ହୋଲି ପୂର୍ବରୁ ରେଳଯାତ୍ରୀଙ୍କୁ ମିଳିଲା ବଡ଼ ଉପହାର: ବଦଳିଲା ତତ୍କାଳ ଟିକଟ ବୁକ୍ କରିବାର ନିୟମ

ହୋଲି ପୂର୍ବରୁ ରେଳ ଯାତ୍ରୀଙ୍କୁ ମିଳିଲା ବଡ଼ ଉପହାର। ଭାରତୀୟ ରେଲଓ୍ବେ ତରଫରୁ ତତ୍କାଳ ଟିକଟ ବୁକିଂ କରିବା ନେଇ ଆସିଛି ଏକ ପରିବର୍ତ୍ତନ। ଏହି ପରିବର୍ତ୍ତନ ଫଳରେ ବର୍ତ୍ତମାନ ଯାତ୍ରୀଙ୍କୁ ତତ୍କାଳ ଟିକଟ ବୁକିଂ କରିବା ସହଜ ହୋଇଯିବ। ଆଇଆରସିଟିସି ତରଫରୁ ତତ୍କାଳ ଟିକଟ ବୁକିଂ କରିବା ଅବଧିକୁ କମ୍ କରିଦିଆଯାଇଛି ଏବଂ ଏଥିରେ କିଛି ପରିବର୍ତ୍ତନ ମଧ୍ୟ ଅଣାଯାଇଛି।
ଆଇଆରସିଟିସି ଅନୁସାରେ, ଟ୍ରେନ ଚାଲିବା ସ୍ଥାନରୁ ଆରମ୍ଭକରି ଭ୍ରମଣ କରିବା ଦିନକୁ ଛାଡ଼ି ଦେଇ ତତ୍କାଳ ଟିକଟ ବୁକିଂର ଆଡଭାନ୍ସ ରିଜର୍ବବେସନ ପରିୟଡ୍କୁ (ଏଆରପି) ଦୁଇ ଦିନ ଛାଡ଼ି ଗୋଟିଏ ଦିନ କରାଯାଇଛି।
ଏବେ ଟ୍ରେନର ପ୍ରସ୍ଥାନ କରିବାର ତାରିଖରୁ ଏକ ଦିନ ପୂର୍ବରୁ ତତ୍କାଳ ଟ୍ରେନ ଟିକଟ ବୁକ୍ କରାଯାଇପାରିବ। ଏସି କ୍ଳାସ (ଟୁଏ, ଥ୍ରିଏ, ସିସି) ପାଇଁ ତତ୍କାଳ ଓ୍ବିନଡୋ ଟିକଟ ସକାଳ ୧୦ଟା ରେ ଖୋଲିବ। ସ୍ଳିପର କ୍ଳାସ (ଏସ୍ଏଲ୍, ଏଫସି, ଟୁଏସ୍) ପାଇଁ ତତ୍କାଳ ଓ୍ବିନଡୋ ସକାଳ ୧୧ଟାରେ ଖୋଲିବ।
ଆଇଆରସିଟିସିର ତତ୍କାଳ ଟିକଟକୁ ଏକ ପିଏନଆର୍ ରୁ ବେଶିରୁ ବେଶି ୪ଜଣ ଯାତ୍ରୀଙ୍କ ପାଇଁ ବୁକ୍ କରାଯାଇପାରିବ। ଭାରତୀୟ ରେଳଓ୍ବେ ମହିଳା ଏବଂ ସାମାନ୍ୟ କୋଟା ସହିତ ତତ୍କାଳ କୋଟା ଏବଂ ଟ୍ରେନ ଟିକଟର ଅନୁମତି ଦିଆଯାଉନାହିଁ। ଏହା ସହିତ ଫାଷ୍ଟ ଏସି ଓ ଏକ୍ସିକ୍ୟୁଟିଭ୍ କ୍ଳାସ ପାଇଁ ଏହି ଟିକଟ ବୁକ୍ କରାଯାଇପାରିବ ନାହିଁ।
ଭାରତୀୟ ରେଲଓ୍ବେ ତତ୍କାଳ ଟିକଟର ତଳ ସ୍ଳିପର କ୍ଳାସ ପାଇଁ ଟ୍ରେନ୍ ଟିକଟ ବୁକ୍ କରିବା ପାଇଁ ଅତି କମରେ ୧୦୦ଟଙ୍କା ଏବଂ ବେଶିରୁ ବେଶି ୨୦୦ଟଙ୍କା ପର୍ଯ୍ୟନ୍ତ ରଖିଛି। ଏସି ଚ୍ୟାୟର କାର୍ ଟିକଟ ପାଇଁ ଭାରତୀୟ ରେଲଓ୍ବେ ଦ୍ବାରା ଲାଗିଥିବା ଶୁଲ୍କ ରଖାଯାଇଛି। ଏସି ଚ୍ୟାୟର କାର୍ ଟିକଟ ପାଇଁ ଭାରତୀୟ ରେଲଓ୍ବେ ଦ୍ବାରା ଲାଗିଥିବା ଶୁଲ୍କ ୧୨୫-୨୨୫ ଟଙ୍କା ରହିଛି। ତତ୍କାଳ ଟିକଟକୁ ଆଇଆରସିଟିସି ଓ୍ବେବସାଇଟ ବ୍ୟତୀତ ରିଜର୍ବେସନ କାଉଣ୍ଟରୁ ବି ବୁକିଂ କରାଯାଇପାରିବ।
ଯଦି ତତ୍କାଳ ଟିକଟ କନଫର୍ମ ଅଛି ତେବେ ଏହି ଟିକଟକୁ କ୍ୟାନସଲ କରିବା ଦ୍ବାରା ଆପଣଙ୍କୁ କୈାଣସି ଫେରସ୍ତ ମିଳିବନାହିଁ। ଯଦି ଏହି ତତ୍କାଳ ଟିକଟ ଓ୍ବେଟିଂରେ ଥିବ ତେବେ ଟିକଟ କ୍ୟାନସଲ କରିବା ପରେ ରେଲଓ୍ବେ କିଛି ଟଙ୍କା କାଟି ବାକି ଟଙ୍କା ଆପଣଙ୍କୁ ଫେରାଇଦେବ।