ନୂଆଦିଲ୍ଲୀ,୧୮।୩: ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ୨୪୦ ସିଟ୍ ମିଳିଥିଲା। ମନେ କରାଯାଉଥିଲା ଯେ, ଏହା ତାଙ୍କ ପାଇଁ ଝଟକା। ୨୦୨୪୨୦୧୯ ସାଧାରଣ ନିର୍ବାଚନରେ ନୂଆ ସରକାରଙ୍କ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଳା। କାରଣ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପିକୁ ମେଣ୍ଟ ଉପରେ ନିର୍ଭର ରହି ସରକାର ଚଳାଇବାର ଥିଲା। ଏହି ସବୁ ଆଶଙ୍କା ଭିତରେ ବିଜେପି ଓ ଏହାର ନେତୃତ୍ବରେ ଏନଡିଏ ଯେଉଁଭଳି ସଫଳତା ହାସଲ କରିଛି, ତାହା ଚକିତ କରିଦେବା ଭଳି ରହିଛି। ବିଜେପି ମହାରାଷ୍ଟ୍ର,ହରିୟାଣା, ବିହାର ଓ ଦିଲ୍ଲୀ ଭଳି ରାଜ୍ୟରେ ନିର୍ବାଚନ ୨୦୨୪ର ଝଟକା ପରେ ଜିତିଛି। କେବଳ ସେତିକି ନୁହେଁ ଏହାର ପ୍ରଭାବ ରାଜ୍ୟସଭାରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ସଂଖ୍ୟା ପ୍ରଥମ ଥର ୧୦୦ ପାର ହୋଇଛି।

ତଥାପି ଏନ୍ଡିଏ ବି ପ୍ରଥମ ଥର ୧୪୧ ଆସନରେ ପହଁଞ୍ଚି ଯାଇଛି। ୨୫୦ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏତେ ଏନଡିଏ ପକ୍ଷରେ ବହୁମତ ଆସିବା ବଡ଼ ସଫଳତା। ବିଶେଷ ଭାବରେ ନିକଟରେ ସରିଥିବା ୩୭ ରାଜ୍ୟସଭା ଆନସରୁ ୨୨ଟିରେ ଜିତି ଏନଡିଏ ନିଜର ସ୍କୋରକୁ ୧୩୫ରୁ ବଢାଇ ୧୪୧ କରିଦେଇଛି। ଓଡିଶା,ବିହାରରେ ବିଜେପି ଅତିରିକ୍ତ ଆସନ ହାସଲ କରିଛି। ବିଜେପି ପାଖରେ ଉଚ୍ଚକକ୍ଷରେ ୧୦୧ ନିର୍ବାଚିତ ସାଂସଦ ରହିଛନ୍ତି। ସେଭଳି ୫ ମନୋନୀତ ସାଂସଦ ମଧ୍ୟ ତାଙ୍କ ସପକ୍ଷରେ ଅଛନ୍ତି। ଏଭଳି ସ୍ଥିତିରେ ତାଙ୍କ ପାଖରେ ୧୦୬ ସଦସ୍ୟ ହୋଇଯାଆନ୍ତି। ଏନଡିଏରେ ବିଜେପି ପରେ ଏଆଇଏଡିଏମକେ ଓ ଜେଡିୟୁର ୫ଜଣ ଲେଖାଏଁ ସାଂସଦ ରହିଛନ୍ତି।

ତଥାପି ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଏନ୍ସିପିର ୪ସାଂସଦ ଅଛନ୍ତି। ସେଭଳି ଏକନାଥ ସିନ୍ଦେଙ୍କ ଶିବସେନାର ବି ୨ସଦସ୍ୟ ଅଛନ୍ତି। ଆନ୍ଧ୍ର ପ୍ରଦେଶରେ ସରକାର ଚଳାଉଥିବା ଟିଡିପି ପାଖରେ ୨ରାଜ୍ୟସଭା ସାଂସଦ ରହିଛନ୍ତି। ବିଜେପି ଓ ଏନଡିଏ ଏହି ଶକ୍ତିରୁ ଏହା ସ୍ପଷ୍ଟ ଯେ, ଏବେ ଲୋକସଭା ସହିତ ରାଜ୍ୟସଭାରେ ମଧ୍ୟ ଶାସକ ମେଣ୍ଟ କୌଣସି ବିଲ୍କୁ ସହଜରେ ପାସ୍ କରିବା ସ୍ଥିତିରେ ରହିଛି। ଯଦିଓ ଦୁଇ କାର୍ଯ୍ୟକାଳ ତୁଳନାରେ ଲୋକସଭାରେ ବିଜେପି ଓ ଏନଡିଏ ପାଖରେ କମ୍ ଆସନ ରହିଛି,କିନ୍ତୁ ରାଜ୍ୟସଭାରେ ତାଙ୍କ ଶକ୍ତି ଲଗାତାର ବଢିବାରେ ଲାଗିଛି। ଏଥିରୁ ସ୍ପଷ୍ଟ ଯେ,୨୦୨୯ରେ ମଧ୍ୟ ଏନ୍‌ଡିଏ ପାଖରେ କ୍ଷମତା ରହିପା

ଇଣ୍ଡିଆ ବ୍ଲକ ବିଷୟରେ ଯଦି କଥା ହେବା ତେବେ କଂଗ୍ରେସ ପାଖରେ ୨୯ ଆସନ ରହିଛି। ବିଜେପି ତୁଳନାରେ ଏହି ସଂଖ୍ୟା ଏକ ତୃତୀୟାଶଂରୁ କମ୍ ରହିଛି। ଏହା ସହିତ ବିରୋଧିଙ୍କ ମୋଟ ସିଟ୍ ସଂଖ୍ୟା ୬୨ ହୋଇଯାଇଛି। ବିରୋଧିଙ୍କ ଭିତରେ ଡିଏମକେକୁ ଝଟକା ଲାଗିଛି। ଯାହାର ସାଂସଦଙ୍କ ସଂଖ୍ୟା ରାଜ୍ୟସଭାରେ ୮ ରହିଯାଇଛି। ଯାହାକି ପୂର୍ବରୁ ୧୦ ଥିଲା।ଏଭଳି ଭାବରେ ଆରଜେଡି ସାଂସଦ ବି ଏବେ ୫ ତୁଳନାରେ ୩ରେ ରହିଯାଇଛନ୍ତି।

ଆହୁରି ପଢନ୍ତୁ:ସଂସଦରେ ଉଠିଲା‘ସର୍କେ ଚୁନର୍ ତେରୀ ସର୍କେ’ବିବାଦ, ଅଶ୍ବିନୀ ବୈଷ୍ଣବ କହିଲେ…