ହାଇଦ୍ରାବାଦ,୬।୬: ପାନ୍ ଇଣ୍ଡିଆ ଷ୍ଟାର ରାମ୍ ଚରଣଙ୍କ ପପୁଲାରିଟି କେବଳ ଭାରତରେ ନୁହେଁ, ବିଦେଶରେ ରହିଛି। ଜାପାନରେ ରାମ ଚରଣଙ୍କ ଅନେକ ଫ୍ୟାନ୍ ଅଛନ୍ତି, ଯେଉଁ କାରଣରୁ ସେଠାରେ ‘RRR ଖୁବ୍ ସଫଳ। ରାମ ଚରଣଙ୍କ ‘ପେଦ୍ଦି’ ନେଇ ମଧ୍ୟ ଏବେ ଦର୍ଶକଙ୍କ ଭିତରେ ରହିଛି ସେତିକି ପାଗଳାମି। ୪ ଜୁନ୍‌ରେ ‘ପେଦ୍ଦି’ ରିଲିଜ୍ ହୋଇଥିଲା ଓ ଏହି ଫିଲ୍ମକୁ ନେଇ ଫ୍ୟାନଙ୍କ ଭିତରେ ପ୍ରବଳ ଉତ୍ସାହ। ଏହାର ରିଲିଜ୍ ହେବା ମାତ୍ରେ ଥିଏଟରରେ ଦର୍ଶକଙ୍କ ପ୍ରବଳ ଭିଡ। ଏହା ଭିତରେ ଏଭଳି ଜଣେ ଫ୍ୟାନ୍ ରହିଛନ୍ତି, ଯିଏ ଖାନ୍ ଭାବରେ ଏହି ଫିଲ୍ମକୁ ଦେଖିବା ପାଇଁ ଭାରତ ପହଁଞ୍ଚିଛନ୍ତି।

ପ୍ରାୟ ସମୟ ବିଦେଶୀମାନେ ଭାରତକୁ ବୁଲିବାକୁ ଆସିଥାନ୍ତି, କିନ୍ତୁ ସବୁବେଳେ ଏଭଳି ହେବା ଜରୁରୀ ନୁହେଁ। ରାମ ଚରଣଙ୍କ କିଛି ଫ୍ୟାନ୍ କେବଳ ତାଙ୍କର ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପେଦ୍ଦି’ ଦେଖିବା ପାଇଁ ଟୋକିଓରୁ ହାଇଦ୍ରାବାସ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। କେବଳ ସେତିକି ନୁହେଁ ଏହି ଜାପାନୀ ଫ୍ୟାନ୍ ଜଣକ ‘ପେଦ୍ଦି’ ଦେଖିବା ପାଇଁ ଅଫିସରୁ ୫ ଦିନ ଛୁଟି ନେଇ ଆସିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଦୁଇ ଜାପାନୀ ଫ୍ୟାନ୍ସ ମସାମି ଓ କ୍ରିସ୍ ‘ପେଦ୍ଦି’ ଫିଲ୍ମ ଦେଖିବା ପରେ ଥିଏଟର ବାହାରେ  କହିଛନ୍ତି, ଏହି ଫିଲ୍ମ ବହୁ ଭଲ ଲାଗିଲା। ସେମାନେ ଫିଲ୍ମ ଗୀତ, ଯେପରିକି ‘ରାଇ ରାଇ ରା ରା’ ଓ ‘ମାସା ମାସା’ ଗାଉଥିବାର ନଜର ଆସିଥିଲେ। ଆଲୋଚନା ବେଳେ ଏହି ଦୁଇ ଫ୍ୟାନ୍ସ କହିଛନ୍ତି ସେମାନେ ନିଜ ନିଜର କାମରୁ ଛୁଟି ନେଇ ଟୋକିଓରୁ ହାଇଦ୍ରାବାଦ ଆସିଥିଲେ। ସେମାନେ ଫିଲ୍ମ ରିଲିଜ ଦୁଇ ଦିନ ପୂର୍ବରୁ ସହରରେ ପହଁଞ୍ଚିଥିଲେ, ଯାହାଫଳରେ ଏହାକୁ ଦେଖିପାରିବେ, ମେସାନେ ଏହାକୁ ୧୦ ଥର ଦେଖିବାର ପ୍ଳାନ୍ ମଧ୍ୟ କରିସାରିଛନ୍ତି।

ବୁଚି ବାବୁ ସନାର ଡାଇରେକ୍ସନରେ ତିଆରି ସ୍ପୋର୍ଟସ୍ ଆକ୍ସନ ଡ୍ରାମା ‘ପେଦ୍ଦି’ରେ ରାମ ଚରଣ, ଶିବ ରାଜକମୁାର, ଜାହ୍ନବୀ କପୁର, ଜଗପତି ବାବୁ, ଦିବ୍ୟେନ୍ଦୁ ଓ ବୋମନ ଇରାନୀଙ୍କ ଭଳି କଳାକାର ରହିଛନ୍ତି। ରିଲିଜ୍ ହେବାମାତ୍ରେ ‘ପେଦ୍ଦି’ ବକ୍ସ ଅଫିସରରେ ଜୋରଦାର କଲେକ୍ସନ କରିଛି। ଫିଲ୍ମଟି ଓ୍ବାର୍ଲ୍ହ ଓ୍ବାଇଡ୍ ହିଟ୍ ହୋଇଛି ଏବଂ ୧୫୦ କୋଟିରୁ ଅଧିକ କଲେକ୍ସନ କରିସାରିଛି। ରିଲିଜ୍‌ର ଦୁଇ ଦିନ ପୂର୍ବରୁ ବକ୍ସ ଅଫିସରେ ୧୦୦ କୋଟି ପାଖାପାଖି ପହଁଞ୍ଚିଛି।