ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

୨୦ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ ଓ ରାଜ୍ ଠାକରେ, ପରସ୍ପରକୁ ଆଲିଙ୍ଗନ କଲେ ଦୁଇ ଭାଇ: କହିଲେ, ଯାହା ବାଲା ସାହେବ କରିପାରିନଥିଲେ...

Published By : Harapriya Biswal | July 5, 2025 2:46 PM

ମୁମ୍ବାଇ,୫।୭:  ଶନିବାର ମହାରାଷ୍ଟ୍ର ରାଜନୀତି ପାଇଁ ବଡ଼ ଘଟଣା। ବହୁତ ଦିନ ପରେ ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଦୁଇ ଭାଇ ଏକାଠି ସାର୍ବଜନୀନ ମଞ୍ଚ ସେୟାର କରିଛନ୍ତି। ଶିବସେନା (UBT) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ର ଏକ ମିଳିତ ରାଲିରେ ଭାଇ ଉଦ୍ଧବ ଠାକରେ ଏବଂ ରାଜ ଠାକରେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି 'ବିଜୟ ରାଲି' ମୁମ୍ବାଇର ୱର୍ଲି ଅଞ୍ଚଳର NSCI ଡୋମରେ ଆୟୋଜିତ ହୋଇଥିଲା, ଯେଉଁଠାରେ ଦୁଇ ନେତା ମହାରାଷ୍ଟ୍ର ସରକାରଙ୍କ ତିନିଭାଷା ନୀତିକୁ ବିରୋଧ କରି ମିଳିତ ରାଲି କରିଥିଲେ।

ଏହି ସମୟରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ରାଜ ଠାକରେ କହିଛନ୍ତି, ଯାହା ବାଲ୍ ଠାକରେ କରି ନାହାନ୍ତି, ତାହା ଆଜି ଦେବେନ୍ଦ୍ର ଫଡନାଭିସ୍‌ କରିଛନ୍ତି। ସେ ଆମ ଦୁଇ ଭାଇଙ୍କୁ ଏକାଠି କରିଛନ୍ତି। ସେଭଳି ଏହି ଅବସରରରେ ଉଦ୍ଧବ ଠାକରେ ମଧ୍ୟ ରାଜ ଠାକରେଙ୍କ ସୁରରେ ସୁର ମିଳାଇଛନ୍ତି। ସେ କହିଛନ୍ତି ଏହା ସବୁଠୁ ଜରୁରୀ ଯେ, ଆମେ ସାଥ୍ ସାଥ୍ ରହିଛୁ। ଆମେ ସାଥୀରେ ଏକାଠି ଆସିଛୁ ଓ ଏକାଠି ରହିବୁ। ଆମକୁ ବ୍ୟବହାର କରି ଫୋପାଡି ଦେଉଥିବା ଲୋକଙ୍କୁ ଆମେ ଫୋପାଡି ଦେବୁ। 

ଏହି ଅବସରରେ ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ, ଆମକୁ ବହୁତ ଲୋକ ରାଜନୀତି ପାଇଁ ବ୍ୟବହାର କରିସାରିଛନ୍ତି। ଯଦି ଆପଣଙ୍କ ପାଖରେ ବାଲସାହେବ ଠାକଙ୍କେ ସମର୍ଥନ ନଥାନ୍ତା ତେବେ ଆପଣଙ୍କୁ ମହାରାଷ୍ଟ୍ରରେ କିଏ ଜାଣନ୍ତା ? ଆପଣ ଆମକୁ ହିନ୍ଦୁତ୍ବ ଶିଖିବାକୁ କିଏ ? ଉଦ୍ଧବ କହିଛନ୍ତି, ଯେତେବେଳେ ମୁମ୍ବାଇରେ ଦଙ୍ଗା ହେଉଥିଲା ମରାଠା ଲୋକ ମହାରାଷ୍ଟ୍ରରେ ସବୁ ହିନ୍ଦୁଙ୍କୁ ବଞ୍ଚାଇଥିଲେ, ସେମାନେ ଯେ କେହି ବି ହୁଅନ୍ତୁ। ଯଦି ନ୍ୟାୟ ପାଇବାକୁ  ଆମେବିରୋଧ କରୁଛୁ, ଆଉ ଏଥିପାଇଁ ଆମକୁ  ଗୁଣ୍ଡା କହୁଛନ୍ତି। ତେବେ ଠିକ୍ ଅଛି, ଆମେ ଗୁଣ୍ଡା।

ରାଜ ଠାକରେ ଆହୁରି କହିଛନ୍ତି ମରାଠୀ ଭାଷାର ବ୍ୟକ୍ତି ସହ ତାଙ୍କର କ’ଣ ସମ୍ପର୍କ ରହିଛି ? ସେ କହିଛନ୍ତି ବାଲା ସାହେବ ଠାକରେ ଓ ମୋ ବାପା ଶ୍ରୀକାନ୍ତ ଠାକରେ ଇଂଲିସ ମିଡିୟମରେ ପଢୁଥିଲେ।ବାଲା ସାହେବ ଇଂରାଜୀ ସ୍କୁଲରେ ପଡିଛନ୍ତି, ଇଂରାଜୀ ଖବର କାଗଜରେ କାମ କରିଛନ୍ତି, କିନ୍ତୁ ମରାଠୀକୁ ନେଇ କେ‌ବେ କୌଣସି ସାଲିସ୍ କରିନାହାନ୍ତି। ଦକ୍ଷିଣ ଭାରତର ବହୁ ରାଜନୈତିକ ନେତା ଓ ଫିଲ୍ମହସ୍ତୀ ଇଂରାଜୀ ବିଶ୍ବବିଦ୍ୟାଳୟରେ ପଢିଛନ୍ତି, କିନ୍ତୁ ତାଙ୍କୁ ତାମିଲ ଓ ତେଲଗୁ ଭାଷା ପ୍ରତି ଗର୍ବ ରହିଛି। ଲାଲକୃଷ୍ଣ ଆଡଭାନୀ ସେଣ୍ଟ ପ୍ୟାଟ୍ରିକ୍‌ ହାଇସ୍କୁଲରେ ପଢିଛନ୍ତି, ଯାହାକି ଏକ ମିଶନାରୀ ସ୍କୁଲ ଥିଲା, କିନ୍ତୁ ତାଙ୍କ ହିନ୍ଦୁତ୍ବ ଉପରେ ସନ୍ଦେହ କରିପାରିବେ କି ?   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.