ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ସ୍ୱଦେଶୀ ଅସ୍ତ୍ରରୁ ସେନାକୁ ମିଳିବ ନୂଆ ଶକ୍ତି, ପ୍ରତିରକ୍ଷା ଟେକ୍ନୋଲୋଜିର ହବ୍‌ ହେଉଛି ଯୋଧପୁର

Published By : Prameya | June 3, 2025 10:57 AM

ନୂଆଦିଲ୍ଲୀ ୦୩/୦୬: ମେକ୍‌ ଇନ୍‌ ଇଣ୍ଡିଆ ଅନ୍ତଗର୍ତ ରାଜସ୍ଥାନରେ ରକ୍ଷା କ୍ଷେତ୍ରକୁ ନୂଆ ପରିଚୟ ମିଳିବାକୁ ଯାଉଛି । ଅପରେସନ୍‌ ସିନ୍ଦୂରର ସଫଳତା ପରେ ଏବେ ‘ମେକ୍‌ ଇନ୍‌ ରାଜସ୍ଥାନ’ ବ୍ରାଣ୍ଡ ଅନ୍ତଗର୍ତ  ଅତ୍ୟାଧୁନିକ ରାଇଫଲ ଓ ମଲ୍ଟି ବ୍ୟାରେଲ ମସିନ୍‌ ଗନ୍‌ର ନିର୍ମାଣ ଯୋଧପୁରରେ ଆରମ୍ଭ ହେବାକୁ ଯାଉଛି । ଏହା ଯୋଧପୁର ପାଇଁ ବଡ଼ ଉପଲବ୍ଧି । ୧୫୦୦ କୋଟିରୁ ଅଧିକ ଟଙ୍କାର  ନିବେଶ ଚୁକ୍ତି ଏବେ କାର୍ଯ୍ୟକାରୀ ହେବାକୁ  ଯାଉଛି । ଏଥିପାଇଁ ରକ୍ଷା ମନ୍ତ୍ରାଳୟରୁ ଆବଶ୍ୟକ  ଅନୁମତି ମିଳିସାରିଛି । କ୍ଷେତ୍ର ପରୀକ୍ଷଣ ମଧ୍ୟ  ସଫଳ ହୋଇଛି । ଏହାର ଅର୍ଥ, ଏଣିକି ରାଜସ୍ଥାନ କେବଳ ଦେଶର ରକ୍ଷା କ୍ଷେତ୍ରରେ ନିଜର ମଜଭୁତ ଉପସ୍ଥିତିକୁ ଉପସ୍ଥାପନ କରିବାକୁ ଯାଉଛି ତାହା  ନୁହେଁ, ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନରେ  ଅନ୍ତର୍ଜାତୀୟ ସ୍ତରରେ ‘ମେଡ୍‌ ଇନ୍‌ ରାଜସ୍ଥାନ’କୁ  ମଧ୍ୟ ସ୍ଥାପିତ କରିବାକୁ ଯାଉଛି ।  

ରକ୍ଷା ଷ୍ଟାର୍ଟଅପ୍‌ ସହ ସଂଶ୍ଳିଷ୍ଟ ପ୍ରମୁଖ ଉଦ୍ୟୋଗପତି  ରବିନ୍ଦ୍ର ସିଂହ ରାଠୋର କହିଛନ୍ତି, ଏହି ପ୍ରକଳ୍ପରେ  ନିର୍ମାଣ ହେଉଥିବା ଅସ୍ତ୍ରଗୁଡ଼ିକର ପରୀକ୍ଷଣ  ବିଦେଶରେ ଶେଷ ହୋଇଛି । ପରୀକ୍ଷଣର ଫଳ  ମଧ୍ୟ ଉତ୍ସାହଜନକ ରହିଛି । ରକ୍ଷା ମନ୍ତ୍ରାଳୟ ଏହି  ପ୍ରକଳ୍ପକୁ ଦୁଇଟି ଚରଣରେ ମଞ୍ଜୁରି ପ୍ରଦାନ  କରିଛି, ଯାହା ଦ୍ୱାରା ଏହି ଅସ୍ତ୍ର କେବଳ ଭାରତୀୟ  ସେନା ପାଇଁ ଉପଯୋଗୀ ହେବ ନାହିଁ, ବରଂ  ବିଦେଶକୁ ରପ୍ତାନି ମଧ୍ୟ ହୋଇପାରିବ । ଆଫ୍ରିକୀୟ  ଦେଶ ଟୋଗୋ ଓ ଏସୀୟ ଦେଶ ଥାଇଲାଣ୍ଡ ଏହି  ଅସ୍ତ୍ର ପ୍ରତି ରୁଚି ପ୍ରଦର୍ଶନ କରିଛନ୍ତି । ଏଥିରୁ  ପ୍ରମାଣ ହେଉଛି, ରାଜସ୍ଥାନର ଏହି କୌଶଳ  ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗିତା କରିବାରେ  ସକ୍ଷମ । 

ମିଲିଟାରୀ ଗ୍ରେଡ୍‌ ସ୍ନାଇପର୍‌ ରାଇଫଲ:  ଲମ୍ବା ଦୂରକୁ ସଠିକ୍‌ ଆକ୍ରମଣ ଏହି ପ୍ରକଳ୍ପ ଅନ୍ତର୍ଗତ ମିଲିଟାରୀ ଗ୍ରେଡ୍‌ ସ୍ନାଇପର୍‌  ରାଇଫଲ ପ୍ରସ୍ତୁତ କରାଯାଉଛି । ଏହାକୁ ବିଶେଷ  କରି ଲମ୍ବା ଦୂରତା ପର୍ଯ୍ୟନ୍ତ ସଠିକ୍‌ ଟାର୍ଗେଟ୍‌ କରିବା  ପାଇଁ ଡିଜାଇନ୍‌ କରାଯାଇଛି । ଏହି ରାଇଫଲ  ସବ୍‌-ମିନିଟ୍‌ ଅଫ୍‌ ଆଙ୍ଗଲ୍‌ ସଠିକତା ହାସଲ  କରିବାରେ ସକ୍ଷମ । ଅର୍ଥାତ୍‌ ବହୁତ କମ୍‌ ବିଚଳନ  ସହିତ ଲମ୍ବା ଦୂରକୁ ଟାର୍ଗେଟ୍‌ କରିପାରେ ।  ପରୀକ୍ଷଣରେ ଏହା ୨.୪ କିମି ପର୍ଯ୍ୟନ୍ତ ଫାୟାର  କରିବାରେ ସଫଳ ହୋଇଛି । ଏଥିସହ ଅଲଗା- ଅଲଗା ଜଳବାୟୁ ଓ ଭୌଗୋଳିକ ପରିସ୍ଥିତିରେ  ନିରନ୍ତର ପ୍ରଦର୍ଶନ କରୁଛି, ଯାହା ଏହାକୁ ସବୁ  ପାଣିପାଗ ଓ ଅଭିଯାନରେ ଉପଯୋଗୀ କରିଛି । ସୂଚନାଯୋଗ୍ୟ, ଏହି ରାଇଫଲ ଶତ ପ୍ରତିଶତ  ‘ମେଡ୍‌ ଇନ୍‌ ଇଣ୍ଡିଆ’ ହେବ । ଅର୍ଥାତ୍‌ ଏହାର  ସବୁ ଅଂଶ ଭାରତରେ ନିର୍ମିତ ହେବ ।

ମଲ୍ଟି ବ୍ୟାରେଲ ମସିନ୍‌ ଗନ୍‌: ମିନିଟ୍‌କୁ  ୬,୦୦୦ ରାଉଣ୍ଡ୍‌ ଗୁଳି କରିବ ଏହି ପ୍ରୋଜେକ୍ଟର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ମଲ୍ଟି  ବ୍ୟାରେଲ ମସିନ୍‌ ଗନ୍‌ । କୌଶଳ ଦୃଷ୍ଟିରୁ ଏହା  ଅତି ଉନ୍ନତ । ୧ ମିନିଟ୍‌ରେ ପ୍ରାୟ ୬ ହଜାର ରାଉଣ୍ଡ୍‌  ଫାୟାର କରିବାରେ ଏହା ସକ୍ଷମ । ପାଖାପାଖି ୧୦୦୦ ମିଟର ପର୍ଯ୍ୟନ୍ତ ସଠିକତା ସହ ମାଡ଼  କରିପାରେ । ଏଥିସହ ଏହାର ଏକ ବେଲ୍ଟରେ  ୧୫ ହଜାର ରାଉଣ୍ଡ୍‌ ପର୍ଯ୍ୟନ୍ତ ଗୋଳା ବାରୁଦ  ମାଡ଼ କରିବାର ସୁବିଧା ରହିବ । ଭବିଷ୍ୟତରେ  ଏହାକୁ ସି-ରାମ୍‌ (କାଉଣ୍ଟର୍‌ ରକେଟ୍‌, ଆର୍ଟିଲରୀ  ଓ ମୋର୍ଟାର) ଅର୍ଥାତ୍‌ ଯୁଦ୍ଧ ବିମାନ-ରୋଧୀ ଅସ୍ତ୍ର  ପ୍ରଣାଳୀ ରୂପେ ଅପଗ୍ରେଡ୍‌ କରାଯିବ, ଯାହା  ଏହାକୁ ଶତ୍ରୁର ଡ୍ରୋନ୍‌ ଓ ବାୟୁମାର୍ଗରୁ ଆକ୍ରମଣ  ବିରୋଧରେ ମଧ୍ୟ ଉପଯୁକ୍ତ ଅସ୍ତ୍ର କରିବ । ଏହି  ପ୍ରକଳ୍ପକୁ ମଧ୍ୟ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅନ୍ତର୍ଗତ  ବିକଶିତ କରାଯାଉଛି । ଏହାର କୌଶଳ ଓ  ନିର୍ମାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବ । 

ଯୋଧପୁର, ଜୟପୁର ସମେତ ଅନେକ  ସହରରେ ହେବ ନେଟ୍‌ୱର୍କ

ଏହି ପ୍ରକଳ୍ପ ଅନ୍ତର୍ଗତ ଅସ୍ତ୍ରଗୁଡ଼ିକର ବିଭିନ୍ନ  ଅଂଶର ନିର୍ମାଣ ଯୋଧପୁର, ଜୟପୁର ଓ ରାଜ୍ୟର  ଅନ୍ୟ ଔଦ୍ୟୋଗିକ କ୍ଷେତ୍ରରେ କରାଯିବ । ଯୋଧପୁରର ବୋରାନାଡା ଔଦ୍ୟୋଗିକ କ୍ଷେତ୍ରରେ  ସ୍ଥିତ କାରଖାନା ହେବ ମୁଖ୍ୟ ଉତ୍ପାଦନ କେନ୍ଦ୍ର ।  ସେଠାରେ ମସିନ୍‌ ଗନ୍‌ର ବ୍ୟାରେଲ ପ୍ରସ୍ତୁତ  କରାଯିବ । ଏହା ସହିତ ଅନ୍ୟ ଆବଶ୍ୟକ  ଯନ୍ତ୍ରପାତି ରାଜ୍ୟର ବିଭିନ୍ନ ସହରରେ ନିର୍ମିତ  ହେବ । ଶେଷରେ ସେଗୁଡ଼ିକୁ ଏକ ଗୁପ୍ତ ସ୍ଥାନରେ  ସଂଲଗ୍ନ କରାଯିବ । ସୁରକ୍ଷା ଦୃଷ୍ଟିରୁ ଉକ୍ତ ସ୍ଥାନକୁ  ସାର୍ବଜନୀନ କରାଯାଇ ନାହିଁ । 

ମସିନ୍‌ ଗନ୍‌ ଓ ସ୍ନାଇପର ରାଇଫଲର ନିର୍ମାଣ  ସହିତ ସେଗୁଡ଼ିକର ସଂଚାଳନ ପାଇଁ ଆବଶ୍ୟକ  ବାରୁଦ ଓ ଗୁଳିର ଉତ୍ପାଦନ ମଧ୍ୟ ଏହି ପ୍ରକଳ୍ପର  ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । କିନ୍ତୁ ବାରୁଦର ଭଣ୍ଡାର  ଘର ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ  କଠୋର । ସେହି ଅନୁସାରେ, ଯେଉଁ ସ୍ଥାନରେ  ବାରୁଦର ଭଣ୍ଡାର ଘର କରାଯିବ, ତା’ର ୮-୧୦  କିମି ପରିବ୍ୟାପ୍ତ ସ୍ଥାନରେ ଜନବସତି ନ ରହିବା  ଉଚିତ୍‌ । ଏହି ସ୍ଥିତିକୁ ଧ୍ୟାନରେ ରଖି ସୁରକ୍ଷା  ମାନକ ଦୃଷ୍ଟିରୁ ଏବଂ ପ୍ରକଳ୍ପକୁ ସୁଚାରୁ ରୂପେ  ଚଳାଇବା ପାଇଁ ସରକାରଙ୍କୁ ସେଭଳି ଜାଗା  ମଗାଯାଇଛି ।  

ମେଡ୍‌ ଇନ୍‌ ରାଜସ୍ଥାନ ବ୍ରାଣ୍ଡ୍‌ ଅନ୍ତର୍ଗତ ନିର୍ମିତ ଏହି  ଅଧୁନିକ ଅସ୍ତ୍ରଶସ୍ତ୍ର ଆଗାମି ଦିନରେ ଭାରତୀୟ  ସେନାର ଶକ୍ତି ବଢ଼ାଇବ । ରାଜ୍ୟକୁ ବୈଶ୍ୱିକ ରକ୍ଷା  ମାନଚିତ୍ରରେ ନୂଆ ପରିଚୟ ମଧ୍ୟ ଦେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.