ମୁମ୍ବାଇ,୨୧/୧୨ : ଫିଲ୍ମ ‘ପେଡ୍ଡି’ର ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାମ ଚରଣଙ୍କ ଏହି ଫିଲ୍ମର ସବୁ କଣ୍ଟେଣ୍ଟ ଏବେ ସୋସିଆଲ ମିଡ଼ିଆରେ ଧୁମ୍ ମଚାଇଛି । ଏହାର ପ୍ରଥମ ଗୀତ ‘ଚିକିରୀ ଚିକିରୀ’ ରିଲିଜ ହେବା ମାତ୍ରକେ ଛାଇ ଯାଇଛି । କେବଳ ୨୪ଘଣ୍ଟାରେ ଏହାକୁ ୪୬ମିଲିୟନରୁ ଅଧିକ ଭ୍ୟୁଜ୍ ମିଳିଛି । ଯାହା ଚଳିତ ବର୍ଷ ସବୁଠାରୁ ଅଧିକ ଦେଖାଯାଇଥିବା ଏବଂ ପସନ୍ଦ କରାଯାଇଥିବା ଗୀତରେ ସାମିଲ ରହିଛି । ଏବେ ଫିଲ୍ମ ସେଟରୁ ଫଟୋ ଲିକ୍ ହୋଇଛି , ଯେଉଁଥିରେ ରାମ ଚରଣ ଦିଲ୍ଲୀରେ ସୁଟିଂ କରୁଥିବା ନଜର ଆସିଛନ୍ତି ।

‘ପେଡ୍ଡି’କୁ ନେଇ ଉତ୍ସାହ ବଢିବାରେ ଲାଗିଛି । ଲିକ୍ ହୋଇଥିବା ଫଟୋରେ ଦେଖାଯାଉଛି କି ପ୍ରବଳ ଥଣ୍ଡାରେ ରାମ ଚରଣ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ନିକଟ ରାସ୍ତାରେ ଚାଲୁଛନ୍ତି । ତାଙ୍କ ଲୁକ୍ ବହୁ ଦମଦାର୍ ଲାଗୁଛି । ଯେଉଁଥିରେ ଲାଗୁଛି ସେ ଏହି ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିବେ ।

ଏହି ଲିକ୍ ହୋଇଥିବା ଝଲକକୁ ଦେଖିବା ପରେ ଫିଲ୍ମ ପାଇଁ ଆହୁରି ଉତ୍ସାହ ବଢିଯାଇଛି । ଏଭଳି ଲାଗୁଛି କି ରାମ ଚରଣ ଏଥର କିଛି ନୂଆ କରିବାକୁ ଯାଉଛନ୍ତି । ଏଥିରେ ରାମ ଚରଣଙ୍କ ବ୍ୟତୀତ ଜାହ୍ନବୀ କପୁର, ଜଗପତି ବାବୁ, ଶିବା ରାଜକୁମାର ଏବଂ ଦିବ୍ୟେଦୁ ଶର୍ମା ରହିଥିବାବେଳେ ପେଡ୍ଡିର ନିର୍ଦ୍ଦେଶନା ଦେଇଛନ୍ତି ବୁଚି ବାବୁ ସନା । ଏହି ଫିଲ୍ମଟି ମୈଥ୍ରୀ ମୁଭି ମେକର୍ସ ଏବଂ ସୁକୁମାର ରାଇଟିଂସ୍ ଦ୍ୱାରା ବୃଦ୍ଧି ସିନେମା ବ୍ୟାନରରେ ପ୍ରସ୍ତୁତ ହୋଇଛି । ଏହା ୨୭ ମାର୍ଚ୍ଚ, ୨୦୨୬ରେ ଥିଏଟରରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।