ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି

Published By : Harapriya Sethi | December 26, 2024 7:49 AM

ଆଠମଲ୍ଲିକ,୨୬/୧୨: ଲଗାଣ ବର୍ଷା ପ୍ରଭାବ ଆଠମଲ୍ଲିକରେ ପଡିଛି । ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ଗତ ସାତ ଦିନ ହେଲାଣି ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଲରେ ୩ ଇଞ୍ଚରୁ ୫ ଇଞ୍ଚ ପାଣି ଜମି ରହିଛି । ପାଣି ଜମି ରହିବା ଫଳରେ ଧାନ ଫସଲ ନଷ୍ଟ ହୋଇ ଗଲାଣି ।

ବିଲରେ କାଟି ରଖିଥିବା ଧାନକୁ ଆଉ ଖଳାକୁ ନେବା ଅବସ୍ଥାରେ ନାହିଁ । ଆଠମଲ୍ଲିକ ଓ କିଶୋରନଗର ଦୁଇଟି ବ୍ଲକର ୫୧ ହଜାର ଏକର ଚାଷ ଜମିରୁ ଏଥର କେତେ ଧାନ ମଣ୍ଡିକୁ ଆସିବ ତାହା ଆଉ କିଛି ଦିନ ପରେ ଜଣା ପଡିବ । ଆସନ୍ତା ୨୭ ତାରିଖରୁ ମଣ୍ଡି ଖୋଲିବାର ଅଛି । ଆଠମଲ୍ଲିକ କୃଷି ବିଭାଗ କହୁଛି ଯେ, ଧାନ କିଛି ନଷ୍ଟ ହୋଇ ନାହିଁ । ଅନ୍ୟପଟେ ଚାଷୀ କହୁଛନ୍ତି, ଚାଷ ଭଲ ହେଇଥିଲା । ଦିନି ମାସ ହେଲା ଧାନକୁ ହାତୀ କବଳରୁ ବଞ୍ଚାଇ ଥିଲୁ । ହେଲେ ବର୍ଷା ହେବା ଫଳରେ ସବୁ ନଷ୍ଟ ହୋଇ ଜାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.