PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାଜୁ ଶ୍ରୀବାସ୍ତବ କାହା କଥା ଶୁଣୁନଥିଲେ, ସବୁ ଲୁଚାଉଥିଲେ… ଫ୍ୟାମିଲି ଡାକ୍ତର କଲେ ଅନେକ ଖୁଲାସା

ନୂଆଦିଲ୍ଲୀ,୨୨।୯: ଦେଶର ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ଖବର ସମସ୍ତଙ୍କୁ ଶୋକାକୂଳ କରିଛି। ତାଙ୍କର ପରିବାରଠାରୁ ନେଇ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଯେପରି ସ୍ତବ୍ଧ ହୋଇଯାଇଛନ୍ତି। ନିଜର କମେଡି ଦ୍ବାରା ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରୁଥିବା ରାଜୁ ଶ୍ରୀବାସ୍ତବ ୫୮ ବର୍ଷରେ ଦୁନିଆକୁ ଅଲବିଦା କରିଛନ୍ତି। ଗୁରୁବାର ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି  ୪୨ ଦିନ ଧରି ହସ୍ପିଟାଲ ବେଡରେ ମୃତ୍ୟୁସହ ଲଢେଇ କରି ବୁଧବାର ଶେଷ ନିଶ୍ବାସ ତ୍ୟାଗ କରିଥିଲେ।  ଅଗଷ୍ଟ ୧୦ ତାରିଖରେ ଜିମ୍‌ରେ ଓ୍ବାର୍କଆଉଟ୍‌ ହୃଦଘାତର ଶିକାର ହୋଇଥିଲେ। ପୂର୍ବରୁ ତାଙ୍କର ହାର୍ଟ ଜନିତ ସମସ୍ୟା ଥିଲା। ରାଜୁଙ୍କୁ ଦୀର୍ଘ   ବର୍ଷ ଧରି ଚିକିତ୍ସା କରୁଥିବା ଡାକ୍ତର ବିବେକ ଗୁପ୍ତା। ଏବେ ତାଙ୍କ ସମ୍ପର୍କରେ କିଛି ଅଜଣା କଥା କହିଛନ୍ତି।    

ବିବେକ ହେଉଛନ୍ତି ଦିଲ୍ଲୀ ଆପୋଲୋ ହସ୍ପିଟାଲର ଜଣାଶୁଣା କାର୍ଡିଓଲୋଜିଷ୍ଟ। ରାଜୁ ଶ୍ରୀବାସ୍ତବ ୨୦ ବର୍ଷ ହେବ ତାଙ୍କ ପରାମର୍ଶରେ ଔଷଧ ଖାଉଥିଲେ। ୧୦ ଅଗଷ୍ଟରେ  ଜିମରେ ଏକ୍ସରସାଇଜ ବେଳେ  ରାଜୁଙ୍କୁ ହୃଦଘାତ ହୋଇଥିଲା। ଏହାର  ୩ ଦିନ ପୂର୍ବରୁ ଅର୍ଥାତ ୭ ଅଗଷ୍ଟରେ ଡାକ୍ତର ବିବେକଙ୍କ ଘରକୁ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ ରାଜୁ। ଏହି ସମୟରେ ରାଜୁଙ୍କୁ ଡାକ୍ତର ବିବେକ ତାଙ୍କ ସ୍ବାସ୍ଥ୍ୟ କିପରି ଅଛି ସେ ନେଇ ପ୍ରଶ୍ନ ପଚାରିଥିଲେ। ରାଜୁ ଶ୍ରୀବାସ୍ତବ କହିଥିଲେ ସବୁ କିଛି ଠିକ୍ ଅଛି।

ଡାକ୍ତର ବିବେକ ଗୁପ୍ତାଙ୍କ କହିବା ଅନୁସାରେ, ସେ ସବୁବେଳେ ରାଜୁଙ୍କୁ ଜିମ୍ ଯିବା କିମ୍ବା ଟ୍ରେଡମିଲ୍‌ରେ ଦୌଡିବାକୁ ମନା କରୁଥିଲେ। କାରଣ ରାଜୁ ଜଣେ ହାର୍ଟ ପେସେଣ୍ଟ ଥିଲେ। ସେ ୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଟ୍ରେଡମିଲ୍‌ରେ ଦୌଡୁଥିଲେ, ଯେତିକି ସ୍ପିଡ୍‌ରେ ଜଣେ କମ୍ ବୟସର ଯୁବକ ଦୌଡିଥାନ୍ତି। ବହୁବାର ବୁଝାଇଥିଲି କେବଳ ନର୍ମାଲ ଓ୍ବାକ୍ କରିବାକୁ। ହେଲେ ସେ ଶୁଣିନଥିଲେ ଟ୍ରେଡମିଲ୍‌ରେ ବହୁତ ସ୍ପିଡ୍‌ରେ ଦୌଡୁଥିଲେ। ହାର୍ଟ ପେସେଣ୍ଟଙ୍କୁ ନିହାତି ପକ୍ଷେ ଏଭଳି ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର। ଯଦି କେହି ହାର୍ଟ ପେସେଣ୍ଟ ରହିଥାନ୍ତି ତେବ ତାଙ୍କୁ ଜିମ୍‌ରେ ଏଭଳି ଅଧିକ ଏକ୍ସରସାଇଜ୍ କରିବା ଉଚିତ ନୁହେଁ। ଟ୍ରେଡମିଲ୍‌ରେ ନଦୌଡିକି କେବଳ ନର୍ମାଲ ଓ୍ବାକ୍ କରିବା ଦରକାର।

ସମ୍ବନ୍ଧିତ ଖବର