PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସଡ଼କ ଦୁର୍ଘଟଣାରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ

ଖୁଣ୍ଟା,୨୪/୦୩ : ଖୁଣ୍ଟା ଥାନା ଅନ୍ତର୍ଗତ ପୁରୁଣାପାଣି -ସୁବର୍ଣ୍ଣମଞ୍ଜୁରି  ରାସ୍ତାର କମଳି ଗ୍ରାମ ସ୍ଥିତ ଅରିକୂଳ ନଦୀ ପୋଲ ଉପରେ ଜଣେ ରେଲୱେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି, ପ୍ରକାଶ ଡୁକୁରା ଗ୍ରାମର ଗୈାରମୋହନ ସିଂଙ୍କ ୩୫ ବର୍ଷୀୟ ପୁଅ କୂଆଁର ସିଂ। ସେ ଶୁକ୍ରବାର ସଂଧ୍ୟାରେ ଶ୍ୱଶୁର ଘର ଶାଳବଣି ଗ୍ରାମରୁ ନିଜ ସ୍କୁଟି  ଯୋଗେ ଘର ଡୁକୁରା ଗ୍ରାରକୁ ଫେରୁଥିଲେ।  ଏହି ସମୟରେ କମଳି ଗ୍ରାମ ସ୍ଥିତ ଅରିକୂଳ ନଦୀ ପୋଲ ଉପରେ କୌଣସି କାରଣରୁ ଦୁର୍ଘଟଣା ଘଟିଥିଲା। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

 ମୃତ କୂଆଁର ସିଂ ଜଣେ ରେଲୱେ କର୍ମଚାରୀ ହୋଇଥିବା ବେଳେ ସେ ବାରିପଦା ରେଲୱେ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଏବଂ ତାଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ଗୋଟେ ଝିଅ ଥିବା ଜଣାପଡିଛି । ସେ ଛୁଟିରେ ଘରକୁ ଆସିଥିବା ବେଳେ ଆଜି ଶ୍ୱଶୁର ଘରକୁ ଯାଇ, ସଂଧ୍ୟାରେ ନିଜ ଘର ଡୁକୁରାକୁ ଫେରିବା ବାଟରେ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଛି। ଖବର ପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁ ଦେହକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।