ନୂଆଦିଲ୍ଲୀ,୧୦/୧୧: ରାଜସ୍ଥାନର ମାଉଣ୍ଟ ଆବୁ ଭୂକମ୍ପ ଝଟକା। ଆଜି ସକାଳ ପ୍ରାୟ ୭:୫୧ରେ ରାଜସ୍ଥାନର ମାଉଣ୍ଟ ଆବୁରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ହେଲେ ରିଚ୍ଟର ସ୍କେଲରେ ଏହାର ତୀବ୍ରତା ବିଷୟରେ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ମାଉଣ୍ଟ ଆବୁ, ନାକ୍କି ହ୍ରଦ, ଧୋଣ୍ଡାଇ ଏବଂ ଡେଲୱାଡାର ମୁଖ୍ୟ ବଜାର ସମେତ ଅନେକ ଅଞ୍ଚଳରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଯେତେବେଳେ ଭୂକମ୍ପର କମ୍ପନ ଅନୁଭୂତ ହେଲା, ସେହି ଅଞ୍ଚଳର ଲୋକମାନେ ଘରୁ ବାହାରି ଆସିଥିଲେ । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ହୋଇଥିବା ନେଇ ସୂଚନା ମିଳିଛି। ତେବେ ପୃଥିବୀର ଉପରିଭାଗ ୭ଟି ଟେକ୍ଟାନିକ୍ ପ୍ଲେଟ ଦ୍ୱାରା ଗଠିତ । ଏହି ପ୍ଲେଟ ଗୁଡ଼ିକ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ ଏହି ପ୍ଲେଟ ଗୁଡ଼ିକର ସଂଯୋଗସ୍ଥଳରେ ଧକ୍କା ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୁତ ହୁଏ । ଏମିତି ପରିସ୍ଥିତି ଉପୁଜେ ଯେତେବେଳ ଗୋଟିଏ ପ୍ଲେଟ ଅନ୍ୟ ଏକ ପ୍ଲେଟର କ୍ଷେତ୍ର ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ପ୍ଲେଟ ପ୍ଲେଟ ମଧ୍ୟରେ ଘର୍ଷଣ ବା ଧକ୍କା ହୋଇଥାଏ । ଏହି ଘର୍ଷଣ ଯୋଗୁଁ ପୃଥିବୀର ଉପରିଭାଗ ଥରିବାକୁ ଲାଗେ, ବେଳେବେଳେ ଭୂପୃଷ୍ଠ ଫାଟି ମଧ୍ୟ ଯାଏ ।