ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଇପିଏଲ୍‌-୨୦୨୫: ନୂତନ ଜର୍ସି ଉନ୍ମୋଚନା କଲା ରାଜସ୍ଥାନ ରୟାଲ୍ସ

Published By : Tapas Panda | January 29, 2025 7:21 PM

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫କୁ ନେଇ ଖେଳପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ । ଏହାରି ମଧ୍ୟରେ ରାଜସ୍ଥାନ ରୟାଲ୍ସ (ଆରଆର) ଆଇପିଏଲ୍‌ର ୧୮ ତମ ସଂସ୍କରଣ ଲାଗି ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ଏନେଇ ସୋସିଆଲ୍‌ ମିଡିଆ ଏକ୍ସରେ ପୋଷ୍ଟ କରି ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଜର୍ସିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ଏଥିରେ ଜୟପୁରର ଝଲକ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । 

ରାଜସ୍ଥାନ ରୟାଲ୍ସ ପକ୍ଷରୁ ପୋଷ୍ଟ ହୋଇଥିବା ଭିଡିଓରେ, ଟିମ୍‌ର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ୍‌ ନୂଆ ଜର୍ସିରେ ନଜର ଆସିଛନ୍ତି । ତାଙ୍କ ବ୍ୟତୀତ ସେନ୍‌ ଓ୍ବର୍ଣ୍ଣ, ସେନ୍‌ ଓ୍ବାଟସନ୍‌, ଷ୍ଟିଭ୍‌ ସ୍ମିଥ, ଜସ୍‌ ବଟଲର ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ନାଁ ଥିବା ଜର୍ସି ମଧ୍ୟ ଦେଖିବାକୁ ମିଳିଛି ।  ଗତ ଦୁଇଟି ସିଜିନ୍‌ରେ ସଂଜୁ ସାମସନ୍‌ଙ୍କ ନେତୃତ୍ବରେ ରାଜସ୍ଥାନ ରୟାଲ୍ସ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଟାଇଟଲ୍‌ ହାସଲ କରିପାରି ନାହିଁ । ରାଜସ୍ଥାନ ରୟାଲ୍ସ ୨୦୦୮ ବା ଆଇପିଏଲର ପ୍ରଥମ ସଂସ୍କରଣରେ ଟ୍ରଫି ହାତେଇଥିଲା । ସେତେବେଳେ ସେନ୍‌ ଓ୍ବର୍ଣ୍ଣ ଟିମ୍‌ର ଅଧିନାୟକ ଥିଲେ ।  

 ରାଜସ୍ଥାନ ରୟାଲ୍ସ ଟିମ୍‌

ସଂଜୁ ସାମସନ୍‌ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଧ୍ରୁବ ଜୁରେଲ୍‌, ରିୟାନ ପରାଗ, ଶିମରନ୍ ହେଟମାୟର, ଜୋଫ୍ରା ଆର୍ଚର, ମହେଶ ତିକ୍ଷଣା, ଓ୍ବାନିନ୍ଦୁ ହସରଙ୍ଗା, ଆକାଶ ମଢ଼ଓ୍ବାଲ୍‌, କୁମାର କାର୍ତ୍ତିକେୟ, ନୀତୀଶ ରାଣା, ତୁଷାର ଦେଶପାଣ୍ଡେ, ଶୁଭମ ଦୁବେ, ଯୁଦ୍ଧବୀର ଚରକ, ଫଜଲହକ୍‌ ଫାରୁକି, କ୍ବେନା ମଫାକା, ଅଶୋକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.