କଟକ ୦୫/୦୮: ଗଶେଶ ପୂଜା ପାଇଁ ସହରରେ ଥିବା ବିଭିନ୍ନ  କ୍ଲବ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ରାଜାବଗିଚା ବାଲ୍‌ ଗଣେଶ କ୍ଲବର ସଦସ୍ୟମାନେ ଚଳିତ ବର୍ଷ ପୂଜା ପାଇଁ ୭  ଫୁଟର ଗଣେଶ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଚାନ୍ଦି ମୁକୁଟ ମଧ୍ୟ କରିଛନ୍ତି ।  ଏଥର ୫୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା  କରିବାକୁ କ୍ଲବ ତରଫରୁ ନିଷ୍ପତ୍ତି ନିଆଯାଇଛି । କ୍ଲବ୍‌ ପକ୍ଷରୁ ୨୦୧୧ ମସିହାଠାରୁ ଗଣେଶ ପୂଜା ପାଳନ କରାଯାଉଛି ।

ଏଥର ଗଣେଶଙ୍କ ପାଇଁ ଚାନ୍ଦିର ମୁକୁଟ କରିଛନ୍ତି । ପୂଜା ଦୁଇ ଦିନ ଆଗରୁ ମଣ୍ଡପ ପାଖରୁ ସାହିର ଶେଷ ପର୍ଯ୍ୟନ୍ତ ସୁନ୍ଦର ଆଲୋକମାଳାରେ ସାଜସଜା କରାଯାଇଥାଏ । କ୍ଲବ୍‌ର ମୁଖ୍ୟ ଆକର୍ଷଣ  ଭସାଣି ପୂର୍ବଦିନ ସନ୍ଧ୍ୟାରେ ଠାକୁରଙ୍କ ପାଖରେ ୧୦୮ର ଆଳତୀ କରାଯାଏ । ଏଠାରେ ଠାକୁରଙ୍କ ପାଖରେ ଯିଏ ଯାହା ମାନସିକ କରନ୍ତି ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । 

ଅନ୍ୟପକ୍ଷରେ କ୍ଲବ୍‌ର  ଉପସଭାପତି ଯାଜେ୍ଞଶ୍ୱର ବେହେରା କହିଛନ୍ତି, ଚଳିତ ବର୍ଷ ପୂଜା ପାଇଁ ଆମର ୨ ଲକ୍ଷ ୩୦ ହଜାର ଟଙ୍କାର ବଜେଟ୍‌ ରହିଛି । ଚଳିତ  ବର୍ଷ ଭସାଣିରେ ପାରମ୍ପରିକ ବଲାଙ୍ଗିର ବାଦ୍ୟ ସାଙ୍ଗକୁ ଘଣ୍ଟର ତାଳେ ତାଳେ ଠାକୁରଙ୍କୁ  ନେଇ ବିସର୍ଜନ କରାଯିବ। କେବଳ ସେତିକି ନୁହେଁ ଚଳିତ ବର୍ଷ ପୂଜାକୁ ନେଇ  ପ୍ରଶାସନ ପକ୍ଷରୁ ଯାହା ଗାଇଡ୍‌ ଲାଇନ୍‌  ରହିବ ଆମ କ୍ଲବ୍‌ର ସଦସ୍ୟମାନେ ପାଳନ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି ।