ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ରାହୁଲଙ୍କ ନିର୍ଦ୍ଦେଶ, ୧୭ ତାରିଖ ସୁଦ୍ଧା ଚୂଡାନ୍ତ ହେବ ପ୍ରାର୍ଥୀ ତାଲିକା: ନିରଞ୍ଜନ

source:http://www.pragativadi.com
ଭୁବନେଶ୍ୱର ୧୩/୩: କଂଗ୍ରେସ ଖୋଜୁଛି ମହିଳା ପ୍ରାର୍ଥୀ । କଂଗ୍ରେସରେ ଏଥର ମହିଳାଙ୍କୁ ଅଧିକ ଗୁଗୁତ୍ୱ ଦିଆଯିବ । ଅଧିକରୁ ଅଧିକ ମହିଳା ପ୍ରାର୍ଥୀ ଦେବାକୁ ପିସିସିକୁ ଏଆଇସିସି ନିର୍ଦ୍ଦେଶ ଦେଇଛି । ଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଅଧିକରୁ ଅଧିକ ପ୍ରାର୍ଥୀ ଦେବାକୁ ନିର୍ଦ୍ଦେଶ ରହିଥିବା ସେ ସୂଚନା ଦେଇଛନ୍ତି ।
ଅଧିକ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ରାହୁଲ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି । ୬ଦିନ ମଧ୍ୟରେ ମହିଳା ପ୍ରାର୍ଥୀ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାହୁଲ । ୧୫ଟି ଲୋକସଭା ଓ ୧୦୫ ବିଧାନସଭା ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇଛି । ତେବେ ଆସନ୍ତା ୧୬ ତାରିଖରେ ପୁଣି ସ୍କ୍ରିନିଂ କମିଟି ବୈଠକ ବସିବ । ୧୭ତାରିଖ ସୁଦ୍ଧା ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି ।