ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରଭାବ ଦେଖାଇଲାଣି 'ଦାନା' : ଧାମରା, ପାରାଦୀପ ଓ ରାଜନଗରରେ ବର୍ଷା ପବନ ଆରମ୍ଭ

Published By : Rasmita Pradhan | October 23, 2024 1:32 PM

ଭୁବନେଶ୍ଵର, ୨୩/୧୦ : ପ୍ରଭାବ ଦେଖାଇଲାଣି ଦାନା। ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା ଆରମ୍ଭ। ଧାମରା, ପାରାଦୀପ, କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଛି। ଧାମରାରେ ବର୍ଷା ସହ ପବନ ହେଉଥିବା ବେଳେ ପାରାଦୀପ ଆକାଶ ମେଘାଚ୍ଛନ୍ନ ରହିଛି। କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ହେଉଛି। 

ସୂଚନାନୁଯାୟୀ, ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହା ଏବେ ପାରାଦୀପ ଠାରୁ ୫୨୦ ଓ ସାଗରଦ୍ଵୀପ ଠାରୁ ୬୦୦ କିମି ଦୂରରେ ରହିଛି। ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। 







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.