ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

ରାଜାବଗିଚା ବାଲ୍‌ ଗଣେଶ କ୍ଲବ୍‌ ପକ୍ଷରୁ ପ୍ରସ୍ତୁତି: ଏଥର ୭ ଫୁଟର ଗଣେଶ, ଆକର୍ଷଣ ସାଜିବ ଚାନ୍ଦି ମୁକୁଟ

Published By : Manoj | August 5, 2025 1:55 PM

କଟକ ୦୫/୦୮: ଗଶେଶ ପୂଜା ପାଇଁ ସହରରେ ଥିବା ବିଭିନ୍ନ  କ୍ଲବ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ରାଜାବଗିଚା ବାଲ୍‌ ଗଣେଶ କ୍ଲବର ସଦସ୍ୟମାନେ ଚଳିତ ବର୍ଷ ପୂଜା ପାଇଁ ୭  ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଚାନ୍ଦି ମୁକୁଟ ମଧ୍ୟ କରିଛନ୍ତି ।  ଏଥର ୫୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା  କରିବାକୁ କ୍ଲବ ତରଫରୁ ନିଷ୍ପତ୍ତି ନିଆଯାଇଛି । କ୍ଲବ୍‌ ପକ୍ଷରୁ ୨୦୧୧ ମସିହାଠାରୁ ଗଣେଶ ପୂଜା ପାଳନ କରାଯାଉଛି ।

ଏଥର ଗଣେଶଙ୍କ ପାଇଁ ଚାନ୍ଦିର ମୁକୁଟ କରିଛନ୍ତି । ପୂଜା ଦୁଇ ଦିନ ଆଗରୁ ମଣ୍ଡପ ପାଖରୁ ସାହିର ଶେଷ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସାଜସଜା କରାଯାଇଥାଏ । କ୍ଲବ୍‌ର ମୁଖ୍ୟ ଆକର୍ଷଣ  ଭସାଣି ପୂର୍ବଦିନ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ୧୦୮ର ଆଳତୀ କରାଯାଏ । ଏଠାରେ ଠାକୁରଙ୍କ ପାଖରେ ଯିଏ ଯାହା ମାନସିକ କରନ୍ତି ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । 

ଅନ୍ୟପକ୍ଷରେ କ୍ଲବ୍‌ର  ଉପସଭାପତି ଯାଜେ୍ଞଶ୍ୱର ବେହେରା କହିଛନ୍ତି, ଚଳିତ ବର୍ଷ ପୂଜା ପାଇଁ ଆମର ୨ ଲକ୍ଷ ୩୦ ହଜାର ଟଙ୍କାର ବଜେଟ୍‌ ରହିଛି । ଚଳିତ  ବର୍ଷ ଭସାଣିରେ ପାରମ୍ପରିକ ବଲାଙ୍ଗିର ବାଦ୍ୟ ସାଙ୍ଗକୁ ଘଣ୍ଟର ତାଳେ ତାଳେ ଠାକୁରଙ୍କୁ  ନେଇ ବିସର୍ଜନ କରାଯିବ। କେବଳ ସେତିକି ନୁହେଁ ଚଳିତ ବର୍ଷ ପୂଜାକୁ ନେଇ  ପ୍ରଶାସନ ପକ୍ଷରୁ ଯାହା ଗାଇଡ୍‌ ଲାଇନ୍‌  ରହିବ ଆମ କ୍ଲବ୍‌ର ସଦସ୍ୟମାନେ ପାଳନ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.