PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପ୍ରତିରକ୍ଷା ଉପକରଣ ଆବଶ୍ୟକତା ପୂରଣ କରିବାକୁ ଭାରତ ସକ୍ଷମ, ବିଶ୍ବକୁ ବି ଦେବାର କ୍ଷମତା ଅଛି: ରାଜନାଥ ସିଂହ

ନୂଆଦିଲ୍ଲୀ ୨୭/ ୦୯: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସଶକ୍ତ ହେବ ଭାରତ । ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ଦ୍ବାରା ଆଧୁନିକ ତଥା ଅଧିକ ପ୍ରଭାବୀ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଦିଗରେ ଅଧିକ ଜୋର୍‌ ଦିଆଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ନେଇ ସୂଚନା ଦେବାସହିତ କହିଛନ୍ତି, ସରକାରଙ୍କ ନୂଆ ଭାରତ ସାକାର କରିବା ଦିଗରେ ପ୍ରତିରକ୍ଷା ମନ୍ତ୍ରାଳୟ ସର୍ବଦା ପ୍ରଚେଷ୍ଟା ଜାରି ରଖିଛି ।

ରାଜନାଥ ସିଂହ କହିଛନ୍ତି, ‘ଆମେ କେବଳ ଆମର ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ ବରଂ ଅନ୍ୟ ଦେଶମାନଙ୍କ ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ପ୍ରୟାସ କରିବୁ । ପ୍ରତିରକ୍ଷା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋ ଗରିବା ସହିତ ସ୍ବେଦାଶୀ ସରଞ୍ଜାମ ବ୍ୟବହାର କରିବା ଆମର ଲକ୍ଷ୍ୟ ରହିଛି’। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଡିଫେନ୍ସ ମାନ୍ୟୁଫେକଚର୍ସର ୫ମ ବାର୍ଷିକ ମହୋତ୍ସବକୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଜନାଥ ସିଂହ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଲଗାତାର ଭାବେ ବିକଶିତ ହେଉଥିବା ଭାରତର ବୈଶିକ ପରିଦୃଶ୍ୟ ସାରା ବିଶ୍ବର ସୈନ୍ୟ ଉପକରଣ ଆବଶ୍ୟକତାକୁ ବୃଦ୍ଧି କରିଛି । ଯାହା ଫଳରେ ଦେଶ ନୂଆ ଚ୍ୟାଲେଞ୍ଜ ସାମ୍ନା କରିବା ପାଇଁ ଏବଂ ସୁରକ୍ଷା ତନ୍ତ୍ରକୁ ମଜବୁତ କରିବା ଦିଗରେ ଧ୍ୟାନ କେନ୍ଦ୍ରୀତ କରୁଛି ।

ରକ୍ଷାମନ୍ତ୍ରୀ କହିଛନ୍ତି, ‘୭/ ୮ ବର୍ଷ ପୂର୍ବରୁ ଭାରତର ମାତ୍ର ୧୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ରପ୍ତାନୀ କରିପାରୁଥିଲା । ଏବେ କିନ୍ତୁ ତାହା ଯଥେଷ୍ଟ ପରିମାଣର ବୃଦ୍ଧିପାଇ ୧୩ ହଜାର କୋଟି ଟଙ୍କା ଟପିଲାଣି । ସେହି ଅନୁପାତରେ ଦେଖିବାକୁ ଗଲେ ୨୦୨୫ ବେଳକୁ ଭାରତ ୧.୨୫ ଲକ୍ଷ କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ ତିଆରି କରିବାକୁ ଲକ୍ଷ୍ୟ ରଖିଛି । ଯେଉଁଥିରେ ୩୫ ହଜାର କୋଟି ଟଙ୍କାର ଉପକରଣ ରପ୍ତାନୀ କରାଯାଇପାରିବ’।

ସେ ଆହୁରି ମଧ୍ୟ କହିଛନ୍ତି, ‘ସୈନ୍ୟ ଉପକରଣଗୁଡିକର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସରକାରଙ୍କ ମୂଳ ଲକ୍ଷ୍ୟ । ଏଥିପାଇଁ ଘରୋଇ କମ୍ପାନୀଗୁଡିକ ପାଇଁ ୮୫ ହଜାର କୋଟି ଟଙ୍କାର ରାଶି ରହିଛି । ପ୍ରତିରକ୍ଷା ମଡେଲର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲଢୁଆ ଜେଟ୍, ସୈନ୍ୟ ହେଲିକପ୍ଟର, ଟ୍ୟାଙ୍କ୍‌ ଏବଂ ବୁଡା ଜାହଜ ଉତ୍ପାଦନକୁ ପ୍ରୋତ୍ସାହିତ କରିବା’।

ସମ୍ବନ୍ଧିତ ଖବର