ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମଣିପୁର ହିଂସା ଦେଶକୁ ଦୋହଲାଇ ଦେଇଛି, ମୋଦି ଥରେ ରାଜ୍ୟ ଗସ୍ତ କରନ୍ତୁ କହିଲେ ରାହୁଲ

Published By : Ankita S | November 17, 2024 9:49 AM

ନୂଆଦିଲ୍ଲୀ,୧୭/୧୧: ଉତ୍ତରୂପୂର୍ବ ରାଜ୍ୟ ମଣିପୁର ଅସମ୍ଭାଳ ହୋଇପଡିଛି । ପୁଣି ହିଂସା ଦେଖିବାକୁ ମିଳିଛି । ମଣିପୁର ଜଳୁଛି ହେଲେ ତାକୁ ଭୁଲି ଯାଇଛନ୍ତି ପ୍ରଧାନମନ୍ତ୍ରୀ । ମଣିପୁର ହିଂସା ବିଷୟରେ ଥରେ ବି କିଛି କହୁନାହାନ୍ତି । ମଣିପୁର ହିଂସାକୁ ଅଣଦେଖା କରୁଛନ୍ତି ମୋଦି । ମଣିପୁରରେ ଶାନ୍ତି ଫେରାଇବା କଥା ନ ଭାବି ସେ ବିଦେଶ ଗସ୍ତ କରୁଛନ୍ତି । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରୁଛି ସେ ଥରେ ମଣିପୁର ଗସ୍ତ କରନ୍ତୁ । ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ସୋସିଆଲ ମିଡିଆ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି, ମଣିପୁର ହିଂସା ଥମିବାରେ ନାଁ ନେଉନାହିଁ । ବର୍ଷରୁ ଅଧିକ ସମୟ ହେବ ମଣିପୁରରେ ଅଶାନ୍ତି ଲାଗି ରହିଛି । ମଣିପୁର  ହିଂସା ଦେଶକୁ ହୋହଲାଇ ଦେଇଛି । ପ୍ରତି ଭାରତୀୟ ଚାହାଁନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ଥରେ ମଣିପୁର ଗସ୍ତ କରନ୍ତୁ । ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ପଦକ୍ଷେପ ନିଅନ୍ତୁ ।

ପ୍ରକାଶ ଥାଉ କି, ମଣିପୁରରେ ପାଖାପାଖି ବର୍ଷେ ହେବ ଅଶାନ୍ତି  ଲାଗି ରହିଛି । ମୈତେଇ ସମୁଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବଡଧରଣର ଭଙ୍ଗାରୁଜା ଓ ଜଳାପୋଡା ଭଳି ଘଟଣା ଘଟୁଛି । ରାଜ୍ୟର ଜିରିବାମ ଜିଲ୍ଲାରେ ୬ ଜଣଙ୍କୁ ଅପହରଣ ଓ ହତ୍ୟା ଘଟଣାକୁ ନେଇ ହିଂସାକାଣ୍ଡ ଘଟିଛି । ଏହାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ କରି ଦିଆଯାଇଛି ।

 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.