PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ରାଜୁ ଶ୍ରୀବାସ୍ତବଙ୍କ ପାଇଁ ପରିବାର ମୁମ୍ୱାଇରେ ରଖିଲେ ପ୍ରେୟାର ମିଟ୍‌ , ଏହି କାରଣରୁ ପତ୍ନୀ ନେଲେ ଏହି ନିଷ୍ପତ୍ତି

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ସକାଳେ ମୃତ୍ୟୁ ହୋଇଥିବା। ୧୦ ଅଗଷ୍ଟରେ ରାଜୁଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ସେ ଦିଲ୍ଲୀର ଏକ ହୋଟେଲ୍‌ର ଜିମ୍‌ରେ ୱାର୍କଆଉଟ୍‌ କରୁଥିଲେ , ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇ ଥିଲା । ଏହାପରେ ରାଜୁଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ୧୦ ଅଗଷ୍ଟରୁ ରାଜୁ  ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ । ମଝିରେ ମଝିରେ ଏମିତି ରିପୋର୍ଟ ଆସିଲା ତି ରାଜୁଙ୍କର ଅବସ୍ଥାରେ ସୁଧାର ଆସିଛି ଏବଂ ସେ ଖୁବ୍‌ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ। କିନ୍ତୁ ପୁଣି ୨୧ ସେପ୍ଟେମ୍ୱରରେ ରାଜୁଙ୍କର ମୃତ୍ୟୁର ସୂଚନା ଆସିଲା ।  

ରାଜୁଙ୍କର ନିଧନରେ ପରିବାର , ପ୍ରଶଂସକ ଓ ବନ୍ଧୁଙ୍କୁ ବଡ଼ ଝଟକା ଲାଗିଛି । ରାଜୁଙ୍କ ନିଧନର ପରଦିନ କମେଡିଆନଙ୍କର ଅନ୍ତିମ ସଂସ୍କାର କରାଗଲା । ଏହି ସମୟରେ ସୁନୀଲ ପାଲ , ଏହସାନ କୁରୈଶୀ ଓ ଡାଇରେକ୍ଟର ମଧୁର ଭଣ୍ଡାରକରଙ୍କ ଭଳି ସେଲେବ୍ସ ପହଞ୍ଚି ଥିଲେ । ଏବେ ଖବର ଆସିଛି କି ରାଜୁଙ୍କର ପ୍ରାର୍ଥନା ସଭା ୨୫ ସେପ୍ଚେମ୍ୱରରେ ହେବ । ପ୍ରେୟାର ମିଟ୍‌  ଜୁହୁର ଇସ୍କନରେ ହେବ । ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ , ରାଜୁଙ୍କର ପତ୍ନୀ ଚାହାଁନ୍ତି କି  ମୁମ୍ୱାଇରେ କମେଡିଆନଙ୍କର ପ୍ରାର୍ଥନା ସଭା ହେଉ, କାରଣ ଏଠାରେ ରାଜୁଙ୍କର ସ୍ମୃତି ରହିଛି । ସେ ଏଠାରେ କାମ କରିଛନ୍ତି । ରାଜୁଙ୍କର ପତ୍ନୀ,ତାଙ୍କର ଝିଅ ଅନ୍ତରା ଓ ପୁଅ ଆୟୁଷ୍କାନ ପ୍ରେୟାର ମିଟ୍‌ ଅର୍ଗାନାଇଜ୍‌ କରିବେ ।

ରାଜୁଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ ଶିଖାଙ୍କ ସହ ଯେବେ ମିଡ଼ିଆ କଥାବାର୍ତ୍ତା କରିଥିଲା , ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ । ସେ କହିଥିଲେ , ତାଙ୍କର ବିଶ୍ୱାସ ଥିଲା କି ରାଜୁ ଠିକ୍‌ ହୋଇଯିବେ । ହେଲେ ଏମିତି ହେଲା ନାହିଁ । ସେ କହିଥିଲେ, ରାଜୁ ହସ୍ପିଟାଲରେ ଦୀର୍ଘ ସମୟରେ ଜୀବନ-ମୃତ୍ୟୁର ଯୁଦ୍ଧ ଲଢ଼ିଥିଲେ । ମୁଁ ବହୁତ ପ୍ରାର୍ଥନା କଲି , ହେଲେ ସେ ଆଉ ଫେରିଲେ ନାହିଁ । ସେ ବଡ଼ ଫାଇଟର ଥିଲେ ।