PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ପଦ୍ମ ଛାଡ଼ି ଶଙ୍ଖ ଧରିଲେ ରାମ, ଶହଶହ ସମର୍ଥକ ବି ବିଜେଡିରେ ମିଶିଲେ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ମୟୂରଭଞ୍ଜର ସାରସକଣା ନିର୍ବାଚନମଣ୍ଡଳୀରେ ବିଜେପିକୁ ଝଟ୍‌କା ଦେଇ ଶହଶହ ସମର୍ଥକଙ୍କ ସହ ଶଙ୍ଖ ଧରିଛନ୍ତି ରାମକୁମାର ସୋରେନ୍‌ । ଭୋଟ୍‌ ଆଗରୁ ସାରସକଣା ନିର୍ବାଚନମଣ୍ଡଳୀର ବିଶୋୟୀ ମଣ୍ଡଳର ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରାମ ବିଜେଡିରେ ସାମିଲ ହେବା ରାଜନୈତିକ ହଲ୍‌ଚଲ୍‌ ସୃଷ୍ଟି କରିଛି । ସାରସକଣା ଆସନରୁ ରାମଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଶୁଣାଯାଉଛି । ରାମଙ୍କ ଯୋଗଦାନକୁ ନେଇ ବିଧାୟକ ଭାଦବ ହାଁସଦାଙ୍କ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଛି । ରାମ କୁମାର ପ୍ରାୟ ୧ ହଜାର ସମର୍ଥକଙ୍କ ସହ ଆଜି ନବୀନ ନିବାସରେ ପହଞ୍ଚିଥିଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶହଶହ ସମର୍ଥକଙ୍କ ସହ ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ । ବିଶୋୟୀ ମଣ୍ଡଳ ବିଜେପି ସଂଖ୍ୟାଲଘୁ ସେଲ୍‌ ସଭାପତି ସାହେବ ଅଲ୍ଲୀ ଖାଁ, ବିଜେପି ଅନୁସୂଚିତ ଜାତି ବିଶୋୟୀ ମଣ୍ଡଳ ମୋର୍ଚ୍ଚା ସଭାପତି ପଙ୍କଜ କୁମାର ପାତ୍ର, ଜୟନ୍ତୀ ପାତ୍ର, ବିଶୋୟୀ ବ୍ଲକର ଯୁବ ନେତା ନାରାୟଣ ହେମ୍ବ୍ରମ, ଅନୁସୂଚିତ ଜନଜାତି ମଣ୍ଡା ଜୋନ୍‌ ସଭାପତି ଶେଖର ମହାବୀ, ବିଜେପି ମହିଳା ସଂଖ୍ୟାଲଘୁ ବ୍ଲକ ସଭାପତି ପୱନ ବିବି ପ୍ରମୁଖ ମଧ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ନବୀନ କହିଛନ୍ତି, ଶ୍ରୀ ସୋରନ୍‌ଙ୍କ ସହ ବହୁ ବିଜେପି ନେତା ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହା ମୟୂରଭଞ୍ଜ ଜିଲ୍ଲା ସହ ସାରସକଣା ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । ରାମୁକମାର କହିଛନ୍ତି, ଦୀର୍ଘଦିନ ହେଲା ବିଜେପିରେ ରହି କାମ କରିଆସୁଥିଲି । କିନ୍ତୁ ଆମ ବର୍ଗଙ୍କ ପ୍ରତି ବିଜେପି ଦଳ କୌଣସି ଗୁରୁତ୍ୱ ଦେଲା ନାହିଁ । ଅନ୍ୟପକ୍ଷରେ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପଦକ୍ଷେପରେ ମୋତେ ଅନୁପ୍ରାଣିତ କରିଛି । ସାରସକଣା ନିର୍ବାଚନମଣ୍ଡଳୀର ୭ଟି ମଣ୍ଡଳ ସଭାପତିଙ୍କ ସହ ୧ ହଜାର ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବଧିାୟକ ଡ. ଅରୁଣ କୁମାର ସାହୁ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସାରସକଣା ବିଧାୟକ ଭାଦବ ହାଁସଦା, କଣ୍ଟାମାଳ ବିଧାୟକ ମହଧିର ରଣା, ବିଶାୟୀ ବ୍ଲକ ଅଧ୍ୟକ୍ଷା ତୁଳସୀ ସିକିରୀ ହାଁସଦା, ବ୍ଲକ ଯୁବ ବିଜେଡି ସଭାପତି କ୍ଷୀରୋଦ ନନ୍ଦ, ରାଜ୍ୟ ସଂପାଦକ ପ୍ରୀତିରଞ୍ଜନ ସାହୁ, ରାଜ୍ୟ ସଂଗଠନ ସଂପାଦକ ପ୍ରକାଶ ଡାଙ୍ଗ, ଯୁବନେତା ଅବିନାଶ ପ୍ରଧାନ ପ୍ରମୁଖ ଉପସତ୍ଥି ଥିଲେ ।

ସମ୍ବନ୍ଧିତ ଖବର