ପୁରୀ,୧୧/୦୮: ଚଳିତ ୧୩ ତାରିଖ ବୁଧବାର ଶ୍ରୀମନ୍ଦିରରେ ରେଖା ପଞ୍ଚମୀ । ଭାଦ୍ରବ କୃଷ୍ଣପକ୍ଷ ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ଏହି ବିଶେଷ ନୀତି  ସମୟରେ ଠାକୁରଙ୍କ ଦର୍ଶନ  କଟକଣା ରହିଥାଏ । ଦଇତାପତି ସେବକମାନେ ଏହି ସ୍ୱତନ୍ତ୍ର  ସେବା ସମ୍ପନ୍ନ କରିବେ । 

ପ୍ରଥମ  ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି  ଆରମ୍ଭ ହେବ । ଏଣୁ ଅପରାହ୍ନରେ ପ୍ରାୟ ଠାକୁରଙ୍କ ଦର୍ଶନ ବନ୍ଦ ରହିବାର  ସୂଚନା ରହିଛି । ରାହୁରେଖା ଲାଗି  ସରିଲେ ଠାକୁରଙ୍କ ମହାସ୍ନାନ ନୀତି  ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ ।