PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଭବାନୀପାଟଣାରେ ମୋଦି ଓ ନବୀନଙ୍କୁ ଟାର୍ଗେଟ କଲେ ରାହୁଲ

ଭବାନୀପାଟଣା,୬/୨: ବଜେଟରେ ଚାଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାର ବ୍ୟବସ୍ଥା କଲେ ମୋଦି ସରକାର ।ହେଲେ ୧୫ ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି । ଆଉ ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ ଏହାଠାରୁ ଅଧିକ ଅର୍ଥାତ୍ କ୍ୱିଟାଲ ପିଛା ୨୬୦୦ ଟଙ୍କା ଦେବ। ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଜଳ, ଜମି, ଜଙ୍ଗଲ ଏହା ଉପରେ ଅଧିକାର ଆପଣଙ୍କୁ ହକ୍ ଦେଇଥିଲା କଂଗ୍ରେସ । ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି । ଛତିଶଗଡ, ମଧ୍ୟପ୍ରଦେଶରେ ଜମି ଫେରା କାମ ଆରମ୍ଭ ହୋଇଛି । ଆମ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ଆଦିବାସୀ, ଚାଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ । ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସରକାର ଆଦିବାସୀଙ୍କ ଜମିକୁ ରକ୍ଷା କରିବେ ।

ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭବାନୀପାଟଣାରେ ପହଞ୍ଚି ଏଭଳି କହିଥିଲେ। । ଭବାନୀପାଟଣାର ଶ୍ରୀକୃଷ୍ଣନଗର ପଡ଼ିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ବାଗତ କରିବା ସହ ମଂଚ ଆଡ଼କୁ ପାଛୋଟି ନେଇଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସହିତ ବହୁ ବରିଷ୍ଠ କଂଗ୍ରେସ ନେତା ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ କହିଛନ୍ତି।

ଏହା ସହିତ ରାହୁଲ କହିଛନ୍ତି, ନିୟମଗିରିରେ ଲଢେଇ ହେଲା, ସେତେବେଳେ ଆପଣଙ୍କ ସହ ମୁଁ ଠିଆ ହେଲି । ନରେଗା କଂଗ୍ରେସ ଆପଣଙ୍କ ପାଇଁ ଆଣିଲା, ମୋଦି ସରକାର ଏହାକୁ ନଷ୍ଟ କରିଦେଲେ । ଆଦିବାସୀ ବିଲ୍ ଆପଣଙ୍କ ପାଇଁ କଂଗ୍ରେସ ଆଣିଲା, ମୋଦି ନଷ୍ଟ କରିଦେଲେ । ଆପଣଙ୍କ ବିକାଶ ପାଇଁ କଂଗ୍ରେସ ଯାହା କରିଛି, ତାକୁ ମୋଦି ସରକାର ନଷ୍ଟ କରିଛନ୍ତି । ଯେ କୋଣସି ପ୍ରଦେଶକୁ ଯାଆନ୍ତୁ, ସେଠାରେ ଆଦିବାସୀ ଯୁବକ କାମ କରୁଥିବା ଦେଖିବାକୁ ମିଳିବ। ସେମାନଙ୍କୁ ଓଡିଶାରେ ରୋଜଗାର ମିଳେନି । ଆପଣଙ୍କର ଜଳ, ଜମ. ଜଙ୍ଗଲକୁ ସରକାର ଛଡାଇ ନେବା ଜାଣିଛନ୍ତି, ନିଯୁକ୍ତି ଦେବା ଜାଣିନାହାନ୍ତି ବୋଲି ରାହୁଲ କହିଛନ୍ତି।

ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ । ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ଯାହା ମୋଦି ସରକାର ଆପଣଙ୍କ ପକେଟରୁ ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ନବୀନ ପଟ୍ଟନାୟକ ରିମୋଟ କଂଟ୍ରୋଲ ହେ, ଚୈାକିଦାର ଚୋର ହେ । କେନ୍ଦ୍ର ଯାହା କୁହେ, ଠିକ ସେୟା କରନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ସରକାରକୁ ଭୋଟ ଦିଅ, ରିମୋଟ ସରକାରକୁ ତଳେ ରଖ ବୋଲି କହିଛନ୍ତି ରାହୁଲ।

ସମ୍ବନ୍ଧିତ ଖବର