ଭୁବନେଶ୍ଵର, ୦୧/୦୪ : ଚର୍ଚ୍ଚାରେ ରାମାନନ୍ଦ ସାଗରଙ୍କ ରାମାୟଣ ସୁଟିଂ ବେଳର ଏକ ରୋଚକ ଘଟଣା। ରାମାୟଣ ସୁଟିଂ ବେଳେ ସେଟ୍ ରେ ଧୂମପାନ କରୁଥିଲେ ଅରୁଣ ଗୋଭିଲଙ୍କ ସହ ଅନ୍ୟ ସାଥୀ କଳାକାର। ହେଲେ ହଠାତ୍ ଏମିତି କ'ଣ ହେଲା ଯେ ସ୍ମୋକିଂ ଛାଡ଼ିଦେଲେ ରାମାନନ୍ଦ ସାଗର ଏବଂ ରାମ ? ଏପରିକି ନନଭେଜ୍ ଛାଡ଼ି ସାତ୍ତ୍ଵିକ ଆହାର କରିବାକୁ ଲାଗିଲେ କଳାକାର। ନିକଟରେ ଏକ ପୋଡକାଷ୍ଟରେ ଏହାର କାରଣ କହିଲେ ରାମାନନ୍ଦଙ୍କ ନାତି ଶିବ ସାଗର।
ଶିବ ସାଗର କହିଛନ୍ତି ଯେ, ରାମାୟଣ ଶୁଟିଂ ବେଳେ ବହୁ ଚମତ୍କାର ଘଟଣା ଘଟିଥିଲା। ଶୁଟିଂ ସମୟରେ ସେଟ୍ ରେ ନନଭେଜ୍ ଖାଇବାକୁ ଅନୁମତି ନଥିଲା। ସେତେବେଳେ ରାମାନନ୍ଦ ବି ନନଭେଜ୍ ଏବଂ ସ୍ମୋକିଂ କରୁଥିଲେ। ହେଲେ ରାମାୟଣ ପାଇଁ ସେ ତାଙ୍କ ଅଭ୍ୟାସ ବଦଳାଇଲେ। ହେଲେ ଥରେ ବ୍ୟାକଷ୍ଟେଜ୍ ରେ ଅରୁଣ ଗୋଭିଲ୍ ସ୍ମୋକିଂ କରୁଥିଲେ। ସେହି ସମୟରେ ଜଣେ ସ୍ପଟ୍ ବୟଙ୍କ ନଜରରେ ପଡ଼ିଗଲେ। ସ୍ପଟ୍ ବୟ ଜଣଙ୍କ ଅରୁଣଙ୍କୁ କହିଲେ ଯେ, ଆପଣ ପ୍ରଭୁ ଶ୍ରୀରାମଙ୍କର ଭୂମିକାରେ ଅଭିନୟ କରୁଛନ୍ତି। ଲୋକମାନେ ଆପଣଙ୍କୁ ଭଗବାନ ଭାବି ପୂଜା କରୁଛନ୍ତି। ପାଦ ଛୁଉଁଛନ୍ତି। ଭଗବାନ ସ୍ଥାନରେ ନେଇ ବସାଇଛନ୍ତି। ତେଣୁ ଆପଣ ସିଗାରେଟ୍ ପିଇବା ଛାଡ଼ିଦେବା ଉଚିତ୍। ଏହି କେଇପଦ କଥା ଅରୁଣଙ୍କ ହୃଦୟକୁ ବେସ୍ ଛୁଇଁ ଯାଇଥିଲା। ସେ ସ୍ମୋକିଂ କରିବା ଛାଡ଼ିଦେଲେ। ଏପରିକି ସୁଟିଂ ଚାଲିଥିବା ଯାଏଁ ସବୁ କଳାକାର ଧୂମପାନ ଏବଂ ମଦ୍ୟପାନ ଛାଡ଼ି ଦେଇଥିଲେ।
ଶିବ କହିଛନ୍ତି ଯେ, ହନୁମାନ ଚରିତ୍ରରେ ଅଭିନୟ କରୁଥିବା ଦାରା ସିଂ ଖୁବ୍ ବିନମ୍ର ଥିଲେ। ସେ ଲାଞ୍ଜ ଲଗାଇବା ପରେ ସେଟ୍ ରେ ଜମାବି ବସି ପାରୁନଥିଲେ। ବହୁ ଦିନ ଯାଏଁ ସେ ତାଙ୍କ ସମସ୍ୟା ବିଷୟରେ କହିପାରି ନଥିଲେ। ହେଲେ ତାଙ୍କର ଅସୁବିଧା ଜାଣି ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ଚେୟାରର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଏକ ଛିଦ୍ର କରାଯାଇଥିଲା। ଏହି ଛିଦ୍ରରେ ତାଙ୍କର ଲାଞ୍ଜ ତଳକୁ ରଖୁଥିଲା।
ଏହି ଖବରଟିକୁ ପଢନ୍ତୁ- ଦୁଇ ବର୍ଷ ହେବ ବିରଳ ରୋଗ ସହ ସଂଘର୍ଷ କରୁଛନ୍ତି ମେଲୋଡି କ୍ୱିନ୍, କହିଲେ- ‘ଆଉ ନୂଆ ଆସାଇନମେଣ୍ଟ ନେଇପାରୁନି’