PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ରାଜୀବ ଗୌବା ହେବେ କ୍ୟାବିନେଟ ସଚିବ, ସୁବ୍ରମଣ୍ୟମ ସ୍ୱରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୭ ।୫(ଏଜେନ୍ସି): ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜୀବ ଗୌବା ଦେଶର ପରବର୍ତ୍ତୀ କ୍ୟାବିନେଟ ସଚିବ ହେବେ । ଏହି ପଦବରେ ସେ ଦୁଇ ବର୍ଷ କାର୍ଯ୍ୟ କରିବେ । ସେ ବର୍ତ୍ତମାନ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିବା ପି କେ ସିହ୍ନାଙ୍କ ସ୍ଥାନ ନେବେ । ସିହ୍ନାଙ୍କ ୪ ବର୍ଷର କାର୍ଯ୍ୟକାଳ ଜୁନ୍‌ ୧୨ରେ ଶେଷ ହେବ । ସିହ୍ନାଙ୍କୁ କ୍ୟାବିନେଟ ସଚିବ ପଦରେ ପ୍ରଥମେ ୨୦୧୫ରେ ନିଯୁକ୍ତି ମିଳିଥିଲା । ୨୦୧୭ରେ ଏହାକୁ ବର୍ଷେ ବଢ଼ାଯାଇଥିଲା ଏବଂ ୨୦୧୮ରେ ତାଙ୍କର କାର୍ଯ୍ୟକାଳ ଅବଧିକୁ ଆହୁରି ବର୍ଷେ ବଢ଼ାଯାଇଥିଲା ।

୧୯୮୨ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ ଅଧିକାରୀ ଗୌବା ବିହାର ଓ ଝାଡ଼ଖଣ୍ଡ ସହ କେନ୍ଦ୍ରରେ ବି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ କାମ କରିସାରିଛନ୍ତି । ସ୍ୱରାଷ୍ଟ୍ର ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଶେଷ ହେବ । ଗୌବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ, ପରିବେଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି । ସେ ମଧ୍ୟ ଝାଡ଼ଖଣ୍ଡର ମୁଖ୍ୟ ସଚିବ ଓ ଦିଲ୍ଲୀରେ ରାଜ୍ୟର ରେସିଡେଣ୍ଟ କମିଶନର ଭାବେ କାମ କରିଥିଲେ । ବିହାରର ବିଭାଜନ ହୋଇ ଝାଡ଼ଖଣ୍ଡ ଗଠନ ହେବା ପୂର୍ବରୁ ସେ ଗୟା, ନାଳନ୍ଦା ଓ ମୁଜାଫରପୁର ଜିଲାର ମାଜିଷ୍ଟ୍ରେଟ୍‌ ଭାବେ କାମ କରିଥିଲେ । ବାଜପେୟୀଙ୍କ ଶାସନ କାଳରେ ସେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ବ୍ୟକ୍ତିଗତ ସଚିବ ଭାବେ ବି କାମ କରିଥିଲେ ।

ଯଦି ମେ’ ୩୦ରେ ନୂଆ କ୍ୟାବିନେଟ ଦାୟିତ୍ୱ ଗ୍ରହଣ କଲା ପରେ ଗୌବାଙ୍କୁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ମିଳେ ତାହାହେଲେ ସେ ଜୁନ୍‌ ପ୍ରଥମ ସପ୍ତାହରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ କ୍ୟାବିନେଟ ସଚିବାଳୟରେ ଯୋଗ ଦେବେ । ଏହା ପରେ ସେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ସରକାରୀ ସୂତ୍ରରୁ ଆଜି ମଧ୍ୟ ସୂଚନା ମିଳିଛି କି ବର୍ତ୍ତମାନ ଜମ୍ମୁ-କାଶ୍ମୀରର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିବା ବି ଭି ଆର ସୁବ୍ରମଣ୍ୟମଙ୍କୁ ପରବର୍ତ୍ତୀ ସ୍ୱରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇପାରେ । ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ସୁବ୍ରମଣ୍ୟମ ଛତିଶଗଡ଼ କ୍ୟାଡରର ଅଟନ୍ତି ।

ସମ୍ବନ୍ଧିତ ଖବର