ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅଧିକ ଶବ୍ଦ କରୁଥିବା ବାଇକ୍‌ ଉପରେ ଚଢାଉ, ୧୦୦ରୁ ଉର୍ଦ୍ଧ୍ୱ ବାଇକ୍‌ ଜବତ

Published By : Harapriya Sethi | January 21, 2025 2:40 PM

ଭୁବନେଶ୍ୱର, ୨୧/୦୧: ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବାକୁ ଆକ୍ସନ୍‌ ମୋଡରେ କମିଶନରେଟ ପୋଲିସ । ଅଧିକ ଶବ୍ଦ କରି ଯାଉଥିବା ବାଇକ୍‌ ଉପରେ ଚଢାଉ । ଏହି ଚଢାଉରେ ୧୦୦ରୁ ଅଧିକ ବାଇକ୍‌ର ସାଇଲେନସର ଜବତ ହୋଇଛି । ଉକ୍ତ ଗାଡ଼ିର ମାଲିକଙ୍କ ନାମରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସୂଚନା ମୁତାବକ, ରାଜଧାନୀରେ ବେଧଡ଼କ ଭାବେ ମୋଡିଫାଏଡ ସାଇଲେନସର ଲଗାଇ ବାଇକ୍‌ ଚଳାଉଛନ୍ତି ରୋଡ୍‌ ରୋମିଓ। ଯାହା ଫଳରେ ଶବ୍ଦ ପ୍ରଦୂଷଣ ହେବା ସହ ଜନ ସାଧାରଣଙ୍କୁ ବେଶ୍‌ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେଥିରୁ ବାହାରୁ ଥିବା ଶବ୍ଦ ବୟଷ୍କଙ୍କ ପାଇଁ ବିପଦଜନକ ମଧ୍ୟ ହୋଇଥାଏ । ଖାସ୍‌ କରି ହୃଦ୍‌ରୋଗୀଙ୍କ ପାଇଁ ଏହା ବହୁ ମାତ୍ରାରେ କ୍ଷତିକାରକ ହୋଇଥାଏ । ତେଣୁ ପୂର୍ବରୁ ଏହି ସାଇଲେନସର୍‌ ଉପରେ ରୋକ୍‌ ଲଗାଯାଇଥିଲା । ହେଲେ କିଛି ଅମାନିଆ ଏହି ନିୟମକୁ ଉଲ୍ଲଙ୍ଘନ କରି ଗାଡ଼ିରେ ମୋଡିଫାଏଡ ସାଇଲେନସର ଲାଗାଉଛନ୍ତି । ସେହି ଅମାନିଆମାନଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ଏହି ରେଡ୍‌ କରିଛି । ଏହି ଚଢାଉରେ ୧୦୦ରୁ ଅଧିକ ବାଇକ୍‌ ଜବତ ହୋଇଛି । ରାସ୍ତାରେ ବିକଟାଳ ଶବ୍ଦ କରି ଯାଉଥିବା ଗାଡ଼ି ଗୁଡ଼ିକୁ ଜବତ କରି ସେଥିରୁ ସାଇଲେନସର୍‌ ଗୁଡ଼ିକୁ କାଢି ଦିଆଯାଇଛି । ଆଗକୁ ଉକ୍ତ ଗାଡ଼ିର ମାଲିକଙ୍କ ନାଁରେ ମାମଲା ରୁଜୁ କରାଯିବ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.