PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଗେହଲଟଙ୍କ ବିରୋଧରେ ଦିଲ୍ଲୀ ପୋଲିସ ରୁଜୁ କଲା ଅପରାଧିକ ମାନହାନୀ ମାମଲା, ୧ ଜୁନ୍‌ରୁ ହେବ ଶୁଣାଣି

ନୂଆଦିଲ୍ଲୀ,୨୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଦିଲ୍ଲୀ ପୋଲିସ ରାଉସ୍ ଆଭେନ୍ୟୁ କୋର୍ଟରେ ଏହାର ରିପୋର୍ଟ ଦାଖଲ କରିଛି। ଦିଲ୍ଲୀ ପୋଲିସର ରିପୋର୍ଟକୁ କୋର୍ଟ ଗ୍ରହଣ କରିଛନ୍ତି। ଗେହଲଟଙ୍କ ବିରୋଧରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ।

ଦିଲ୍ଲୀ ପୋଲିସର ରିପୋର୍ଟ ଆଧାରରେ ରାଉଜ ଏଭିନ୍ୟୁ କୋର୍ଟ ୧ ଜୁନ୍‌ରେ ଶୁଣାଣି କରିବ। ରିପୋର୍ଟ ଆଧାରରେ କୋର୍ଟ ଏହା ଧାର୍ଯ୍ୟ କରିବେ ଯେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ମାନହାନୀ ଅଭିଯୋଗ ଉପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସମନ ଜାରି କରାଯିବ କି ନାହିଁ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ଅପରାଧିକ  ମାନହାନୀ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ଯାଇଥିଲେ। କେନ୍ଦ୍ରମନ୍ତ୍ରୀ ଗେହଲଟ୍‌ଙ୍କ ଉପରେ ତାଙ୍କୁ ନେଇ ଭ୍ରମାତ୍ମକ ବୟାନ ଦେବାର ଅଭିଯୋଗ କରିଛନ୍ତି।

ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଉପରେ ଗେହଲଟ୍‌ ସଞ୍ଜିବନୀ ଦୁର୍ନୀତି ମାମଲାରେ ସାମିଲ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଗେହଲଟ୍‌ ଦୁର୍ନୀତି ମାମଲାରେ ଶେଖାୱତଙ୍କ ବାପା-ମା, ପତ୍ନୀ ଓ ଶାଳୀଙ୍କ ସମ୍ପ୍ୟକ୍ତି କଥା କହିଥିଲେ। ଗେହଲଟ୍ କହିଥିଲେ ଶେଖାୱତ ଦୁର୍ନୀତି ଟଙ୍କା ଅନ୍ୟ ଦେଶରେ ରଖିଛନ୍ତି।