କଟକ, ୦୨/୦୩:  ମୁସଲ୍‌ମାନ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମ୍‌ଜାନ୍‌ ଆରମ୍ଭ ହେଉଛି । ଶନିବାର ରମ୍‌ଜାନ୍‌ ମାସର ପ୍ରଥମ ଚାନ୍ଦ ଦର୍ଶନ କରି ମୁସଲମାନ୍‌  ସମ୍ପ୍ରଦାୟର ଲୋକେ ତରାବି ଆରମ୍ଭ କରିଛନ୍ତି ।  ଚନ୍ଦ୍ର ଦର୍ଶନ ପରେ ପ୍ରତ୍ୟେକ ମସ୍‌ଜିଦରେ ତରାବି ନମାଜ୍‌  ପାଠ ହୋଇଛି। ଯେଉଁଥିରେ ମୁଖସ୍ତ ହୋଇଥିବା କୋରାନ୍‌  ହାଫିଜଙ୍କ ଦ୍ୱାରା ପାଠ କରାଯାଏ ଏବଂ ଶ୍ରଦ୍ଧାଳୁମାନେ  ଏହାକୁ ଶୁଣି ତରାବି ନମାଜ ପାଠ କରିଥାନ୍ତି । 

 ଭୋର୍‌ ୪ଟା ୫୨ରୁ ରୋଜା ଆରମ୍ଭ ହୋଇ ସନ୍ଧ୍ୟା ୫ଟା  ୫୫ରେ ସମାପ୍ତ ହେବ । ଇସଲାମ୍‌ ଧର୍ମାବଲମ୍ବୀମାନେ  ଏହି ସମୟରେ ଅନ୍ନ ଜଳ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ୫ଟା  ୫୫ରେ ଇଫ୍‌ତାର୍‌ ପରେ ପୁଣି ନମାଜ୍‌ ପାଠ ହେବ ।  ସମସ୍ତ ମସ୍‌ଜିଦରେ ବିଭିନ୍ନ ସମୟରେ ରାତି ୮ଟାରୁ  ନମାଜ୍‌ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ଏହିପରି  ୩୦ ଦିନ ଚାଲିବ । ରମ୍‌ଜାନ୍‌ ମାସର ୨୯ ତାରିଖରେ ଚନ୍ଦ୍ର  ଦର୍ଶନ ପାଇଁ ପ୍ରୟାସ କରାଯାଏ । ଚନ୍ଦ୍ର ଦର୍ଶନ ହେଲେ ଇଦ୍‌  ପାଳନର ଦିନ ସ୍ଥିର ହୋଇଥାଏ । ଏହି ପବିତ୍ର ସମୟରେ  ଦାନ ପୁଣ୍ୟ ସହ ନମାଜ୍‌ ଓ କୋରାନ୍‌ ପାଠ କରାଯାଇଥାଏ ।