसानों से
डिलीवरी पार्टनरों से
बस में आम नागरिकों से
और अब आधी रात को ट्रक के ड्राइवर से
आख़िर क्यों मुलाक़ात कर रहे हैं राहुल गांधी?
क्योंकि वो इस देश लोगों की बात सुनना चाहते हैं,… pic.twitter.com/HBxavsUv4f
କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ରାହୁଲଙ୍କ ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି, ୟୁନିଭର୍ସିଟିର ଛାତ୍ର, ଖେଳାଳି, ସିଭିଲ ସର୍ଭିସର ପ୍ରସ୍ତୁତି କରୁଥିବା ଯୁବପୀଢି, କୃଷକ, ଡେଲିଭରି ପାର୍ଟନର, ବସ୍ରେ ସାଧାରଣ ନାଗରିକ ଓ ଏବେ ରାତି ଅଧରେ ଟ୍ରକ୍ ଡ୍ରାଇଭର ସହିତ କାହିଁକି ସାକ୍ଷାତ କରୁଛନ୍ତି ରାହୁଲ ଗାନ୍ଧୀ ? କାହିଁକି ନା ସେ ଏହି ଦେଶର ଲୋକଙ୍କ କଥା ଶୁଣିବାକୁ ଚାହାନ୍ତି, ତାଙ୍କର ଚ୍ୟାଲେଞ୍ଜ ଓ ସମସ୍ୟା ବୁଝିବାକୁ ଚାହାନ୍ତି। ତାଙ୍କୁ ଏଭଳି କରୁଥିବା ଦେଖି ଏକ ବିଶ୍ବାସ ଦେଖିବାକୁ ମିଳୁଛି, କେହି ତ ଜଣେ ଲୋକଙ୍କ ସହିତ ଠିଆ ହୋଇଛି, କେହି ତ ଜଣେ ଘୃଣାର ବଜାରରେ ଭଲ ପାଇବାର ଦୋକାନ ଖୋଲୁଛି। ଧୀରେ ଧୀରେ ଏହା ଅନୁଭବ ହେଉଛି ଯେ, ଏହି ଦେଶ ପୁଣିଥରେ ଶାନ୍ତି ଓ ଭଲ ପାଇବାର ରାସ୍ତାକୁ ଫେରିଯିବା ଦରକାର। ଏବେ ଧୀରେ ଧୀରେ ରାହୁଲଙ୍କ ପଛରେ ଚାଲିଛି।
