ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ମନମୋହନ ସିଂହଙ୍କୁ କଳାପତାକା ଦେଖାଇଥିଲେ ଏହି ବ୍ୟକ୍ତି, ଏବେ ରାହୁଲଙ୍କ ପାଇଁ ଲେଖୁଛନ୍ତି ଭାଷଣ

ନୂଆଦିଲ୍ଲୀ,୩୧।୩: ଜବାହାର ଲାଲ ନେହରୁ ବିଶ୍ବ ବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ  ସନ୍ଦୀପ ସିଂହ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ରାଜନୈତିକ ପରାମର୍ଶଦାତା ଭାବରେ କାମ କରୁଛନ୍ତି। ଏହା ସହିତ ସେ  ରାହୁଲଙ୍କ ଭାଷଣ ମଧ୍ୟ ଲେଖୁଛନ୍ତି । ତେବେ ସନ୍ଦୀପ ହେଉଛନ୍ତି ସେହି ବ୍ୟକ୍ତି ଯିଏ ୨୦୦୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ। ପ୍ରାୟ ଦେଢ ହେବ ବାମ ଦଳ ଛାଡି କଂଗ୍ରେସରେ ସେ ସାମିଲ ହୋଇଛନ୍ତି। ଏବେ ରାଜ୍ୟରେ ଛୋଟ-ଛୋଟ ଦଳ ସହିତ ମେଣ୍ଟ  କରିବାରେ ମଧ୍ୟ ସନ୍ଦୀପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରାହୁଲଙ୍କ ଦିଗଦର୍ଶକ ସାଜିଥିବା ସନ୍ଦୀପଙ୍କୁ ଏପର୍ଯ୍ୟନ୍ତ ଦଳରେ କୌଣସି ପଦବୀ ଦିଆଯାଇ ନାହିଁ।

{"id":9982,"width":741,"height":416}
source: https://www.indiatoday.in

ସେ ୨୦୦୭ରେ ଜେଏନୟୁ ଛାତ୍ରସଂଘର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ସିପିଆଇ ଏମଏଲ ଛାତ୍ର ୟୁନିଟର ଆଇସା ସଦସ୍ୟ ଥିଲେ। ସନ୍ଦୀପ ୨୦୧୭ ମସିହାରୁ ରାହୁଲଙ୍କ ସହିତ କାମ କରି ଆସୁଛନ୍ତି । ପ୍ରିୟଙ୍କା ଗାନ୍ଧି ସକ୍ରିୟ ରାଜନୀତିକୁ ଆସିବ ପରେ ତାଙ୍କ ସହିତ ମଧ୍ୟ   ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି। ରାଜନୈତିକ  ବିଶେଷଜ୍ଞଙ୍କ  ମତରେ  ପୂର୍ବରୁ କଂଗ୍ରେସକୁ ବିରୋଧ କରୁଥିବା ସନ୍ଦୀପ କିଭଳି ରାହୁଲଙ୍କ ନିକଟତର ହୋଇପାରିଲେ? ଏହାର ଟିକେ ବି ଖବର କିଭଳି ଅନ୍ୟମାନେ ଜାଣିପାରିଲେ ନାହିଁ?

{"id":9983,"width":750,"height":484}
source: https://www.jansatta.com

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ମଧ୍ୟବିତ୍ତ ପରିବାରରେ  ଜନ୍ମିତ ସନ୍ଦୀପ ଆଲ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବାପରେ ଜେଏନ୍‌ୟୁ ଆସିଥିଲେ। ସେଠାରେ ବାମପନ୍ଥୀ ସଂଗଠନ ସିପିଆଇ (ଏମ୍‌-ଏଲ୍)ର ଛାତ୍ର ସଂଗଠନ ଆଏସା ସହିତ ଜଡ଼ିତ ହୋଇଥିଲେ। ୨୦୦୫ ମସିହାରେ ମନମୋହନଙ୍କ ଜେଏନ୍‌ୟୁ ଗସ୍ତ ସମୟରେ ‘ସରକାରଙ୍କ ଜନବିରୋଧୀ ନୀତି’କୁ ବିରୋଧ କରି ସେ କଳାପତାକା ଦେଖାଇଥିଲେ। ଯାହାକି ତାଙ୍କୁ ​‌ଚର୍ଚ୍ଚାର ପରିସରକୁ ଆଣିଥିଲା। ​‌ଏଠାରୁ ପାଠପଢ଼ା ସାରିବା ପରେ  ସେ ନିଜକୁ ବାମ ଦଳଠାରୁ ଅଲଗା କରିଦେଇଥିଲେ।

{"id":9984,"width":740,"height":507}
source: https://www.thehindu.com

ସନ୍ଦୀପଙ୍କ ପରିଚୟ ଜଣେ କୁଶଳ ବକ୍ତା ଭାବରେ  ଛାତ୍ର ଜୀବନରେ ରହିଥିଲା। ଜେଏନୟୁ ଛାଡିବା ପରେ ରାଜନୀତିରୁ ଦୂରେଇ ସେ ୨୦୧୧ରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସନ୍ଦୀପ ଯେତେବେଳେ କଂଗ୍ରେସରେ ଯୋଗ ଦେଲେ ସେ ମନମୋହନଙ୍କୁ କଳାପତାକା ଦେଖାଇଥିବା ଘଟଣାରେ ଦୁଃଖ ପ୍ରକାଶ କରିଥିଲେ। ଦଳରେ ତାଙ୍କର ପ୍ରବେଶ ଭାଷଣ ଲେଖିବା କାମରୁ ଆରମ୍ଭ ହୋଇଥିଲା, କିନ୍ତୁ ଖୁବ୍ ଶୀଘ୍ର ସେ କୋର କମିଟିରେ ସ୍ଥାନ ପାଇ ଦଳର ରଣନୀତିକାରଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.