ଟିକିରିରେ ରେଳରୋକ ପ୍ରସ୍ତୁତି ବୈଠକ

କାଶୀପୁର, ୨୪/୦୫ : କାଶୀପୁର ବ୍ଲକ ଟିକିରିରେ ପୂର୍ଵ ଭଳି ସମଲେଶ୍ବରୀ ଏକ୍ସପ୍ରେସ୍ ରହଣି ଏବଂ ଅନ୍ୟାନ୍ୟ ଦାବି ନେଇ ଜୁନ ୫ ତାରିଖରେ ରେଳରୋକ ନିଷ୍ପତ୍ତି ନିଆଯାଇଛି। ଟିକିରି ସ୍ଥିତ ଶିବ ମନ୍ଦିର ଠାରେ ଆୟୋଜିତ ବୈଠକରେ ଗ୍ରାମର ଶତାଧିକ ଲୋକ ଯୋଗଦେଇ ଦାବି ପୂରଣ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ କରିବା ପାଇଁ ଆଲୋଚନା କରିଥିଲେ।
ପ୍ରକାଶ ଥାଉକି, ଟିକିରିରେ ସମଲେଶ୍ଵରୀ ଟ୍ରେନ୍ ରହଣି ନେଇ ଗ୍ରାମବାସୀମାନେ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ରେଳବାଇ, ପ୍ରଶାସନ ଦାବି ପୂରଣ ନେଇ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁ ନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ଏହି ରେଳରୋକ କାର୍ଯ୍ୟକ୍ରମରେ କାଶୀପୁର ବ୍ଲକର ପ୍ରାୟ ୨୦ ହଜାର ଜନସାଧାରଣ ଯୋଗଦେବାର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଏହି ଵୈଠକରେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳର ନେତା, ଵଣିକ ସଙ୍ଘ, ମଟର ସଙ୍ଘ ସହିତ ଅଞ୍ଚଳବାସୀଙ୍କ ମଧ୍ୟରେ ଗୌରଙ୍ଗ ସାହୁ , ବିନୋଦ ନୈକ , ସିମାଞ୍ଚଲ ସଡଗି , ବ୍ଲକ ଅଧକ୍ଷ କଣ୍ଟ ମାଝି , ଇନ୍ଦ୍ର ସାହୁ , ମୁନା ଵେହେରା , ପ୍ରଫୁଲ ସାହୁ , ରାଜେନ୍ଦ୍ର ନାଏକ , ଟୁକୁରୁ ମହାନ୍ତି , ଲାଛି ମାଝି , ପାଟ ମାଝି , ଭଗଵାନ ମାଝି , ସଙ୍କର ତ୍ରିପାଠୀ , ସହିତ ଅନ୍ୟମାନେ ବୈଠକରେ ଯୋଗ ଦେଇଥିଲେ।