ପ୍ରମୂଖ ଖବର
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ବୁଧବାର ଶ୍ରୀବିଗ୍ରହଙ୍କ ରାହୁରେଖା ଲାଗି ନୀତି, ଦର୍ଶନ କଟକଣା

Published By : Manoj | August 11, 2025 2:11 PM

ପୁରୀ,୧୧/୦୮: ଚଳିତ ୧୩ ତାରିଖ ବୁଧବାର ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି  ସମୟରେ ଠାକୁରଙ୍କ ଦର୍ଶନ  କଟକଣା ରହିଥାଏ । ଦଇତାପତି ସେବକମାନେ ଏହି ସ୍ୱତନ୍ତ୍ର  ସେବା ସମ୍ପନ୍ନ କରିବେ । 

ପ୍ରଥମ  ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି  ଆରମ୍ଭ ହେବ । ଏଣୁ ଅପରାହ୍ନରେ ପ୍ରାୟ ଠାକୁରଙ୍କ ଦର୍ଶନ ବନ୍ଦ ରହିବାର  ସୂଚନା ରହିଛି । ରାହୁରେଖା ଲାଗି  ସରିଲେ ଠାକୁରଙ୍କ ମହାସ୍ନାନ ନୀତି  ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.